IPL 2022 Final : ଡେବ୍ୟୁ ସିଜିନରେ ଇତିହାସ ରଚିଲା Gujarat Titans, ତୃତୀୟ ଥର Rajasthan Royalsକୁ ହରାଇ ବନିଲା ଚାମ୍ପିଅନ୍
Advertisement
Article Detail0/zeeodisha/odisha1201471

IPL 2022 Final : ଡେବ୍ୟୁ ସିଜିନରେ ଇତିହାସ ରଚିଲା Gujarat Titans, ତୃତୀୟ ଥର Rajasthan Royalsକୁ ହରାଇ ବନିଲା ଚାମ୍ପିଅନ୍

ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜୁରାଟ ଦଳ ନୂଆ ଇତିହାସ ଲେଖିଛି। ଆଇପିଏଲର ଡେବ୍ୟୁ ସିଜିନରେ ଦଳ କମଲା ଦେଖାଇଛି। ଚଳିତ ଆଇପିଏଲ ସିଜିନରେ Rajasthan Royalsକୁ ତୃତୀୟ ଥର ପରାଜିତ କରି Gujarat Titans ଚାମ୍ପିଅନ ହୋଇଛି। ମାତ୍ର ସାତଟି ୱିକେଟରେ ଦଳ ସହଜ ବିଜୟ ହାସଲ କରିଛି।

ସୌ- ସୋସିଆଲ ମିଡିଆ

IPL 2022 Final : ନୂତନ ଆଇପିଏଲ୍ ଦଳ ଗୁଜୁରାଟ ଟାଇଟାନ୍ସ ଟି-୨୦ ଲିଗର ୧୫ତମ ସିଜନର ଟାଇଟଲ ଜିତିଛି। ଗୁଜୁରାଟ, ରାଜସ୍ଥାନ ରୟାଲ୍ସ ବିପକ୍ଷରେ IPL 2022 Final ଟାଇଟଲ ମ୍ୟାଚକୁ ସାତ ୱିକେଟରେ ଜିତିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜୁରାଟ ଦଳ  ୧୩୧ ରନର ଲକ୍ଷକୁ ୧୮.୧ ଓଭରରେ ବିଜୟ ହାସଲ କରିଛି। ଗୁଜୁରାଟ ପାଇଁ ଶୁବମାନ ଗିଲ ୪୩ଟି ବଲରୁ ୪୫ ରନ କରି ଅପରାଜିତ ରହିଥିଲେ। କିନ୍ତୁ ଦଳର ଅଧିନାୟକ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୩୦ ବଲରେ ୩୪ ରନ୍ କରିବା ସହ ତିନୋଟି ୱିକେଟ୍ ନେଇଥିଲେ।

ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜୁରାଟ ଦଳ ନୂଆ ଇତିହାସ ଲେଖିଛି। ଆଇପିଏଲର ଡେବ୍ୟୁ ସିଜିନରେ ଦଳ କମଲା ଦେଖାଇଛି। ଚଳିତ ଆଇପିଏଲ ସିଜିନରେ Rajasthan Royalsକୁ ତୃତୀୟ ଥର ପରାଜିତ କରି Gujarat Titans ଚାମ୍ପିଅନ ହୋଇଛି। ମାତ୍ର ସାତଟି ୱିକେଟରେ ଦଳ ସହଜ ବିଜୟ ହାସଲ କରିଛି। ଗୁଜୁରାଟ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ପ୍ଲେୟର ଅଫ ଦ ମ୍ୟାଚ ଓ ଜୋସ ବଟଲରଙ୍କୁ ପ୍ଲେୟାର ଅଫ ଦ ସିରିଜ ଘୋଷଣା କରାଯାଇଛି। ଏହି ବିରାଟ ବିଜୟ ପାଇଁ Gujaratକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।

Also Read: ସୁରକ୍ଷା ନା ସଫେଇ? ଆଧାରକୁ ନେଇ ଅନ୍ଧାରରେ ସରକାର, ଦୁଇ ଦିନ ପରେ ଆଡଭାଇଜରୀ ପ୍ରତ୍ୟାହୃତ

ରାଜସ୍ଥାନର ୧୩୧ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ଗୁଜୁରାଟ ଟାଇଟାନ୍ସର ଭଲ ଆରମ୍ଭ ହୋଇନଥିଲା। ଦ୍ୱିତୀୟ ଓଭରରେ ରିଦ୍ଧିମାନ ସାହା ପାଞ୍ଚ ରନ୍ କରି ପ୍ରସିଦ୍ଧ କୃଷ୍ଣଙ୍କ ଘାତକ ବୋଲିଂର ଶିକାର ହୋଇଥିଲେ। ମାଥ୍ୟୁ ମଧ୍ୟ ଆଠ ରନ୍ କରିଥିଲେ ଏବଂ ବୋଲ୍ଟଙ୍କ ବଲରେ ବିଦା ହୋଇଥିଲେ। ପଞ୍ଚମ ଓଭର ବେଳକୁ ଦୁଇଟି ୱିକେଟ୍ ହରାଇ ଗୁଜୁରାଟ ମାତ୍ର ୨୩ ରନ କରିବରେ ସକ୍ଷମ ହୋଇଥିଲା। କିନ୍ତୁ ଶୁଭମାନ ଗିଲଙ୍କ ସହ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ୱିକେଟ୍ ପାଇଁ ଏକ ବଡ ଭାଗିଦାରୀ କରିଥିଲେ। ଉଭୟ ୫୩ଟି ବଲରେ ୬୩ ରନ୍ ଯୋଡିଥିଲେ। ତେବେ ହାର୍ଦ୍ଦିକ ୧୪ତମ ଓଭରରେ ଯୁଜବେନ୍ଦ୍ର ଚହଲଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ। 

ଏହା ପରେ ଡେଭିଡ ମିଲର ଏବଂ ଶୁବମାନ ଗିଲ ଇନିଂସକୁ ଆଗକୁ ନେଇ ୨୯ ବଲରେ ୪୭ ରନ୍ ଭାଗିଦାରୀ କରିଥିଲେ। ୪୩ ବଲରେ ଗିଲ୍ ୪୫ ରନ୍ ଏବଂ ୧୯ଟି ବଲରେ ମିଲର୍ ୩୨ ରନ୍ କରି ଅପରାଜିତ ରହି ଦଳକୁ ବିଜୟ କରାଇଥିଲେ। ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ରାଜସ୍ଥାନର ଆରମ୍ଭ ବିଶେଷ ଭଲ ନଥିଲା ଏବଂ ଚତୁର୍ଥ ଓଭର ସୁଦ୍ଧା ୧୬ଟି ବଲରେ ୨୨ ରନ୍ ସ୍କୋର କରିବା ପରେ ଯଶଭି ଜୈସୱାଲ ପାଭିଲିୟନକୁ ଫେରିଥିଲେ। ସାମସନ୍ ଏବଂ ଜୋସ୍ ବଟଲର୍ ଏକାଠି ଇନିଂସକୁ ଆଗକୁ ବଢାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ୧୧ଟି ବଲରେ ୧୪ ରନ୍ ସ୍କୋର କରିବା ପରେ ରାଜସ୍ଥାନ ଅଧିନାୟକ ସଞ୍ଜୁଙ୍କୁ ମଧ୍ୟ ବିଦା କରାଯାଇଥିଲା। 

Also Read: ଦିନରେ ପତ୍ନୀ ସହ ଶାରୀରିକ ସମ୍ପର୍କ ରଖି ସ୍ମୃତିଶକ୍ତି ହରାଇଲେ ବ୍ୟକ୍ତି

ରାଜସ୍ଥାନ ଅଧିନାୟକ ଆଉଟ ହେବା ପରେ ଦେବଦତ୍ତ ପାଦିକକଲ ଦଳର ସ୍କୋର ଆଗକୁ ନେବେ ବୋଲି ଆଶା କରାଯାଉଥିଲା, କିନ୍ତୁ ସେ ମଧ୍ୟ ବହୁତ ଧୀର ଇନିଂସ ଖେଳିଥିଲେ। ଦେବଦତ୍ତ  ୧୦ଟି ବଲରେ ମାତ୍ର ଦୁଇ ରନ୍ ସ୍କୋର କରି ରସିଦଙ୍କ ବଲରେ ବିଦା ହୋଇଥିଲେ। ଶିମ୍ରନ୍ ହେଟମେୟର୍ (୧୧) ପରେ ରବିଚନ୍ଦ୍ରନ୍ ଅଶ୍ୱିନ୍ (୬) ମଧ୍ୟ କିଛି କରିପାରିନଥିଲେ। ରିୟାନ୍ ପାରାଗ୍ ମଧ୍ୟ ଏହିପରି ୧୫ ରନ୍ ସ୍କୋର କରିଥିଲେ। ଟ୍ରେଣ୍ଟ ବୋଲ୍ଟ ସାତୋଟି ବଲରେ ୧୧ ରନ୍ ସଂଗ୍ରହ କରିଥିଲେ। ଆଉ ନିର୍ଦ୍ଧାରିତ ୨୦ ଓଭରରେ ରାଜସ୍ଥାନ ଦଳ କେବଳ ୧୩୦ ରନ୍ ସ୍କୋର କରିପାରିଥିଲା।