Cricket in Olympic: ଅଲମ୍ପିକରୁ କାହିଁକି ବାଦ ପଡ଼ିଥିଲା କ୍ରିକେଟ, ଜାଣନ୍ତୁ ପୂରା ଘଟଣାବଳୀ
Advertisement

Cricket in Olympic: ଅଲମ୍ପିକରୁ କାହିଁକି ବାଦ ପଡ଼ିଥିଲା କ୍ରିକେଟ, ଜାଣନ୍ତୁ ପୂରା ଘଟଣାବଳୀ

ନୂଆଦିଲ୍ଲୀ: ୨୦୨୮ ଲସ ଏଞ୍ଜଲସ୍ ଅଲମ୍ପିକ୍ସରେ ସାମିଲ ହେବ କ୍ରିକେଟ । କ୍ରିକେଟ୍ ସହିତ ୨୦୨୮ ଲସ୍ ଏଞ୍ଜଲସ ଅଲମ୍ପିକ୍ସରେ ବେସବଲ୍,ପ୍ଲାଗ୍ ଫୁଟବଲ,ସିକ୍ସେସ୍ ଓ ସ୍କ୍ୱାସ୍ ମଧ୍ଯ ସାମିଲ ହୋଇଛନ୍ତି । ଟି ଟ୍ୱେଣ୍ଟି ମ୍ୟାଚ୍ ଭାବେ ଅଲମ୍ପିକ୍ସରେ କ୍ରିକେଟ୍ ଖେଳାଯିବ । ମୋଟ ୬ଟି ଟିମ୍ ଏଥିରେ ଭାଗ ନେବେ । ଆୟୋଜକ ଦେଶ ହିସାବରେ ଆମେରିକା ସିଧାସଳ

Cricket in Olympic: ଅଲମ୍ପିକରୁ କାହିଁକି ବାଦ ପଡ଼ିଥିଲା କ୍ରିକେଟ, ଜାଣନ୍ତୁ ପୂରା ଘଟଣାବଳୀ

Cricket in Olympic: ନୂଆଦିଲ୍ଲୀ: ୨୦୨୮ ଲସ ଏଞ୍ଜଲସ୍ ଅଲମ୍ପିକ୍ସରେ ସାମିଲ ହେବ କ୍ରିକେଟ । କ୍ରିକେଟ୍ ସହିତ ୨୦୨୮ ଲସ୍ ଏଞ୍ଜଲସ ଅଲମ୍ପିକ୍ସରେ ବେସବଲ୍,ପ୍ଲାଗ୍ ଫୁଟବଲ,ସିକ୍ସେସ୍ ଓ ସ୍କ୍ୱାସ୍ ମଧ୍ଯ ସାମିଲ ହୋଇଛନ୍ତି । ଟି ଟ୍ୱେଣ୍ଟି ମ୍ୟାଚ୍ ଭାବେ ଅଲମ୍ପିକ୍ସରେ କ୍ରିକେଟ୍ ଖେଳାଯିବ । ମୋଟ ୬ଟି ଟିମ୍ ଏଥିରେ ଭାଗ ନେବେ । ଆୟୋଜକ ଦେଶ ହିସାବରେ ଆମେରିକା ସିଧାସଳଖ ଖେଳିବାର ଯୋଗ୍ୟତା ଅର୍ଜନ କରିପାରେ । ତେବେ ବାକି ୫ ଦେଶ ଚୟନକୁ ନେଇ ନିୟମ ପରେ ଘୋଷଣା ହେବ ବୋଲି ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟରେ ପ୍ରକାଶିତ ହୋଇଛି । 

କ୍ରିକେଟ୍ ଅଲମ୍ପିକ୍ସରେ ସାମିଲ ହେବାକୁ ନେଇ ଭାରତୀୟ କ୍ରିକେଟ ପ୍ରେମୀ ନିଶ୍ଚିନ୍ତ ଭାବେ ଉତ୍ସାହିତ । ତେବେ ଆପଣ ଜାଣିକରି ଆଶ୍ଚର୍ଯ୍ୟ ହେବେ ଯେ, କ୍ରିକେଟ୍ ଆଗରୁ ଅଲମ୍ପିକ୍ସରେ ସାମିଲ ଥିଲା । କିନ୍ତୁ କିଛି କାରଣରୁ ଏହାକୁ ପରେ ଏଥିରୁ ହଟାଇ ଦିଆଯାଇଥିଲା । ସେହି କାରଣ କ’ଣ ଜାଣିବା ଆଗରୁ ଆସନ୍ତୁ ଜାଣିବା କେବେ ଓ କେତେଗୋଟି ଟିମକୁ ନେଇ ଅଲମ୍ପିକ୍ସରେ କ୍ରିକେଟ୍ ଖେଳା ଯାଇଥିଲା 

୧୨୮ ବର୍ଷ ତଳେ ଅଲମ୍ପିକ୍ସରେ ଖେଳାଯାଇଥିଲା କ୍ରିକେଟ୍ 
ଆଜିଠାରୁ ୧୨୮ ବର୍ଷ ତଳେ ପ୍ୟାରିସ ଅଲମ୍ପିକ୍ସରେ କ୍ରିକେଟ୍ ଖେଳାଯାଇଥିଲା । ପ୍ରଥମ ଓ ଶେଷଥର ପାଇଁ ୧୯୦୦ ପ୍ୟାରିସ ଅଲମ୍ପିକ୍ସରେ କ୍ରିକେଟ୍ ସ୍ଥାନ ପାଇଥିଲା । ଏଥିରେ ଦୁଇଟି ଟିମ୍ ଅଂଶଗ୍ରହଣ କରିଥିଲେ । ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ଯରେ ଦୁଇଦିନିଆ ଟେଷ୍ଟ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୧୨ ଜଣ ଖେଳାଳୀ ଫିଲ୍ଡିଂ କରିଥିଲେ । ଇଂଲଣ୍ଡ୍,ଫ୍ରାନ୍ସକୁ ପରାସ୍ତ କରି କ୍ରିକେଟରେ ଅଲମ୍ପିକ୍ସ ମେଡାଲ ହାତେଇଥିଲା । ତେବେ ଏହି ମ୍ୟାଚକୁ କେବେ ମଧ୍ଯ ଫାଷ୍ଟକ୍ଲାସ କ୍ରିକେଟର ମାନ୍ୟତା ମିଳିନଥିଲା । 

ଆସିବାର ଥିଲା ୪ ଦଳ ଆସିଲେ ୨ 
୧୮୯୬ ମସିହାରେ ୨ ହଜାର ବର୍ଷ ପରେ ପ୍ରଥମ ଥର ପାଇଁ ଗ୍ରୀସର ଏଥେନ୍ସରେ ଅଲମ୍ପିକ୍ସ ଖେଳର ଆୟୋଜନ ହୋଇଥିଲା । ଏଥିରେ କ୍ରିକେଟକୁ ମଧ୍ଯ ସାମିଲ କରିବାର ପ୍ରସ୍ତାବ ଥିଲା । କିନ୍ତୁ ଟିମ୍ ନମିଳିବାରୁ ଶେଷମୂହୁର୍ତ୍ତରେ କ୍ରିକେଟ୍ ବାଦ ପଡିଥିଲା । ତେବେ ୧୯ଶହ ମସିହାର ଗ୍ରୀଷ୍ମକାଳୀନ ପ୍ୟାରିସ ଅଲମ୍ପିକ୍ସରେ କ୍ରିକେଟ୍ ସାମିଲ ହୋଇଥିଲା । ମୋଟ ୪ ଟିମ୍ ମଧ୍ଯରେ ପ୍ରତିଦ୍ୱନ୍ଦ୍ୱିତା ହେବାର ଥିଲା । ଟିମ୍ ଥିଲେ ବେଲଜିୟମ,ନେଦରଲ୍ୟାଣ୍ଡ୍,ଇଂଲଣ୍ଡ ଓ ଫ୍ରାନ୍ସ । କିନ୍ତୁ ଠିକ୍ ସମୟରେ ବେଲଜିୟମ ଓ ନେଦରଲ୍ୟାଣ୍ଡ୍ ଟିମ୍ ମ୍ଯାଚ ଖେଳିବାକୁ ଆସିନଥିଲେ । ଫଳରେ କେବଳ ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ଯରେ ମ୍ୟାଚ ଖେଳାଯାଇଥିଲା । ଆଉ ସେହି ଗୋଟିଏ ମ୍ୟାଚକୁ ଫାଇନାଲ ବୋଲି ମଧ୍ଯ ଗ୍ରହଣ କରାଯାଇଥିଲା । ଦୁଇ ଦିନିଆ ଟେଷ୍ଟ ମ୍ୟାଚରେ ପ୍ରଥମ ପାଳିରେ ଇଂଲଣ୍ଡ କରିଥିଲା ୧୧୭ ରନ । ଯବାବରେ ପ୍ରଥମ ପାଳିରେ ଫ୍ରାନ୍ସ କରିଥିଲା ମାତ୍ର୭୮ ରନ । ସେହିଭଳି ଦ୍ୱିତୀୟ ପାଳିରେ ଇଂଲଣ୍ଡର ୧୪୫ ରନ ଯବାବରେ ଫ୍ରାନ୍ସ ମାତ୍ର ୨୬ରନରେ ଅଲଆଉଟ୍ ହୋଇଯାଇଥିଲା । ଆଉ ସ୍ୱର୍ଣ୍ଣ ପଦକ ଇଂଲଣ୍ଡ ନାମରେ ଯାଇଥିଲା । 

୧୯୦୪ରେ ମିଳିଲେନି ଟିମ୍ ! 
ପ୍ୟାରିସ ଅଲମ୍ପିକ୍ସ ପରେ ୧୯୦୪ ମସିହାରେ ପୁଣିଥରେ କ୍ରିକେଟକୁ ସାମିଲ କରିବାକୁ ଉଦ୍ୟମ ହୋଇଥିଲା । କିନ୍ତୁ ଏଥରକ ପ୍ୟାରିସଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଆୟୋଜକ । କାରଣ ୧୯୦୪ ସେଣ୍ଟ୍ ଲୁଇସ୍ ଅଲମ୍ପିକ୍ସରେ କ୍ରିକେଟ୍ ଖେଳିବାକୁ ଆବଶ୍ୟକ ସଂଖ୍ୟକ ଟିମ୍ ମିଳିନଥିଲେ । ଏହାପରଠାରୁ ଅଲମ୍ପିକ୍ସରୁ କ୍ରିକେଟ୍ ଗାଏବ ହୋଇଯାଇଥିଲା । ଏବେ ୧୨୮ ବର୍ଷ ପରେ କ୍ରିକେଟ୍ ପୁଣି କମବ୍ୟାକ୍ କରୁଛି ।