Inzamam Ul Haq on Virat Kohli: ବିରାଟ କୋହଲିଙ୍କୁ ନେଇ ପାକିସ୍ତାନର ପୂର୍ବତନ ଅଧିନାୟକ ଦେଲେ ଏପରି ବୟାନ, କେବେବି ଭୁଲି ପାରିବେନି ଭାରତୀୟ ଫ୍ୟାନ୍ସ
Advertisement
Article Detail0/zeeodisha/odisha1412345

Inzamam Ul Haq on Virat Kohli: ବିରାଟ କୋହଲିଙ୍କୁ ନେଇ ପାକିସ୍ତାନର ପୂର୍ବତନ ଅଧିନାୟକ ଦେଲେ ଏପରି ବୟାନ, କେବେବି ଭୁଲି ପାରିବେନି ଭାରତୀୟ ଫ୍ୟାନ୍ସ

Inzamam Ul Haq on Virat Kohli: ପାକିସ୍ତାନର ପୂର୍ବତନ ଅଧିନାୟକ ଇନଜାମାମ-ଉଲ-ହକ ବିରାଟ କୋହଲିଙ୍କୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି, ଯାହାକୁ ଭାରତୀୟ ପ୍ରଶଂସକମାନେ କେବେବି ଭୁଲି ପାରିବେ ନାହିଁ । ଇନଜାମାମ-ଉଲ-ହକଙ୍କ ମନ୍ତବ୍ୟ ଭାରତୀୟ ପ୍ରଶଂସକଙ୍କ ହୃଦୟ ଜିତିଛି । 

Inzamam Ul Haq on Virat Kohli: ବିରାଟ କୋହଲିଙ୍କୁ ନେଇ ପାକିସ୍ତାନର ପୂର୍ବତନ ଅଧିନାୟକ ଦେଲେ ଏପରି ବୟାନ, କେବେବି ଭୁଲି ପାରିବେନି ଭାରତୀୟ ଫ୍ୟାନ୍ସ

Inzamam Ul Haq on Virat Kohli: ଭାରତୀୟ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଦମଦାର୍ ବ୍ୟାଟିଂ କାରଣରୁ ଭାରତ (Team India) ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ପ୍ରଥମ ମ୍ୟାଚରେ ପାକିସ୍ତାନ (Pakistan) କୁ ପରାସ୍ତ କରିପାରିଥିଲା । ଯାହା ପରେ ଭାରତ ସମେତ ସାରା ଦୁନିଆରୁ ବିରାଟ କୋହଲି (Virat Kohli) ଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଥିଲା । ପାକିସ୍ତାନର ପୂର୍ବତନ ଖେଳାଳିମାନେ ମଧ୍ୟ ବିରାଟ କୋହଲିଙ୍କୁ ପ୍ରଶଂସା କରି ଟ୍ୱିଟ୍ ଓ ବୟାନ ଦେଇଛନ୍ତି । ଏହି କ୍ରମରେ ପାକିସ୍ତାନର ପୂର୍ବତନ ଅଧିନାୟକ ଇନଜାମାମ-ଉଲ-ହକ (Inzamam Ul Haq) ବିରାଟ କୋହଲିଙ୍କୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି, ଯାହାକୁ ଭାରତୀୟ ପ୍ରଶଂସକମାନେ କେବେବି ଭୁଲି ପାରିବେ ନାହିଁ । ଇନଜାମାମ-ଉଲ-ହକଙ୍କ ମନ୍ତବ୍ୟ ଭାରତୀୟ ପ୍ରଶଂସକଙ୍କ ହୃଦୟ ଜିତିଛି । 

ପାକିସ୍ତାନ ବିପକ୍ଷ ଟି-20 ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଇନିଂସରେ ଗୋଟିଏ ସମୟରେ ବିରାଟ କୋହଲି ୨୩ ବଲରେ ୧୫ ରନରେ ଥିଲେ ଓ ପାକିସ୍ତାନ ବିପକ୍ଷରେ ୧୬୦ ରନର ଲକ୍ଷ୍ୟ ପ୍ରତି ମିନିଟ ଅସମ୍ଭବ ମନେ ହେଉଥିଲା । ଏହା ପରେ ବିରାଟ କୋହଲି ସମସ୍ତଙ୍କୁ ଚକିତ କରି ଦ୍ରୁତ ଗତିରେ ରନ ସ୍କୋର କରିବାକୁ ଲାଗିଥିଲେ । ବିରାଟ ପରବର୍ତ୍ତୀ ୩୦ ବଲରେ ୬୭ ରନ୍ କରିଥିଲେ,  ଯେଉଁଥିରେ ତାଙ୍କର ଶେଷ ୧୧ ବଲରେ ୩୬ ରନ ସାମିଲ ଥିଲା । ବିରାଟ କୋହଲି ଏହି ମ୍ୟାଚରେ ୫୩ ବଲରେ ଅପରାଜିତ ୮୨ ରନର ଇନିଂସ ଖେଳିଥିଲେ । ଭାରତ ଏହି ମ୍ୟାଚକୁ ଶେଷ ବଲରେ ୪ ୱିକେଟରେ ଜିତି ନେଇଥିଲା । ପାକିସ୍ତାନର ପୂର୍ବତନ ଅଧିନାୟକ ଇନଜାମାମ-ଉଲ-ହକ କୋହଲିଙ୍କ ଅପରାଜିତ ଇନିଂସକୁ ନେଇ ଆଶ୍ଚର୍ଯ୍ୟ ଥିଲେ ।

ଇନଜାମାମ କହିଛନ୍ତି ଯେ, ଡାହାଣହାତୀ ବ୍ୟାଟ୍ସମ୍ୟାନ ପାଖରେ ନିଜ ଦମରେ ମ୍ୟାଚ୍ ଜିତାଇବାର କ୍ଷମତା ସହ ନିଜ କ୍ଲାସ୍ ରହିଛି । ବିଶେଷ କରି ଦଳ ଯେଉଁ ସମୟରେ ଚାପରେ ରହିଛି । ଇନଜାମାମ-ଉଲ-ହକ ଆଗକୁ କହିଛନ୍ତି ଯେ, ଭାରତୀୟ ଦଳର ବିଜୟ ପାଇଁ ସମସ୍ତ ଶ୍ରେୟ ବିରାଟ କୋହଲିଙ୍କୁ ଦିଆଯିବା ଉଚିତ୍ । ସେ ଯେଉଁଭଳି ଭାବରେ ଖେଳିଛନ୍ତି ତାହା ଅତ୍ୟନ୍ତ ଚମତ୍କାର ଥିଲା । ବିରାଟ କେବଳ ଏହି ପ୍ରକାରର ଖେଳାଳୀ ଓ ଏହା ଏପରି ନୁହେଁ ଯେ ସେ ଏପରି କରିଛନ୍ତି ଯାହା ସେ କରିନାହାଁନ୍ତି କିମ୍ବା କରିପାରିବେ ନାହିଁ । ସେ ଭଲ ଖେଳିଛନ୍ତି ଓ ଏହା ଏକ ଭଲ ଇନିଂସ ଥିଲା । ତାଙ୍କର ସାମର୍ଥ୍ୟ ଅଛି ଯେ ସେ ନିଜ ଦମରେ ଏକାକୀ ମ୍ୟାଚ୍ ଜିତାଇ ପାରିବେ ।

ଅଧିକ ପଢ଼ନ୍ତୁ:-ହୋଇଯାଆନ୍ତୁ ସତର୍କ, ଆସୁଛି କୋରୋନାର ଆଉ ଏକ ଲହର!

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦେବେ ରୋହିତ ଶର୍ମା? ଜାଣନ୍ତୁ ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ଦଳର ସମ୍ଭାବ୍ୟ ଏକାଦଶ

ଅଧିକ ପଢ଼ନ୍ତୁ:-ଦିନ ୧.୩୦ରୁ ଖେଳାଯିବ ନାହିଁ ଭାରତ-ନେଦରଲ୍ୟାଣ୍ଡ ମ୍ୟାଚ୍, ଏଠାରେ ଦେଖନ୍ତୁ ଟାଇମିଂ

 

ଇନଜାମାମ ତାଙ୍କ ୟୁଟ୍ୟୁବ ଚ୍ୟାନେଲ 'ଦି ମ୍ୟାଚ୍ ୱିନର' ରେ କହିଛନ୍ତି ଯେ, ଅନେକ ଖେଳାଳି ଅଛନ୍ତି ଯେଉଁମାନେ ନିଜ ଦମରେ ମ୍ୟାଚ୍ ଜିତାଇ ପାରିବେ । କିଛି ଖେଳାଳି ରନ୍ ସ୍କୋର କରିବା ସତ୍ତ୍ୱେ ମ୍ୟାଚ୍ ଜିତିପାରିବେ ନାହିଁ କିନ୍ତୁ କିଛି ଖେଳାଳି ଅଛନ୍ତି ଯେଉଁମାନେ ନିଜ ଦଳ ପାଇଁ ଏକାକୀ ଓ ଚାପରେ ଏହିପରି ମ୍ୟାଚ୍ ଜିତନ୍ତି । ବିରାଟ କୋହଲି ହେଉଛନ୍ତି ଏଭଳି ଖେଳାଳି ଓ ସେ ନିଜକୁ ପ୍ରମାଣ କରିଛନ୍ତି ।