Team India: ୩ ମ୍ୟାଚରେ ଖେଳିବେନି ରୋହିତ, ବିରାଟ ଏବଂ ରାହୁଲ, ଏହି ଖେଳାଳି ନେବେ ଟିମ୍ ଇଣ୍ଡିଆର ନେତୃତ୍ୱ!
Advertisement

Team India: ୩ ମ୍ୟାଚରେ ଖେଳିବେନି ରୋହିତ, ବିରାଟ ଏବଂ ରାହୁଲ, ଏହି ଖେଳାଳି ନେବେ ଟିମ୍ ଇଣ୍ଡିଆର ନେତୃତ୍ୱ!

Team India: ଆଗାମୀ ବର୍ଷ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ଟି-20 ସିରିଜ ଖେଳିବ । ଏହି ସିରିଜରେ ଭାରତୀୟ ଦଳର ୩ ଷ୍ଟାର୍ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଏବଂ କେଏଲ ରାହୁଲଙ୍କୁ ବିଶ୍ରାମ ପ୍ରଦାନ କରାଯାଇପାରେ ବୋଲି ସୂଚନା ରହିଛି । କିନ୍ତୁ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇନାହିଁ । 

Team India: ୩ ମ୍ୟାଚରେ ଖେଳିବେନି ରୋହିତ, ବିରାଟ ଏବଂ ରାହୁଲ, ଏହି ଖେଳାଳି ନେବେ ଟିମ୍ ଇଣ୍ଡିଆର ନେତୃତ୍ୱ!

India vs Sri Lanka T20 Series: ବର୍ତ୍ତମାନ ଭାରତ ଓ ବାଂଲାଦେଶ ମଧ୍ୟରେ ଦିନିକିଆ ସିରିଜ (India vs Bangladesh ODI Series) ଚାଲିଛି । ଏହି ସିରିଜର ପ୍ରଥମ ମ୍ୟାଚ (India vs Bangladesh 1st ODI Match) ରେ ବାଂଲାଦେଶ ଭାରତକୁ ୧ ୱିକେଟରେ ପରାସ୍ତ କରିଛି । ସେପଟେ ଆଗାମୀ ବର୍ଷ ଭାରତୀୟ ଦଳ (Indian Cricket Team) ଶ୍ରୀଲଙ୍କା ବିପକ୍ଷରେ ଟି-20 ସିରିଜ (IND vs SL T20 Series) ଖେଳିବ । ଏହି ସିରିଜରେ ଭାରତୀୟ ଦଳର ୩ ଷ୍ଟାର୍ ଖେଳାଳି ରୋହିତ ଶର୍ମା (Rohit Sharma), ବିରାଟ କୋହଲି (Virat Kohli) ଏବଂ କେଏଲ ରାହୁଲ (KL Rahul) ଙ୍କୁ ବିଶ୍ରାମ ପ୍ରଦାନ କରାଯାଇପାରେ ବୋଲି ସୂଚନା ରହିଛି । କିନ୍ତୁ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜ ପାଇଁ ଭାରତୀୟ ଦଳ (Team India) ଘୋଷଣା ହୋଇନାହିଁ । ଏହି ସିରିଜ୍ ଆସନ୍ତା ବର୍ଷ ଜାନୁଆରୀରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବ । ଯଦିଓ ଏହି ସିରିଜ୍ ପାଇଁ ଦଳ ଏପର୍ଯ୍ୟନ୍ତ ଚୟନ ହୋଇନାହିଁ । କିନ୍ତୁ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ସୂତ୍ର ଅନୁଯାୟୀ, ଏହି ତିନି ଖେଳାଳିଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ଚୟନ କରାଯାଉଥିବା ଦଳରୁ ବିଶ୍ରାମ ଦିଆଯିବ । 

ଇନସାଇଡ୍ ସ୍ପୋର୍ଟ ସହିତ ବାର୍ତ୍ତାଳାପ ସମୟରେ ସୂତ୍ର ମଧ୍ୟ ଦାବି କରିଛି ଯେ, ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜ (India vs Sri Lanka T20 Series) ରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandy) ଙ୍କୁ ଅଧିନାୟକତ୍ୱର ଦାୟିତ୍ୱରେ ଦେଖିବାକୁ ମିଳିବ । ଆସନ୍ତା ବର୍ଷ ଜାନୁଆରୀରେ ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ୩ଟି ଟି-20 ମ୍ୟାଚ୍ ସିରିଜରୁ ରୋହିତ ଶର୍ମା (Rohit Sharma), ବିରାଟ କୋହଲି (Virat Kohli) ଙ୍କୁ ବିଶ୍ରାମ ଦିଆଯିବ । ସେପଟେ ଉପ-ଅଧିନାୟକ କେ ଏଲ୍ ରାହୁଲ (KL Rahul) ନିଜ ବାହାଘର ଯୋଗୁଁ ଏହି ସିରିଜରୁ ଦୂରେଇ ରହିବେ । ଏମାନଙ୍କ ବ୍ୟତୀତ ଦୀନେଶ କାର୍ତ୍ତିକ (Dinesh Karthik), ଆର ଅଶ୍ୱିନ (R Ashwin), ମହମ୍ମଦ ଶାମି (Mohammed Shami) ଙ୍କ ପରି ବରିଷ୍ଠ ଖେଳାଳିମାନେ ମଧ୍ୟ ଏହି ସିରିଜରେ ଖେଳୁଥିବାର ଦେଖିବାକୁ ମିଳିବ ନାହିଁ । ବିସିସିଆଇ (BCCI) ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ InsideSport ଲେଖିଛି ଯେ, "ଡିସେମ୍ବରରେ ଏକ ନୂତନ ଚୟନ କମିଟି ଗଠନ କରାଯିବ । ଶ୍ରୀଲଙ୍କା ସିରିଜ ପାଇଁ ଭାରତୀୟ ଦଳ କିପରି ହେବ ସେନେଇ ସେମାନେ ଅନ୍ତିମ ନିଷ୍ପତ୍ତି ନେବେ? କିନ୍ତୁ ଏହା ନିଶ୍ଚିତ ଯେ ବର୍ତ୍ତମାନ ଆମେ କିଛି ନାମ ଉପରେ ଉପରକୁ ଉଠିଥିବାର ଦେଖାଯିବ । ରୋହିତ ଶର୍ମା, ବିରାଟ କୋହଲିଙ୍କୁ ଏ ବିଷୟରେ ପୂର୍ବରୁ କୁହାଯାଇଛି । ସେମାନେ ମଧ୍ୟ ଏହି ପ୍ରସଙ୍ଗରେ ବିସିସିଆଇ ସହିତ ଅଛନ୍ତି ।"

ଅଧିକ ପଢ଼ନ୍ତୁ:-ଗୋଲଡେନ୍ ବୁଟ୍ ରେସରେ ସବୁଠାରୁ ଆଗରେ Mbappe, ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ରୋନାଲ୍ଡ ଓ ମେସି

ଅଧିକ ପଢ଼ନ୍ତୁ:-୯ ୱିକେଟ ଖସିବା ପରେ ବି କେମିତି ଜିତିଲା ବାଂଲାଦେଶ? ମେହଦି ହସନ କଲେ ବଡ଼ ଖୁଲାସା

ଅଧିକ ପଢ଼ନ୍ତୁ:-ମ୍ୟାଚ ହାରିବା ପରେ ରୋହିତ ଶର୍ମା ଦେଲେ ବଡ଼ ବୟାନ, ପରାଜୟ ପାଇଁ ଏମାନଙ୍କୁ କଲେ ଦାୟୀ

 

 

ଏଠାରେ କହି ରଖୁଛୁ ଯେ, ରୋହିତ ଶର୍ମା (Rohit Sharma), ବିରାଟ କୋହଲି (Virat Kohli) ଙ୍କ ପରି ସିନିୟରମାନେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ନ ଖେଳିବା, ପରବର୍ତ୍ତୀ ଟି-20 ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ (Team India) ର ପ୍ରସ୍ତୁତିର ଏକ ଅଂଶ ଭାବେ ଦେଖାଯାଉଛି । ବାସ୍ତବରେ, ଆଗାମୀ ଟି-20 ବିଶ୍ୱକପ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandy) ଙ୍କ ନେତୃତ୍ୱରେ ଏକ ନୂତନ ଦଳ ପ୍ରସ୍ତୁତ କରିବାକୁ ବିସିସିଆଇ ମୁଡରେ ଅଛି । ଆଗାମୀ ଟି-20 ବିଶ୍ୱକପ ପାଇଁ ରୋହିତ ଶର୍ମା, ବିରାଟ କୋହଲି କିମ୍ବା ଅନ୍ୟ ସିନିୟରମାନେ ଏହି ଯୋଜନାର ଅଂଶ ନୁହଁନ୍ତି । ଏହି କାରଣରୁ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ସମସ୍ତ ସିନିୟର ଖେଳାଳି ଖେଳୁ ନଥିବାର ଦେଖିବାକୁ ମିଳିବ ।