IND vs SL: ଏହି ଖେଳାଳିଙ୍କୁ ସୁଯୋଗ ଦେଇ ନିଜ ଗୋଡ଼ରେ କୁରାଢ଼ୀ ମାରିଲା BCCI, ଅଧିନାୟକ ହାର୍ଦ୍ଦିକ ପୂରା ଟି-20 ସିରିଜରେ ରଖିବେ ବାହାର!
Advertisement

IND vs SL: ଏହି ଖେଳାଳିଙ୍କୁ ସୁଯୋଗ ଦେଇ ନିଜ ଗୋଡ଼ରେ କୁରାଢ଼ୀ ମାରିଲା BCCI, ଅଧିନାୟକ ହାର୍ଦ୍ଦିକ ପୂରା ଟି-20 ସିରିଜରେ ରଖିବେ ବାହାର!

India vs Sri Lanka T20 Series: ଜାନୁଆରୀ ୩ରେ ପ୍ରଥମ T20 ମୁମ୍ବାଇରେ, ଜାନୁଆରୀ ୫ରେ ଦ୍ୱିତୀୟ T20 ପୁଣେରେ ଏବଂ ଜାନୁଆରୀ ୭ରେ ତୃତୀୟ T20 ରାଜକୋଟରେ ଠାରେ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ଜାନୁଆରୀ  ୧୦ରେ ଗୌହାଟି, ଦ୍ୱିତୀୟ ଦିନିକିଆ ଜାନୁଆରୀ ୧୨ରେ କୋଲକାତା ଏବଂ ତୃତୀୟ ଦିନିକିଆ ଜାନୁଆରୀ ୧୫ରେ ତ୍ରିଭେନ୍ଦ୍ରମରେ ଖେଳାଯିବ ।

IND vs SL: ଏହି ଖେଳାଳିଙ୍କୁ ସୁଯୋଗ ଦେଇ ନିଜ ଗୋଡ଼ରେ କୁରାଢ଼ୀ ମାରିଲା BCCI, ଅଧିନାୟକ ହାର୍ଦ୍ଦିକ ପୂରା ଟି-20 ସିରିଜରେ ରଖିବେ ବାହାର!

India vs Sri Lanka T20 Series: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ୍ (IND vs SL T20 Series) ଜାନୁୟାରୀ ୩ରୁ ଆରମ୍ଭ ହେବାକୁ ଯାଉଛି । ଏହି ଗୁରୁତ୍ୱପୂର୍ଣ୍ଣ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ (Team India) ର ଜଣେ ଖେଳାଳିଙ୍କୁ ସୁଯୋଗ ଦେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ନିଜ ଗୋଡ଼ରେ କୁରାଢ଼ୀ ମାରିନେଇଛି । ଏଠାରେ କହି ରଖୁଛୁ ଯେ, ଶ୍ରୀଲଙ୍କା ଟି-20 ଫର୍ମାଟରେ ଏକ ଖତରନାକ୍ ଦଳ ଭାବରେ ମନେ କରାଯାଏ । ଏଭଳି ପରିସ୍ଥିତିରେ ଏହି ଖେଳାଳି ଶ୍ରୀଲଙ୍କା ବିପକ୍ଷ ଏହି ବଡ଼ ଟି-20 ସିରିଜରେ ଟିମ୍ ଇଣ୍ଡିଆର ପରାଜୟର କାରଣ ମଧ୍ୟ ହୋଇପାରନ୍ତି ।

ଶ୍ରୀଲଙ୍କା ସେହି ଦଳ, ଯିଏ ଏସିଆ କପ୍ ଟି-20 ୨୦୨୨ (Asia Cup 2022) ର ସୁପର-4 ମ୍ୟାଚରେ ଭାରତ (Indian Team) କୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରୁ ବାହାର କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଶ୍ରୀଲଙ୍କା ମଧ୍ୟ ବର୍ତ୍ତମାନର ଏସିଆର ଚାମ୍ପିଅନ୍ ଦଳ । ଟିମ୍ ଇଣ୍ଡିଆ (Team India) ର ଟି-20 ଅଧିନାୟକ (Indian T20 Captain) ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ତାଙ୍କ ଅଧିନାୟକତ୍ୱରେ ଗୋଟିଏ ମ୍ୟାଚ୍ ହାରିବାକୁ ଚାହାଁନ୍ତି ନାହିଁ । ଏଭଳି ପରିସ୍ଥିତିରେ ସେ ଶ୍ରୀଲଙ୍କା ବିପକ୍ଷ ପୂରା ଟି-20 ସିରିଜରେ ଏହି ଖେଳାଳିଙ୍କୁ ବେଞ୍ଚରେ ବସାଇ ରଖିପାରନ୍ତି ।

ଏଠାରେ କହି ରଖୁଛୁ ଯେ, ଖରାପ ଫର୍ମ ସହ ସଂଘର୍ଷ କରୁଥିବା ଲେଗ୍ ସ୍ପିନର ୟୁଜଭେନ୍ଦ୍ର ଚହଲ (Yuzvendra Chahal) ଙ୍କୁ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ (IND vs SL) ରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ବେଞ୍ଚରେ ବସାଇ ରଖିବେ । ଯଦି ଆମେ ୟୁଜବେନ୍ଦ୍ର ଚହଲଙ୍କ ରେକର୍ଡକୁ ଦେଖିବା, ତେବେ ସେ ଗତ ୧୦ଟି  ଟି-୨୦ ଅନ୍ତର୍ଜାତୀୟ ଇନିଂସରେ ମାତ୍ର ୧୦ ୱିକେଟ୍ ନେଇଛନ୍ତି ଓ ୪ଟି ଟି-20 ଅନ୍ତର୍ଜାତୀୟ ମ୍ୟାଚରେ ଏପରି ମଧ୍ୟ ଘଟିଛି ଯେ ୟୁଜବେନ୍ଦ୍ର ଚହଲ ଗୋଟିଏ ବି ୱିକେଟ୍ ନେଇପାରିନାହାଁନ୍ତି ।

ଏଭଳି ଫ୍ଲପ୍ ପ୍ରଦର୍ଶନ ଯୋଗୁଁ ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜରେ ଟିମ୍ ଇଣ୍ଡିଆ ପାଇଁ ପରାଜୟର ସବୁଠାରୁ ବଡ଼ କାରଣ ୟୁଜଭେନ୍ଦ୍ର ଚହଲ ହୋଇପାରନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଅଧିନାୟକତ୍ୱରେ କୌଣସି ବିପଦ ନେବାକୁ ଚାହୁଁନାହାଁନ୍ତି । ଏଭଳି ପରିସ୍ଥିତିରେ ସେ ୟୁଜବେନ୍ଦ୍ର ଚହଲଙ୍କୁ ଛାଡି ଚୂଡ଼ାନ୍ତ ଏକାଦଶରେ ୱାଶିଂଟନ୍ ସୁନ୍ଦର ଓ ଅକ୍ସର ପଟେଲଙ୍କ ବିପଜ୍ଜନକ ସ୍ପିନ୍ ଯୋଡିଙ୍କୁ ସୁଯୋଗ ମିଳିବ । ୱାଶିଂଟନ୍ ସୁନ୍ଦର ଓ ଅକ୍ସର ପଟେଲଙ୍କ ଖତରନାକ୍ ସ୍ପିନ୍ ଯୋଡି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କ ପାଇଁ କାଳ ପ୍ରମାଣିତ ହୋଇପାରେ ।

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ T20 ଭାରତୀୟ ଦଳ

ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଋତୁରାଜ ଗାଇକୱାଡ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଯଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଉମରାନ ମଲିକ, ଶିବମ ମାବୀ ଏବଂ ମୁକେଶ କୁମାର ।

ଅଧିକ ପଢ଼ନ୍ତୁ:-ମାତ୍ର କିଛି ମିନିଟରେ ଜାଣନ୍ତୁ ଗ୍ରୀନ୍ ମଟର ଅସଲି ନା ନକଲି, FSSAI କହିଲା ଏହି ସହଜ ଟ୍ରିକ୍

ଅଧିକ ପଢ଼ନ୍ତୁ:-ଖୁସି ଖବର: ଫିଟମେଣ୍ଟ ଫ୍ୟାକ୍ଟର୍ ଉପରେ ଆସିଲା ବଡ଼ ଅପଡେଟ୍, ଏହି ଦିନ ବଢ଼ିବ ଦରମା!

ଅଧିକ ପଢ଼ନ୍ତୁ:-ସ୍ୱାମୀଙ୍କ ସମ୍ପତ୍ତି ଉପରେ ଏତେ ରହିଥାଏ ସ୍ତ୍ରୀଙ୍କର ଅଧିକାର, ଜାଣନ୍ତୁ ଶାଶୁଘରର ସମ୍ପତ୍ତି ଉପରେ କେତେ ମିଳିଥାଏ ଅଧିକାର?

 

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଦିନିକିଆ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷାର ପଟେଲ, ମହମ୍ମଦ ସିରାଜ, ଉମରାନ ମଲିକ ଏବଂ ଅର୍ଶଦୀପ ସିଂହ ।

ଏଠାରେ କହି ରଖୁଛୁ ଯେ, ଜାନୁଆରୀ ୩ରେ ପ୍ରଥମ T20 ମୁମ୍ବାଇରେ, ଜାନୁଆରୀ ୫ରେ ଦ୍ୱିତୀୟ T20 ପୁଣେରେ ଏବଂ ଜାନୁଆରୀ ୭ରେ ତୃତୀୟ T20 ରାଜକୋଟରେ ଠାରେ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ଜାନୁଆରୀ  ୧୦ରେ ଗୌହାଟି, ଦ୍ୱିତୀୟ ଦିନିକିଆ ଜାନୁଆରୀ ୧୨ରେ କୋଲକାତା ଏବଂ ତୃତୀୟ ଦିନିକିଆ ଜାନୁଆରୀ ୧୫ରେ ତ୍ରିଭେନ୍ଦ୍ରମରେ ଖେଳାଯିବ ।