ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ପରେ ଭାଇରାଲ ହେଉଛି ପୃଥ୍ୱୀ ଶ'ଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ, ଜାଣନ୍ତୁ କ'ଣ ଲେଖାଯାଇଛି?
Advertisement

ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ପରେ ଭାଇରାଲ ହେଉଛି ପୃଥ୍ୱୀ ଶ'ଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ, ଜାଣନ୍ତୁ କ'ଣ ଲେଖାଯାଇଛି?

Prithvi Shaw: ପୃଥ୍ୱୀ ଶ' ଏହି ପୋଷ୍ଟରେ କାହାର ନାମ ନେଇ ନାହାଁନ୍ତି, କିନ୍ତୁ ଟିମ୍ ଇଣ୍ଡିଆରେ ସ୍ଥାନ ନ ପାଇବା ସହ ଏହାକୁ ଲିଙ୍କ୍ କରି ଦେଖାଯାଉଛି । ପୃଥ୍ୱୀ ଶ' ବର୍ତ୍ତମାନ ଜୋରଦାର ଫର୍ମରେ ଅଛନ୍ତି, ନିକଟରେ ନ୍ୟୁଜିଲ୍ୟାଣ୍ଡ ଏ ବିପକ୍ଷ ଦ୍ୱିତୀୟ ଅଣଆନୁଷ୍ଠାନିକ ODI ରେ ଏହି ଖେଳାଳି ଦ୍ରୁତ ଅର୍ଦ୍ଧଶତକ ସହ ୭୭ ରନର ଚମତ୍କାର ଇନିଂସ ଖେଳିଥିଲେ...

ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ପରେ ଭାଇରାଲ ହେଉଛି ପୃଥ୍ୱୀ ଶ'ଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ, ଜାଣନ୍ତୁ କ'ଣ ଲେଖାଯାଇଛି?

ନୂଆଦିଲ୍ଲୀPrithvi Shaw: ରବିବାର ଅର୍ଥାତ ଅକ୍ଟୋବର ୨ରେ ଦକ୍ଷିଣ ଆଫ୍ରିକା (South Africa) ବିପକ୍ଷ ଆଗାମୀ ଦିନିକିଆ ସିରିଜ (ODI Series) ପାଇଁ ଭାରତ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳ (Team India) ଘୋଷଣା କରିଛି । ଶିଖର ଧୱନ (Shikhar Dhawan) ଙ୍କୁ ଦଳର କମାଣ ହସ୍ତାନ୍ତର କରାଯାଇଥିବାବେଳେ ଦଳର ଉପ-ଅଧିନାୟକ ଦାୟିତ୍ୱ ଶ୍ରେୟାସ ଆୟର (Shreyas Iyer) ଙ୍କୁ ପ୍ରଦାନ କରାଯାଇଛି । ୧୬ ଖେଳାଳିଙ୍କ ଏହି ଟିମରେ ରଜତ ପାଟିଦାର, ମୁକେଶ କୁମାରଙ୍କ ସମେତ ଶାହବାଜ ଅହମ୍ମଦ ଓ ରାହୁଲ ତ୍ରିପାଠୀଙ୍କ ଭଳି ଆଇପିଏଲ ଷ୍ଟାର ମଧ୍ୟ ସ୍ଥାନ ପାଇଛନ୍ତି । କିନ୍ତୁ ଦଳରେ ଗୋଟିଏ ନାମ ନିଖୋଜ ଥିଲା ଯାହାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ସେ ହେଉଛନ୍ତି ପୃଥ୍ୱୀ ଶ' (Prithvi Shaw) ।

ଟିମ୍ ଇଣ୍ଡିଆର ଘୋଷଣାର କିଛି ସମୟ ପରେ ପୃଥ୍ୱୀ ଶ' (Prithvi Shaw) ନିଜ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ (Prithvi Shaw Instagram Post) କରିଛନ୍ତି, ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି । ପୃଥ୍ୱୀ ଶ' (Prithvi Shaw) ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଯେ, "ସେମାନଙ୍କ କଥା ଉପରେ ବିଶ୍ୱାସ କରନ୍ତୁ ନାହିଁ, ସେମାନଙ୍କ କାର୍ଯ୍ୟକଳାପ ଉପରେ ଭରସା କରନ୍ତୁ ନାହିଁ, କାରଣ କର୍ମ ପ୍ରମାଣ କରିବ କି ଶବ୍ଦଗୁଡ଼ିକ ଅର୍ଥହୀନ କାହିଁକି ।" ପୃଥ୍ୱୀ ଶ' ଏହି ପୋଷ୍ଟରେ କାହାର ନାମ ନେଇ ନାହାଁନ୍ତି, କିନ୍ତୁ ଟିମ୍ ଇଣ୍ଡିଆରେ ସ୍ଥାନ ନ ପାଇବା ସହ ଏହାକୁ ଲିଙ୍କ୍ କରି ଦେଖାଯାଉଛି । 

ପୃଥ୍ୱୀ ଶ'ଙ୍କର ଏହି ଷ୍ଟୋରୀ ଦର୍ଶାଏ ଯେ ସେ ଭାରତୀୟ ଦଳରେ ସ୍ଥାନ ପାଇ ନ ଥିବାରୁ ସେ କେତେ ଦୁଃଖିତ ଅଛନ୍ତି । ପୃଥ୍ୱୀ ଶ' ଜୁଲାଇ ୨୦୨୧ରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ । ପୃଥ୍ୱୀ ଶ' ବର୍ତ୍ତମାନ ଜୋରଦାର ଫର୍ମରେ ଅଛନ୍ତି, ନିକଟରେ ନ୍ୟୁଜିଲ୍ୟାଣ୍ଡ ଏ ବିପକ୍ଷ ଦ୍ୱିତୀୟ ଅଣଆନୁଷ୍ଠାନିକ ODI ରେ ଏହି ଖେଳାଳି ଦ୍ରୁତ ଅର୍ଦ୍ଧଶତକ ସହ ୭୭ ରନର ଚମତ୍କାର ଇନିଂସ ଖେଳିଥିଲେ । ଏହାସହ ପୃଥ୍ୱୀ ଶ' ଦିଲୀପ ଟ୍ରଫି ୨୦୨୨ର ସେମିଫାଇନାଲରେ ସେଣ୍ଟାଲ ଜୋନ ବିରୋଧରେ ପ୍ରଥମ ଇଂନିସରେ ୬୦ ଓ ଦ୍ୱିତୀୟ ଇଂନିସରେ ୧୪୦ ରନର ଚମତ୍କାର ଇଂନିସ ଖେଳିଛନ୍ତି ।

ଅଧିକ ପଢ଼ନ୍ତୁ:-ଆଧୁନିକ ଯୁଗର ନୋସ୍ତ୍ରେଦମସ୍! ରାଣୀ ଏଲିଜାବେଥଙ୍କ ମୃତ୍ୟୁ ସମେତ ଏହି ଭବିଷ୍ୟବାଣୀ ହୋଇଛି ସତ, ବର୍ତ୍ତମାନ ତୃତୀୟ ବିଶ୍ୱଯୁଦ୍ଧର ଦେଲେ ଚେତାବନୀ

ଅଧିକ ପଢ଼ନ୍ତୁ:-ଯଦି ଲଭ୍ ପାର୍ଟନର ସହ ହୋଇଯାଏ ଝଗଡ଼ା, ତେବେ ପରେ କରନ୍ତୁ ନାହିଁ ଏସବୁ କାମ

ଏଠାରେ କହି ରଖୁଛୁ ଯେ, ଭାରତୀୟ ଦଳକୁ ଅକ୍ଟୋବର ୬ରୁ ୧୧ ପର୍ଯ୍ୟନ୍ତ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ସହ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳିବାର ଅଛି । ଉଭୟ ଦଳ ବର୍ତ୍ତମାନ ୩ ମ୍ୟାଚ୍ ବିଶିଷ୍ଟ T20I ସିରିଜ୍ ଖେଳୁଛନ୍ତି । ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଅନେକ ଯୁବ ଖେଳାଳିଙ୍କୁ ODI ସିରିଜ୍ ପାଇଁ ସୁଯୋଗ ଦିଆଯାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ପାଇଁ ଭାରତୀୟ ଦଳ ଏପରି କିଛି ରହିଛି: ଶିଖର ଧାୱନ  (ଅଧିନାୟକ), ଶ୍ରେୟସ୍ ଆୟର୍ (ଉପ-ଅଧିନାୟକ), ରୁତୁରାଜ ଗାଇକୱାଡ, ଶୁଭମାନ ଗିଲ, ରଜତ ପାଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଶନ (ୱିକେଟକିପର), ସଞ୍ଜୁ ସାମସନ (ୱିକେଟକିପର), ଶାହାବାଜ ଅହମ୍ମଦ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ରବି ବିଷ୍ଣୋଇ, ମୁକେଶ କୁମାର, ଆବେଶ ଖାନ, ମହମ୍ମଦ୍ ସିରାଜ, ଦୀପକ ଚହର ।