IND vs NZ: ଭାରତ-ନ୍ୟୁଜିଲ୍ୟାଣ୍ଡ ଟି-20 ସିରିଜ ପାଇଁ ଘୋଷଣା ହେଲା ଦଳ, ବର୍ତ୍ତମାନ ହଠାତ୍ ଏହି ବୋଲରଙ୍କୁ କରାଗଲା ଅଧିନାୟକ
Advertisement

IND vs NZ: ଭାରତ-ନ୍ୟୁଜିଲ୍ୟାଣ୍ଡ ଟି-20 ସିରିଜ ପାଇଁ ଘୋଷଣା ହେଲା ଦଳ, ବର୍ତ୍ତମାନ ହଠାତ୍ ଏହି ବୋଲରଙ୍କୁ କରାଗଲା ଅଧିନାୟକ

IND vs NZ: ନ୍ୟୁଜିଲ୍ୟାଣ୍ଡ ଦଳ ଭାରତ ଗସ୍ତ କରିବ । ଜାନୁଆରୀ ୧୮ରୁ ନ୍ୟୁଜିଲ୍ୟାଣ୍ଡର ଭାରତ ଗସ୍ତ ଆରମ୍ଭ ହେବ । ଏହି ଗସ୍ତରେ ଭ୍ରମଣକାରୀ ଦଳ ଓ ଟିମ୍ ଇଣ୍ଡିଆ ମଧ୍ୟରେ ୩ଟି ଦିନିକିଆ ଓ ୩ଟି ଟି-20 ମ୍ୟାଚ ଖେଳାଯିବ । ଏହି ଗସ୍ତ ପାଇଁ ନ୍ୟୁଜିଲ୍ୟାଣ୍ଡ ପୂର୍ବରୁ ଦିନିକିଆ ଦଳ ଘୋଷଣା କରିସାରିଛି ଓ ବର୍ତ୍ତମାନ ଟି-20 ଦଳ ମଧ୍ୟ ଘୋଷଣା କରିଛି ।

IND vs NZ: ଭାରତ-ନ୍ୟୁଜିଲ୍ୟାଣ୍ଡ ଟି-20 ସିରିଜ ପାଇଁ ଘୋଷଣା ହେଲା ଦଳ, ବର୍ତ୍ତମାନ ହଠାତ୍ ଏହି ବୋଲରଙ୍କୁ କରାଗଲା ଅଧିନାୟକ

India vs New Zealand T20 Series: ଭାରତୀୟ ଦଳ ବର୍ତ୍ତମାନ ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ (India vs Sri Lanka ODI Series) ଖେଳୁଛି । ଏହି ସିରିଜ୍ ପରେ ନ୍ୟୁଜିଲ୍ୟାଣ୍ଡ ଦଳ (New Zealand Team) ଭାରତ ଗସ୍ତ କରିବ । ଜାନୁଆରୀ ୧୮ରୁ ନ୍ୟୁଜିଲ୍ୟାଣ୍ଡର ଭାରତ ଗସ୍ତ ଆରମ୍ଭ ହେବ । ଏହି ଗସ୍ତରେ ଭ୍ରମଣକାରୀ ଦଳ ଓ ଟିମ୍ ଇଣ୍ଡିଆ (Team India) ମଧ୍ୟରେ ୩ଟି ଦିନିକିଆ ଓ ୩ଟି ଟି-20 ମ୍ୟାଚ ଖେଳାଯିବ । ଏହି ଗସ୍ତ ପାଇଁ ନ୍ୟୁଜିଲ୍ୟାଣ୍ଡ ପୂର୍ବରୁ ଦିନିକିଆ ଦଳ ଘୋଷଣା କରିସାରିଛି ଓ ବର୍ତ୍ତମାନ ଟି-20 ଦଳ ମଧ୍ୟ ଘୋଷଣା କରିଛି । ଏହି ସିରିଜରେ ମଧ୍ୟ ଜଣେ ନୂଆ ଅଧିନାୟକ ନଜର ଆସିବେ । ଟି-20 ସିରିଜ୍ ପାଇଁ ନ୍ୟୁଜିଲ୍ୟାଣ୍ଡ ୧୫ ଜଣିଆ ସଦସ୍ୟଙ୍କ ଏକ ଦଳ ଘୋଷଣା କରିଛି । 

ଭାରତ ବିପକ୍ଷ ଟି-20 ସିରିଜରେ ନ୍ୟୁଜିଲ୍ୟାଣ୍ଡ ଦଳର କମାଣ କେନ ୱିଲିୟମସନ (Kane Williamson) ଙ୍କ ହାତରେ ରହିବ ନାହିଁ । ତାଙ୍କୁ ଏହି ଫର୍ମାଟରେ ବିଶ୍ରାମ ଦିଆଯାଇଛି । ମିଚେଲ ସାଣ୍ଟନ (Mitchell Santner) ର୍ଙ୍କୁ ତାଙ୍କ ସ୍ଥାନରେ ଟି-20 ଦଳର ଅଧିନାୟକ କରାଯାଇଛି । ଦୁଇ ଦଳ ମଧ୍ୟରେ ଟି-20 ସିରିଜ୍ ଜାନୁୟାରୀ ୨୭ରୁ ଆରମ୍ଭ ହେବ । କେନ୍ ୱିଲିୟମ୍ସନଙ୍କ ବ୍ୟତୀତ ଭେଟେରାନ୍ ଫାଷ୍ଟ ବୋଲର ଟିମ୍ ସାଉଥୀ  (Tim Southee) ମଧ୍ୟ ଭାରତ ଗସ୍ତରେ ଆସିବେ ନାହିଁ । ଏହି ଦୁଇ ଖେଳାଳିଙ୍କୁ ଦିନିକିଆ ସିରିଜ୍ ଭଳି ଟି-20ରୁ ବି ବିଶ୍ରାମ ଦିଆଯାଇଛି । ନିକଟ ଅତୀତରେ ଟିମ୍ ସାଉଥୀଙ୍କୁ ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ଦଳର ଅଧିନାୟକ ମଧ୍ୟ କରାଯାଇଛି ।

ଏହି ଉଭୟ ଖେଳାଳିଙ୍କ ୱର୍କଲୋଡ ମ୍ୟାନେଜମେଣ୍ଟକୁ ବିଚାରକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି । ଆପଣଙ୍କୁ କହି ରଖୁଛୁ ଯେ, ଟମ୍ ଲାଥାମ (Tom Latham)ଙ୍କୁ ଦିନିକିଆ ସିରିଜ୍ ପାଇଁ ଅଧିନାୟକ କରାଯାଇଛି ।

ନ୍ୟୁଜିଲ୍ୟାଣ୍ଡ ଦଳର ଭାରତ ଗସ୍ତ

ଦିନିକିଆ ସିରିଜ

ଜାନୁଆରୀ ୧୮ରେ ପ୍ରଥମ ଦିନିକିଆ ହାଇଦ୍ରାବାଦରେ ଖେଳାଯିବ । ଏହା ପରେ ଜାନୁଆରୀ ୨୧ରେ ଦ୍ୱିତୀୟ ଦିନିକିଆ ରାୟପୁରରେ ଖେଳାଯିବ । ସେହିପରି ଜାନୁଆରୀ ୨୪ରେ ତୃତୀୟ ଦିନିକିଆ ଇନ୍ଦୌରରେ ଖେଳାଯିବ ।

ଟି-20 ସିରିଜ

ଅନ୍ୟପଟେ ଜାନୁଆରୀ ୨୭ରେ ପ୍ରଥମ ଟି-20 ମ୍ୟାଚ୍ ରାଞ୍ଚିରେ ଖେଳାଯିବ । ଜାନୁଆରୀ ୨୯ରେ ଦ୍ୱିତୀୟ ଟି-20 ମ୍ୟାଚ୍ ଲକ୍ଷ୍ନୌରେ ଖେଳାଯିବ ଓ ଫେବୃଆରୀ ୧ରେ ତୃତୀୟ ତଥା ଶେଷ ଟି-20 ଅହମ୍ମଦାବାଦରେ ଖେଳାଯିବ ।

ଅଧିକ ପଢ଼ନ୍ତୁ:-ଅଧିନାୟକ ରୋହିତଙ୍କ ସବୁଠାରୁ ବଡ଼ ଖୁଲାସା, ଦିନିକିଆରେ ଦ୍ୱିଶତକ ଲଗାଇଥିବା ଇଶାନ କିଶନଙ୍କୁ ଏହି କାରଣରୁ ରଖାଯାଇଛି ବାହାର

ଅଧିକ ପଢ଼ନ୍ତୁ:-ପାକିସ୍ତାନଠୁ ଏହି ୧୦ଟି ଜିନିଷ କିଣେ ଭାରତ, ଯାହା ଘରେ ଘରେ ହୁଏ ବ୍ୟବହୃତ

ଅଧିକ ପଢ଼ନ୍ତୁ:-ବୃଦ୍ଧଙ୍କ ପାଇଁ ବଡ଼ ଖୁସି ଖବର; ପ୍ରତି ମାସକୁ ମିଳିବ ୩୦୦୦ ଟଙ୍କା ପେନସନ, ଟ୍ୟାକ୍ସରେ ବି ପାଇବେ ରିହାତି!

ଭାରତ ଗସ୍ତ ପାଇଁ ନ୍ୟୁଜିଲ୍ୟାଣ୍ଡ ଟି-20 ଦଳ

ମିଚେଲ ସାଣ୍ଟନର୍ (ଅଧିନାୟକ), ଫିନ୍ ଆଲେନ୍, ମାଇକେଲ୍ ବ୍ରେସୱେଲ, ମାର୍କ ଚ୍ୟାପମ୍ୟାନ, ଡେନ କ୍ଲିଭର, ଡିଭନ୍ କନୱେ, ଜ୍ୟାକବ ଡଫି, ଲକି ଫର୍ଗୁସନ୍, ବେନ୍ ଲିଷ୍ଟର, ଡାରିଲ୍ ମିଚେଲ, ଗ୍ଲେନ୍ ଫିଲିପ୍ସ, ମାଇକେଲ ରିପନ୍, ହେନେରୀ ସିପଲି, ଇଶ୍ ସୋଢ଼ି, ବ୍ଲେୟାର ଟିକନର୍ 

ଭାରତ ଗସ୍ତ ପାଇଁ ନ୍ୟୁଜିଲାଣ୍ଡ ODI ଦଳ

ଟମ୍ ଲାଥମ୍ (ଅଧିନାୟକ), ଫିନ୍ ଆଲେନ୍, ମାଇକେଲ୍ ବ୍ରେସୱେଲ, ମାର୍କ ଚ୍ୟାପମ୍ୟାନ୍, ଡିଭନ୍ କନୱେ, ଜ୍ୟାକବ ଡଫି, ଲକି ଫର୍ଗୁସନ୍, ଡଗ୍ ବ୍ରେସୱେଲ, ଆଡାମ ମିଲନେ, ଡାରିଲ ମିଚେଲ, ହେନେରୀ ନିକୋଲ୍ସ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର୍, ଇଶ ସୋଢ଼ି, ଏଚ ସିପଲି