IND vs NZ: ଟି-୨୦ ସିରିଜ୍ ପୂର୍ବରୁ 'ରିକ୍ସା' ଚଳାଉଥିବାର ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେନ୍ ୱିଲିୟମସନ, VIDEO ଭାଇରାଲ
Advertisement

IND vs NZ: ଟି-୨୦ ସିରିଜ୍ ପୂର୍ବରୁ 'ରିକ୍ସା' ଚଳାଉଥିବାର ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେନ୍ ୱିଲିୟମସନ, VIDEO ଭାଇରାଲ

Hardik Pandya And Kane Williamson IND vs NZ T20 Series: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ୍ ନଭେମ୍ବର ୧୮ରୁ ଆରମ୍ଭ ହେବ । ଅଷ୍ଟ୍ରେଲିଆ ଦ୍ୱାରା ଆୟୋଜିତ ଟି-20 ବିଶ୍ୱକପ ୨୦୨୨ରେ ଭାରତର ସେମିଫାଇନାଲରୁ ବାହାର ହେବା ପରେ ଏହା ପ୍ରଥମ ସିରିଜ ହେବ । 

IND vs NZ: ଟି-୨୦ ସିରିଜ୍ ପୂର୍ବରୁ  'ରିକ୍ସା' ଚଳାଉଥିବାର ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେନ୍ ୱିଲିୟମସନ, VIDEO ଭାଇରାଲ

Hardik Pandya And Kane Williamson IND vs NZ T20 Series: ଆଇସିସି ଟି-20 ବିଶ୍ୱକପ ୨୦୨୨ (ICC T20 World Cup 2022) ର ସେମିଫାଇନାଲରେ ଭାରତୀୟ ଦଳ (Indian Cricket Team) ର ଶୋଚନୀୟ ପରାଜୟ ପରେ ଏବେ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛି ଟିମ୍ ଇଣ୍ଡିଆ (Team India) । ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଭାରତୀୟ ଦଳ ଟି-20 ଓ ଏକ ଦିବସୀୟ ସିରିଜ (IND vs NZ T20 Series) ଖେଳିବ । ଏଥିପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ୍ (NZ vs IND T20 Series) ନଭେମ୍ବର ୧୮ରୁ ଆରମ୍ଭ ହେବ । ଅଷ୍ଟ୍ରେଲିଆ ଦ୍ୱାରା ଆୟୋଜିତ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ଭାରତର ସେମିଫାଇନାଲରୁ ବାହାର ହେବା ପରେ ଏହା ପ୍ରଥମ ସିରିଜ (India vs New Zealand T20 Series) ହେବ । ଏଥି ସହିତ ନ୍ୟୁଜିଲ୍ୟାଣ୍ଡ (New Zealand Team) ମଧ୍ୟ ଏହି ଆଇସିସି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପରାଜିତ ହେବା ପରେ ବାଦ୍ ପଡ଼ିଥିଲା । ଏବେ ଉଭୟ ଦଳ ମୁହାଁମୁହିଁ ହେବେ । 

ଏହି ସମୟରେ ଭାରତୀୟ ଦଳର ଅଧିନାୟକ (Indian Captain) ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଓ ନ୍ୟୁଜିଲ୍ୟାଣ୍ଡ ଦଳର ଅଧିନାୟକ (New Zealand Captain) କେନ୍ ୱିଲିୟମସନ (Kane Williamson) ୱେଲିଙ୍ଗଟନ୍ ରାସ୍ତାରେ ମସ୍ତି କରୁଥିବାର ଦେଖିବାକୁ ମିଳିଛି । ଏହି ସିରିଜ (New Zealand vs India T20 Series) ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ ଇଣ୍ଡିଆ (Team India) ର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏଥି ସହିତ ରାହୁଲ ଦ୍ରାବିଡ (Rahul Dravid) ଙ୍କ ବଦଳରେ ଭିଭିଏସ୍ ଲକ୍ଷ୍ମଣ (VVS Laxman) ଏହି ସିରିଜରେ କୋଚ୍ ଭୂମିକା ଗ୍ରହଣ କରିବେ । 

ଟି-20 ବିଶ୍ୱକପ ୨୦୨୨ରେ ଓପନର୍ ରୋହିତ ଶର୍ମା (Rohit Sharma) ଟିମ୍ ଇଣ୍ଡିଆର ଅଧିନାୟକତ୍ୱର କମାଣ ସମ୍ଭାଳି ଥିଲେ । ପ୍ରଥମ ଥର ପାଇଁ ରୋହିତ ଶର୍ମାଙ୍କୁ ଆଇସିସି ଟୁର୍ଣ୍ଣାମେଣ୍ଟରେ କମାଣ ଦିଆଯାଇଥିଲା କିନ୍ତୁ ସେ ଟାଇଟଲ ଜିତିପାରିନଥିଲେ । ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡା (Hardik Pandya) ଙ୍କ ଠାରୁ ଆଶା ରହିବ ଯେ ସେ ଭାରତୀୟ ପ୍ରଶଂସକମାନଙ୍କୁ ଖୁସି ମନାଇବାର ସୁଯୋଗ ଦେବେ । ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-20 ସିରିଜ୍ ଆରମ୍ଭ ହେବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ କେନ୍ ୱିଲିୟମସନ 'କ୍ରୋକୋଡାଇଲ୍ ବାଇକ୍' ଚଢ଼ିଥିଲେ । 

 
 
 
 

 
 
 
 
 
 
 
 
 
 
 

A post shared by BLACKCAPS (@blackcapsnz)

ୱେଲିଙ୍ଗଟନ୍ ରାସ୍ତାରେ ଉଭୟ ଅଧିନାୟକ ଏହି ବାଇକ୍ ଚଲାଇଥିବାର ନଜର ଆସିଛନ୍ତି । ଏହି ଭିଡିଓକୁ 'ବ୍ଲାକକ୍ୟାପ୍ସ'ର ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି । ଏହି ସମୟରେ ଉଭୟ ଅଧିନାୟକ ମଧ୍ୟ ଟିମ୍ ଜର୍ସି ପିନ୍ଧିଥିବାର ନଜରକୁ ଆସିଛନ୍ତି । ଏହା ଏକ ଖାସ୍ ପ୍ରକାରର ରିକ୍ସା ପରି ଦେଖାଯାଉଛି, ଯେଉଁଥିରେ ଉଭୟଙ୍କୁ ପେଡାଲ୍ କରିବାକୁ ପଡ଼ିଥାଏ ।

ଅଧିକ ପଢ଼ନ୍ତୁ:-କଟକର ବାଲିଯାତ୍ରାକୁ କାହିଁକି ମନେପକାଇଲେ ପିଏମ ମୋଦି, ଜାଣନ୍ତୁ ଇଣ୍ଡୋନେସିଆର ବାଲି ସହ କ'ଣ ରହିଛି ଏହାର କନେକଶନ୍

ଅଧିକ ପଢ଼ନ୍ତୁ:-ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ହଠାତ୍ ଫେରିଲେ ଭାରତର ଏହି ଖତରନାକ୍ ଖେଳାଳି

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆ ପରେ IPLରେ ବି ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିୟର! ହଠାତ୍ କରାଗଲା ଦଳରୁ ବାହାର

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ଭାରତୀୟ ଦଳ କିଛି ଏପରି ରହିଛି:-ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ, ୱିକେଟ୍ କିପର), ଶୁଭମାନ ଗିଲ, ଇଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଷଦୀପ ସିଂ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ ।

ସୂଚନାଯୋଗ୍ୟ, ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ ପରେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗସ୍ତ କରିବାର ଅଛି । ଏଥିପାଇଁ ବିସିସିଆଇ ୪ଟି ଅଲଗା ଅଲଗା ଦଳ ଘୋଷଣା କରିଛି । ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ଏକ ଦିବସୀୟ ମ୍ୟାଚ୍ ଖେଳିବ । ଏହା ପରେ ଡିସେମ୍ବର ୪ରୁ ୨୬ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାଂଲାଦେଶରେ ତିନୋଟି ଏକ ଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।