Yuzvendra Chahal: ସାମ୍ନାକୁ ଆସିଲେ ଚହଲଙ୍କ ନୂଆ ପାର୍ଟନର, ଫଟୋ ଦେଖି ସମର୍ଥକ କହିଲେ WOW...
Advertisement

Yuzvendra Chahal: ସାମ୍ନାକୁ ଆସିଲେ ଚହଲଙ୍କ ନୂଆ ପାର୍ଟନର, ଫଟୋ ଦେଖି ସମର୍ଥକ କହିଲେ WOW...

Yuzvendra Chahal Partner: ୟୁଜବେନ୍ଦ୍ର ଚହଲ ନିଜ ଇନଷ୍ଟାରେ କାହାର ଫଟୋ ସେୟାର କରିଛନ୍ତି ତାଙ୍କ ଫ୍ୟାନ୍ସ ମାନେ ଜାଣିବାକୁ ଚାହିଁଛନ୍ତି। ଏଠାରେ କହୁରଖୁଛୁ ଯେ, ୟୁଜବେନ୍ଦ୍ର ଚହଲଙ୍କୁ ଏହି ସିରିଜରେ ଖେଳିବାକୁ ଏବେ ଯାଏଁ ବି ସୁଯୋଗ ମିଳିନାହିଁ। ତେବେ ଏହି ଫଟୋକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।

Yuzvendra Chahal: ସାମ୍ନାକୁ ଆସିଲେ ଚହଲଙ୍କ ନୂଆ ପାର୍ଟନର, ଫଟୋ ଦେଖି ସମର୍ଥକ କହିଲେ WOW...

Yuzvendra Chahal: ତୃତୀୟ ୱାନଡେ(IND ବନାମ NZ ତୃତୀୟ ODI) ପାଇଁ ଭାରତ ଏବଂ ନ୍ୟୁଜିଲାଣ୍ଡ  ଦଳ ଇନ୍ଦୋରରେ ପହଞ୍ଚି ସାରିଛନ୍ତି । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭାରତୀୟ ଦଳ ଏହି ସିରିଜ୍ (India vs New Zealand ODI) ଦଖଲ କରିଛି ଏବଂ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ଅପରାଜିତ ୨-୦ ଅଗ୍ରଣୀ ହାସଲ କରିଛି । ତୃତୀୟ ୱାନଡେ ୨୪ ଜାନୁଆରୀରେ ଖେଳାଯିବ । ଏହାପୂର୍ବରୁ ଟିମ୍ ଇଣ୍ଡିଆ ଆଜି ଇନ୍ଦୋରରେ ପହଞ୍ଚିଛି। ଏହି ସମୟରେ, ଭାରତୀୟ ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ଯୁବତୀଙ୍କ ଫଟୋ ସେୟାର କରିଥିଲେ । 

କେବଳ ସେୟାର ନୁହେଁ (Yuzvendra Chahal) କ୍ୟାପସନରେ ତାଙ୍କୁ ତାଙ୍କର ନୂଆ ଟ୍ରାଭେଲ ପାର୍ଟନର ଭାବରେ ବର୍ଣ୍ଣନା କରିଥିଲେ। ଯାହା ପରେ ସମସ୍ତେ ସେହି ଫଟୋ ସହିତ ସେହି ଯୁବତୀଙ୍କ ବିଷୟରେ ଜାଣିବାକୁ ବ୍ୟାକୁଳ। ଚହଲ (Yuzvendra Chahal New Travel Partner) କାହା ଫଟୋ ସେୟାର କରିଛନ୍ତି ତାଙ୍କ ଫ୍ୟାନ୍ସ ମାନେ ଜାଣିବାକୁ ଚାହିଁଛନ୍ତି। ଏଠାରେ କହୁରଖୁଛୁ ଯେ, ୟୁଜବେନ୍ଦ୍ର ଚହଲଙ୍କୁ ଏହି ସିରିଜରେ ଖେଳିବାକୁ ଏବେ ଯାଏଁ ବି ସୁଯୋଗ ମିଳିନାହିଁ। ଏହାପୂର୍ବରୁ ଶେଷ ସିରିଜରେ ଶ୍ରୀଲଙ୍କା ବିପକ୍ଷରେ ଚହଲ ଚମତ୍କାର ବୋଲିଂ କରିଥିଲେ। 

ଭାରତ ଶ୍ରୀଲଙ୍କା ବିପକ୍ଷ ODI ସିରିଜକୁ ୩-୦ ରେ ଜିତି ନେଇଛି ଏବଂ ଟି -୨୦ ସିରିଜକୁ (T-20 Series) ମଧ୍ୟ ୨-୧ରେ ଜିତିଛି। ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି କ୍ରିକେଟ୍ ବିଶ୍ୱକପ୍ (ICC Cricket World Cup) ପାଇଁ ଭାରତୀୟ ଦଳ ପାଇଁ ଚହଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି। ତେବେ ଭାଇରାଲ ହେଉଥିବା ଏହି ଫଟୋର ସତ୍ୟାସତ୍ୟ ଜାଣିଲେ ଆପଣ ବି ନହସି ରହିପାରିବେନି। ରବିବାର ଦିନ ଇନ୍ଦୋର ଯିବାବେଳେ ଚହଲ କୁଲଦୀପ ଯାଦବଙ୍କ ଫଟୋକୁ ଏକ ଆପ୍ ରେ ଏଡିଟ୍ କରି ଯୁବତୀଙ୍କ ପରି ରୂପ ଦେଇଥିଲେ। 

fallback

ଆଉ ସେହି ଫଟୋକୁ ନିଜ ଇନଷ୍ଟା ଷ୍ଟୋରିରେ ସେୟାର କରି ନୂତନ ଟ୍ରାଭେଲ ପାର୍ଟନର ଭାବରେ କ୍ୟାପସନ ଲେଖିଥିଲେ। ଯଦିଓ କିଛି ପ୍ରଶଂସକ ଏହାକୁ ତୁରନ୍ତ ଚିହ୍ନିଥିଲେ, କିନ୍ତୁ କିଛି ପ୍ରଶଂସକ ଏହି ଏଡିଟେଡ ଫଟୋକୁ ଶୁଭମନ ଗିଲଙ୍କ(Subhman Gill) ଫଟୋ ବୋଲି କହିବା ଆରମ୍ଭ କରିଥିଲେ । କୁଲଦୀପ ଯାଦବ ରାୟପୁରରେ ୭.୩ ଓଭର ବୋଲିଂ କରି ଏକ ୱିକେଟ୍ ନେଇଥିଲେ। କୁଲଦୀପ ପ୍ରଥମ ODI ରେ ୪୩ ରନ୍ ପାଇଁ ଦୁଇଟି ୱିକେଟ୍ ନେଇଥିଲେ ଯେଉଁଠାରେ ନ୍ୟୁଜିଲାଣ୍ଡ ୩୩୭ ରନ୍ ସ୍କୋର କରିଥିଲା।

Also Read: IND vs NZ 3rd ODI: ବିରାଟ କୋହଲି-ରୋହିତ ଶର୍ମା ଖେଳିବେନି ତୃତୀୟ ଦିନିକିଆ!

Also Read: Shubman Gill Net Worth: ୨ କୋଟି ଟଙ୍କାର କାରରେ ବୁଲନ୍ତି ଶୁଭମାନ ଗିଲ, ଜାଣନ୍ତୁ ଏହି ୨୩ ବର୍ଷୀୟ ଖେଳାଳି କେତେ ସମ୍ପତ୍ତିର ମାଲିକ