IND vs NZ: ଭାରତୀୟ ଫ୍ୟାନ୍ସଙ୍କ ପାଇଁ ବହୁତ ଖରାପ ଖବର! ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ଉପରେ ସଙ୍କଟର କଳା ବାଦଲ
Advertisement

IND vs NZ: ଭାରତୀୟ ଫ୍ୟାନ୍ସଙ୍କ ପାଇଁ ବହୁତ ଖରାପ ଖବର! ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ଉପରେ ସଙ୍କଟର କଳା ବାଦଲ

India vs New Zealand 1st T20 Weather Forecast:  ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଟି-20 ସିରିଜ ପାଇଁ ଟିମ୍ ଇଣ୍ଡିଆର କମାଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ରହିଛି । ଅନ୍ୟପଟେ ନ୍ୟୁଜିଲ୍ୟାଣ୍ଡ ଦଳରେ କମାଣ କେନ ୱିଲିୟମସନ ସମ୍ଭାଳିବେ । ନ୍ୟୁଜିଲ୍ୟାଣ୍ଡ ଗସ୍ତରୁ ଅନେକ ସିନିୟର୍ସ ଖେଳାଳିଙ୍କୁ ବିଶ୍ରାମ ପ୍ରଦାନ କରାଯାଇଛି ।

IND vs NZ: ଭାରତୀୟ ଫ୍ୟାନ୍ସଙ୍କ ପାଇଁ ବହୁତ ଖରାପ ଖବର! ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ଉପରେ ସଙ୍କଟର କଳା ବାଦଲ

India vs New Zealand 1st T20 Weather Forecast: ଆଜି (ଶୁକ୍ରବାର) ଅର୍ଥାତ ନଭେମ୍ୱର ୧୮ରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-20 ସିରିଜ (IND vs NZ T20 Series) ଆରମ୍ଭ ହେବାକୁ ଯାଉଛି । ଏହି ସିରିଜର ପ୍ରଥମ ମ୍ୟାଚ୍ (IND vs NZ First T20 Match) ନ୍ୟୁଜିଲ୍ୟାଣ୍ଡର ୱେଲିଙ୍ଗଟନ୍ ଗ୍ରାଉଣ୍ଡରେ ଖେଳାଯିବ । ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ଟି ଟି-20 ମ୍ୟାଚ୍ ଖେଳାଯିବ । ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଟି-20 ସିରିଜ ପାଇଁ ଟିମ୍ ଇଣ୍ଡିଆ (Team India) ର କମାଣ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ହାତରେ ରହିଛି । ଅନ୍ୟପଟେ ନ୍ୟୁଜିଲ୍ୟାଣ୍ଡ ଦଳର କମାଣ କେନ ୱିଲିୟମସନ (Kane Williamson) ସମ୍ଭାଳିବେ । ନ୍ୟୁଜିଲ୍ୟାଣ୍ଡ ଗସ୍ତରୁ ଅନେକ ସିନିୟର୍ସ ଖେଳାଳିଙ୍କୁ ବିଶ୍ରାମ ପ୍ରଦାନ କରାଯାଇଛି । ରୋହିତ ଶର୍ମା (Rohit Sharma), କେଏଲ୍ ରାହୁଲ (KL Rahul) ଏବଂ ବିରାଟ କୋହଲି (Virat Kohli) ଙ୍କ ଭଳି ଦିଗ୍ଗଜ ଖେଳାଳି ଏହି ସିରିଜରେ  ମୈଦାନରେ ଖେଳୁଥିବାର ନଜରକୁ ଆସିବେ ନାହିଁ ।

ଏଭଳି ପରିସ୍ଥିତିରେ ଯୁବମାନଙ୍କୁ ନିଜ ପ୍ରତିଭା ଦେଖାଇବା ପାଇଁ ଏହି ସିରିଜ୍ ବେଶ୍ ଉପଯୋଗୀ ହେବ ବୋଲି ମନେ କରାଯାଉଛି । ଟି-20 ବିଶ୍ୱକପ ୨୦୨୨ (ICC T20 World Cup 2022) ର ପରାଜୟକୁ ଭୁଲି ଟିମ୍ ଇଣ୍ଡିଆ (Team India) ଏକ ନୂତନ ଆରମ୍ଭ କରିବାକୁ ଚାହୁଁଛି । କିନ୍ତୁ ଏହାପୂର୍ବରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଟି-20 ମ୍ୟାଚ୍ (NZ vs IND 1st T20 Weather Report) ଉପରେ ସଙ୍କଟର କଳା ବାଦଲ ଘୁରୁ ବୁଲୁଥିବାର ଦେଖାଯାଉଛି । ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟି-20 ମ୍ୟାଚ୍ ୱେଲିଙ୍ଗଟନରେ ଖେଳାଯିବ । କିନ୍ତୁ ଏହା ପୂର୍ବରୁ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖରାପ ଖବର ସାମ୍ନାକୁ ଆସିଛି । ପାଣିପାଗ ରିପୋର୍ଟ ଅନୁଯାୟୀ ଶୁକ୍ରବାର ୱେଲିଙ୍ଗଟନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । 

ଶୁକ୍ରବାର ସକାଳେ ୯୮ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଅଛି । ଯାହା ସନ୍ଧ୍ୟା ସୁଦ୍ଧା ୬୦ ପ୍ରତିଶତକୁ ହ୍ରାସ ପାଇବ । ଏହି କାରଣରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଉପରେ ସଙ୍କଟ କଳା ବାଦଲ ଘୁରି ବୁଲୁଥିବାର ଦେଖାଯାଉଛି ।

ଭାରତ ବିପକ୍ଷ ଟି-20 ସିରିଜରେ ନ୍ୟୁଜିଲ୍ୟାଣ୍ଡ ଦଳ କିଛି ଏପରି ରହିଛି:-କେନ୍ ୱିଲିୟମସନ (ଅଧିନାୟକ), ଫିନ୍ ଆଲେନ୍, ମାଇକେଲ୍ ବ୍ରେସୱେଲ, ଡିଭନ୍ କନୱେ, ଲକି ଫର୍ଗୁସନ୍, ଡାରିଲ୍ ମିଚେଲ, ଆଡାମ ମିଲନେ, ଜିମି ନିଶାମ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର୍, ଇଶ୍ ସୋଡି, ଟିମ୍ ସାଉଥୀ, ବ୍ଲେୟାର ଟିକନର୍ ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ଭାରତୀୟ ଦଳ କିଛି ଏପରି ରହିଛି:-ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ, ୱିକେଟ୍ କିପର), ଶୁଭମାନ ଗିଲ, ଇଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଷଦୀପ ସିଂ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ । 

ଅଧିକ ପଢ଼ନ୍ତୁ:-୪୫ ବର୍ଷୀୟ ଆଫ୍ରିଦି ପୁଣି ଥରେ ଫେରାଇ ନେବେ ନିଜ ରିଟାୟରମେଣ୍ଟ! ଏହି ଦଳ ପାଇଁ ମୈଦାନକୁ ଫେରିବେ

ଅଧିକ ପଢ଼ନ୍ତୁ:-ପୂରା ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ପାଣି ପିଆଉଥିବାର ନଜରକୁ ଆସିବେ ଟିମ୍ ଇଣ୍ଡିଆର ଏହି ୩ ଖେଳାଳି! ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା କଷ୍ଟକର

ଅଧିକ ପଢ଼ନ୍ତୁ:-ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟି-20 ମ୍ୟାଚ୍ କେବେ, କେଉଁଠାରେ ଏବଂ କେଉଁ ଚ୍ୟାନେଲରେ ଦେଖିପାରିବେ; ଏଠାରେ ଜାଣନ୍ତୁ ପୂରା ଡିଟେଲ୍ସ

 

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-20 ମ୍ୟାଚରେ ଭାରତର ସମ୍ଭାବ୍ୟ ଏକାଦଶ ଏପରି ହୋଇପାରେ:-ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଶୁଭମାନ ଗିଲ, ଇଶାନ କିଶନ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ୱାଶିଂଟନ ସୁନ୍ଦର, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ।

ସୂଚନାଯୋଗ୍ୟ, ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ ପରେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗସ୍ତ କରିବାର ଅଛି । ଏଥିପାଇଁ ବିସିସିଆଇ ୪ଟି ଅଲଗା ଅଲଗା ଦଳ ଘୋଷଣା କରିଛି । ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ଏକ ଦିବସୀୟ ମ୍ୟାଚ୍ ଖେଳିବ । ଏହା ପରେ ଡିସେମ୍ବର ୪ରୁ ୨୬ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାଂଲାଦେଶରେ ତିନୋଟି ଏକ ଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।