IND vs NZ: ୩୦୬ ରନ କରିବା ସତ୍ତ୍ୱେ କାହିଁକି ହାରିଲା ଟିମ୍ ଇଣ୍ଡିଆ? ଜାଣନ୍ତୁ ୩ଟି ବଡ଼ କାରଣ
Advertisement

IND vs NZ: ୩୦୬ ରନ କରିବା ସତ୍ତ୍ୱେ କାହିଁକି ହାରିଲା ଟିମ୍ ଇଣ୍ଡିଆ? ଜାଣନ୍ତୁ ୩ଟି ବଡ଼ କାରଣ

India vs New Zealand 1st ODI: ଏହି ମ୍ୟାଚରେ ଲାଥମ୍ ଏକ ଚମତ୍କାର ଶତକ ହାସଲ କରିଥିବାବେଳେ ଅଧିନାୟକ ୱିଲିୟମ୍ସନ୍ ମଧ୍ୟ ଅପରାଜିତ ଅର୍ଦ୍ଧଶତକ ଇଂନିସ ଖେଳିଛନ୍ତି । କିନ୍ତୁ ପ୍ରଶ୍ନ ହେଉଛି, ନ୍ୟୁଜିଲ୍ୟାଣ୍ଡର ଇନିଂସର ପ୍ରଥମ ୨୦ ଓଭର ଯାଏ ଟିମ୍ ଇଣ୍ଡିଆର ଦବଦବା ଥିଲା, କିନ୍ତୁ ପରେ ମ୍ୟାଚ୍ ହାତରୁ କିପରି ଖସିଲା? ଟିମ୍ ଇଣ୍ଡିଆର ଏହି ବଡ ପରାଜୟର କାରଣ କ’ଣ? ଆସନ୍ତୁ ଆପଣଙ୍କୁ ଏଥିପାଇଁ ୩ଟି ବଡ଼ କାରଣ କହିବୁ...

IND vs NZ: ୩୦୬ ରନ କରିବା ସତ୍ତ୍ୱେ କାହିଁକି ହାରିଲା ଟିମ୍ ଇଣ୍ଡିଆ? ଜାଣନ୍ତୁ ୩ଟି ବଡ଼ କାରଣ

India vs New Zealand 1st ODI: ଏକଦିବସୀୟ (ODI) କ୍ରିକେଟରେ ୩୦୬ ରନ ବହୁତ ବଡ଼ ସ୍କୋର ହୋଇଥାଏ । କିନ୍ତୁ ଅକଲ୍ୟାଣ୍ଡରେ ଭାରତୀୟ ଦଳ (Indian Cricket Team) ର ବୋଲରମାନଙ୍କର ଖରାପ ପ୍ରଦର୍ଶନ ଯୋଗୁଁ ଏହି ସ୍କୋର ବହୁତ କମ୍ ପ୍ରମାଣ ହୋଇଛି । ନ୍ୟୁଜିଲ୍ୟାଣ୍ଡ ୩୦୭ ରନର ଚ୍ୟାଲେଞ୍ଜକୁ ଅତି ସହଜରେ ପାର କରିନେଇଛି । ନ୍ୟୁଜିଲ୍ୟାଣ୍ଡ ମ୍ୟାଚ (IND vs NZ 1st ODI) କୁ ୭ ୱିକେଟରେ ଜିତି ନେଇଛି ଓ ମାତ୍ର ୪୭.୧ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା । ବିଜୟ ପରେ ନ୍ୟୁଜିଲାଣ୍ଡ ବର୍ତ୍ତମାନ ODI ସିରିଜ (India vs New Zealand ODI Series) ରେ ୧-୦ରେ ଆଗରେ ଅଛି । ନ୍ୟୁଜିଲ୍ୟାଣ୍ଡର ବିଜୟରେ ଏହାର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମ୍ସନ୍ (Kane Williamson) ଓ ଟମ୍ ଲାଥମ୍ (Tom Latham) ଚମତ୍କାର ଇନିଂସ ଖେଳିଛନ୍ତି । ଲାଥମ୍ ଏକ ଚମତ୍କାର ଶତକ ହାସଲ କରିଥିବାବେଳେ ଅଧିନାୟକ ୱିଲିୟମ୍ସନ୍ ମଧ୍ୟ ଅପରାଜିତ ଅର୍ଦ୍ଧଶତକ ଇଂନିସ ଖେଳିଛନ୍ତି । କିନ୍ତୁ ପ୍ରଶ୍ନ ହେଉଛି, ନ୍ୟୁଜିଲ୍ୟାଣ୍ଡର ଇନିଂସର ପ୍ରଥମ ୨୦ ଓଭର ଯାଏ ଟିମ୍ ଇଣ୍ଡିଆ (Team India) ର ଦବଦବା ଥିଲା, କିନ୍ତୁ ପରେ ମ୍ୟାଚ୍ ହାତରୁ କିପରି ଖସିଲା? ଟିମ୍ ଇଣ୍ଡିଆର ଏହି ବଡ ପରାଜୟର କାରଣ କ’ଣ? ଆସନ୍ତୁ ଆପଣଙ୍କୁ ଏଥିପାଇଁ ୩ଟି ବଡ଼ କାରଣ କହିବୁ...

ପ୍ରଥମ ୨୦ ଓଭରରେ ଭାରତୀୟ ଦଳ ଭଲ ବୋଲିଂ କରିଥିଲା । ୧୨୦ ବଲରେ ନ୍ୟୁଜିଲ୍ୟାଣ୍ଡ ମାତ୍ର ୮୮ ରନ୍ କରିଥିଲା ​ଓ ସେମାନଙ୍କର ୩ ୱିକେଟ୍ ଖସି ଯାଇଥିଲା । କିନ୍ତୁ ଏହା ପରେ ବଲ୍ ପୁରୁଣା ହେବା ମାତ୍ରେ ଭାରତୀୟ ଦ୍ରୁତ ବୋଲରଙ୍କ ଲାଇନ୍-ଲେନ୍ଥ କେଉଁଠି ହଜିଯାଇଥିଲା । କେନ୍ ୱିଲିୟମ୍ସନ୍ (Kane Williamson) ଖରାପ ଫର୍ମରେ ଥିଲେ କିନ୍ତୁ ଏହି ଖେଳାଳି ଖରାପ ଲାଇନ୍ ଲେନ୍ଥ ବିପକ୍ଷରେ ବ୍ୟାଟିଂ କରି ସେଟ୍ ହୋଇଯାଇଥିଲେ । ଏହା ପରେ ଟମ୍ ଲାଥମ୍ (Tom Latham) କ୍ରିଜକୁ ଆସିବା ମାତ୍ରେ ବୋଲରମାନଙ୍କର ଲାଇନ୍ ଲେନ୍ଥକୁ ଖରାପ କରିଦେଇଥିଲେ ।

ଭାରତର ପରାଜୟର ଦ୍ୱିତୀୟ ବଡ କାରଣ ହେଉଛି ଦଳର କମ୍ୱିନେଶନ । ଚୂଡ଼ାନ୍ତ ଏକାଦଶରେ ଭାରତ କେବଳ ଏପରି ୫ ଜଣ ଖେଳାଳିଙ୍କୁ ସ୍ଥାନ ଦେଇଥିଲା ଯେଉଁମାନେ ବୋଲିଂ କରିପାରିବେ । ସମସ୍ତଙ୍କୁ ଜଣା ଯେ ODI ଓ ଟି-20 କ୍ରିକେଟରେ ଜଣେ ବୋଲରଙ୍କ ଦିନ ଖରାପ ହୋଇଥାଏ । କିନ୍ତୁ ଏହା ସତ୍ତ୍ୱେ ଭାରତ ଷଷ୍ଠ ବୋଲିଂ ବିକଳ୍ପକୁ ଖେଳାଇଲେ ନାହିଁ ।

ନ୍ୟୁଜିଲ୍ୟାଣ୍ଡର ଚମତ୍କାର ବ୍ୟାଟିଂ ମଧ୍ୟ ଟିମ୍ ଇଣ୍ଡିଆର ପରାଜୟର କାରଣ ଥିଲା । ଟମ୍ ଲାଥମ୍ ଏକ ଚମତ୍କାର ଇଂନିସ ଖେଳି ଦମଦାର୍ ଶତକ ହାସଲ କରିଥିଲେ । ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ମାତ୍ର ୭୬ ବଲରେ ଶତକ ମାରିଥିଲେ । ଅଧିନାୟକ ୱିଲିୟମସନଙ୍କ ସହ ୨୦୦ରୁ ଅଧିକ ରନର ପାର୍ଟନରଶିପ୍ କରି ଲାଥମ ଭାରତକୁ ମ୍ୟାଚରୁ ବାହାର କରିଦେଇଥିଲେ ।

ଏହା ବି ପଢ଼ନ୍ତୁ:-'ବୋକା ବନାଇବା ପାଇଁ ରାମ ମନ୍ଦିର ନିର୍ମାଣ କରିଛି BJP'

ଏହା ବି ପଢ଼ନ୍ତୁ:-ଲାଥମ୍ ଓ ୱିଲିୟମ୍ସନଙ୍କ ପ୍ରହାରରେ ଟିମ୍ ଇଣ୍ଡିଆର ବୋଲର ଧରାଶାୟୀ, ଭାରତକୁ ୭ ୱିକେଟରେ ମାତ୍ ଦେଲା ନ୍ୟୁଜିଲ୍ୟାଣ୍ଡ

ଅଧିକ ପଢ଼ନ୍ତୁଛ:-ଟିମ୍ ଇଣ୍ଡିଆକୁ ମିଳିଲା ନୂଆ ଫିନିସର୍, ସୂର୍ଯ୍ୟକୁମାର ଯାଦବଙ୍କ ଷ୍ଟାଇଲରେ ଖେଳିଲେ ଶଟ୍

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ODI ସିରିଜର ପୂରା କାର୍ଯ୍ୟସୂଚୀ 

ପ୍ରଥମ ODI ନଭେମ୍ବର ୨୫
ଦ୍ୱିତୀୟ ODI ନଭେମ୍ବର ୨୭
ତୃତୀୟ ODI ନଭେମ୍ବର ୩୦

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ODI ଦଳ 

ଶିଖର ଧୱନ (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ), ଶୁଭମାନ ଗିଲ, ଦୀପକ ହୁଡା, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଶାହାବାଜ ଅହମ୍ମଦ, ୱାଶିଂଟନ ସୁନ୍ଦର, ଉମ୍ରାନ ମଲିକ, କୁଲଦୀପ ସେନ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର ।