IND vs NZ: ଟିମ୍ ଇଣ୍ଡିଆକୁ ମିଳିଲା ନୂଆ ଫିନିସର୍, ସୂର୍ଯ୍ୟକୁମାର ଯାଦବଙ୍କ ଷ୍ଟାଇଲରେ ଖେଳିଲେ ଶଟ୍
Advertisement

IND vs NZ: ଟିମ୍ ଇଣ୍ଡିଆକୁ ମିଳିଲା ନୂଆ ଫିନିସର୍, ସୂର୍ଯ୍ୟକୁମାର ଯାଦବଙ୍କ ଷ୍ଟାଇଲରେ ଖେଳିଲେ ଶଟ୍

India vs New Zealand 1st ODI: ସାତ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ୱାଶିଂଟନ୍ ସୁନ୍ଦର ମଧ୍ୟ ଏହି ସମୟ ମଧ୍ୟରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ବିଦେଶରେ ଖେଳାଯାଇଥିବା ଯେକୌଣସି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ସେ ସର୍ବାଧିକ ଷ୍ଟ୍ରାଇକ୍ ରେଟ୍ ସହ ବ୍ୟାଟିଂ କରିଥିବା ଖେଳାଳି ହୋଇପାରିଛନ୍ତି । ୩୩ ଓଭର ପରେ ଭାରତର ସ୍କୋର ୪ ୱିକେଟରେ ୧୬୦ ରନ ଥିଲା ।

IND vs NZ: ଟିମ୍ ଇଣ୍ଡିଆକୁ ମିଳିଲା ନୂଆ ଫିନିସର୍, ସୂର୍ଯ୍ୟକୁମାର ଯାଦବଙ୍କ ଷ୍ଟାଇଲରେ ଖେଳିଲେ ଶଟ୍

India vs New Zealand 1st ODI Washington Sundar: ୱାଶିଂଟନ୍ ସୁନ୍ଦର (Washington Sundar) ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ (India vs New Zealand 1st ODI) ରେ ଏକ ଦମଦାର୍ ଇନିଂସ ଖେଳିଛନ୍ତି । ୱାଶିଂଟନ୍ ସୁନ୍ଦର ୧୬ଟି ବଲରେ ୩୭ ରନର ବିସ୍ଫୋରକ ଅପରାଜିତ ଇନିଂସ ଖେଳି ଟିମ୍ ଇଣ୍ଡିଆ (Team India) ର ସ୍କୋର ୩୦୦ର ପାର ପହଞ୍ଚାଇଥିଲା । ୱାଶିଂଟନ୍ ସୁନ୍ଦରଙ୍କ ଏହି ଇନିଂସରେ ୩ଟି ଚୌକା ଓ ୩ଟି ଛକା ମାରିଥିଲେ । ସାତ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ୱାଶିଂଟନ୍ ସୁନ୍ଦର ମଧ୍ୟ ଏହି ସମୟ ମଧ୍ୟରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ବିଦେଶରେ ଖେଳାଯାଇଥିବା ଯେକୌଣସି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ସେ ସର୍ବାଧିକ ଷ୍ଟ୍ରାଇକ୍ ରେଟ୍ ସହ ବ୍ୟାଟିଂ କରିଥିବା ଖେଳାଳି ହୋଇପାରିଛନ୍ତି । ୩୩ ଓଭର ପରେ ଭାରତର ସ୍କୋର ୪ ୱିକେଟରେ ୧୬୦ ରନ ଥିଲା । ଶ୍ରେୟାସ୍ ଆୟର୍ (Shreyas Iyer) (୮୦) ଙ୍କୁ ଏଠାରେ ସଞ୍ଜୁ ସାମସନ୍ (Sanju Samson) (୩୬) ଙ୍କ ଠାରୁ ଭଲ ସମର୍ଥନ ମିଳିଥିଲା । ଉଭୟ ପଞ୍ଚମ ୱିକେଟ୍ ପାଇଁ ୯୪ ରନର ପାର୍ଟନରଶିପ୍ କରିଥିଲେ । 

ସଞ୍ଜୁ ସାମସନ୍ (Sanju Samson) ପୁଣି ଥରେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଛନ୍ତି, କିନ୍ତୁ ସେ ନିଜରର ୩୮ ବଲ୍ ଇନିଂସରେ ଅନେକ ଭଲ ସଟ୍ ଖେଳିଛନ୍ତି । ସଞ୍ଜୁ ସାମସନଙ୍କ ୱିକେଟ ଯିବା ପରେ କ୍ରିଜକୁ ଆସିଥିବା ୱାଶିଂଟନ୍ ସୁନ୍ଦର  (Washington Sundar) ପହଞ୍ଚିବା ମାତ୍ରେ ନିଜର ଉଦ୍ଦେଶ୍ୟ ଜଣାଇ ଦେଇଥିଲେ । ପ୍ରତ୍ୟେକ ବୋଲରଙ୍କୁ ଜୋରଦାର ଧୋଇଥିଲେ । ୪୯ ତମ ଓଭରରେ ମ୍ୟାଟ ହେନେରୀଙ୍କ ବିପକ୍ଷରେ  ୱାଶିଂଟନ୍ ସୁନ୍ଦର ଦ୍ୱାରା ଲଗାଯାଇଥିବା ଶଟ୍ ସୂର୍ଯ୍ୟକୁମାର ଯାଦବ ଓ ଏବି ଡି ଭିଲିୟର୍ସଙ୍କୁ ମନେ ପକାଇଦେଇଥିଲେ । ଏହି ଓଭରର ଶେଷ ୩ଟି ବଲରେ  ୱାଶିଂଟନ୍ ସୁନ୍ଦର ଦୁଇଟି ଚକା ଓ ଗୋଟିଏ ଛକା ମାରିଥିଲେ ।

ODI ରେ ସର୍ବାଧିକ ଷ୍ଟ୍ରାଇକ୍ ରେଟ୍ ଥିବା ଭାରତୀୟ (ବିଦେଶୀ ଭୂମିରେ)

୨୩୧.୨୫ ୱାଶିଂଟନ୍ ସୁନ୍ଦର-ନ୍ୟୁଜିଲ୍ୟାଣ୍ଡ ଆଜି (ନଭେମ୍ୱର ୨୫)
୨୨୫.୦୦ ବିନୟ କୁମାର-ଜିମ୍ବାୱେ, ୨୦୧୩
୨୧୮.୧୮ ବିରେନ୍ଦର ସେହୱାଗ -ଶ୍ରୀଲଙ୍କ, ୨୦୦୫
୨୧୫.୬୨ ଯୁବରାଜ ସିଂ- ବାଂଲାଦେଶ, ୨୦୦୪
୨୧୧.୧୧- ସୁରେଶ ରୈନା-ନ୍ୟୁଜିଲ୍ୟାଣ୍ଡ, ୨୦୦୯

ଏଠାରେ କହି ରଖୁଛୁ ଯେ, ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଉଦଘାଟନୀ ମ୍ୟାଚରେ ଶ୍ରେୟସ୍ ଆୟର (୮୦), ଅଧିନାୟକ ଶିଖର ଧୱନ (୭୨) ଏବଂ ଶୁଭମାନ ଗିଲ (୫୦) ଅର୍ଦ୍ଧଶତକ ହାସଲ କରିଛନ୍ତି । କେବଳ ଏହି କାରଣରୁ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୦୬ ରନ୍ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି । ଆୟର ତାଙ୍କ ଇନିଂସରେ ୭୬ ବଲରେ ଚାରି ଚୌକା ଓ ୪ଟି ଛକା ମାରିଥିବା ବେଳେ ଧୱନ ୭୭ ବଲରେ ୧୩ଟି ଚୌକା ମାରିଥିଲେ । ସେ ଗିଲଙ୍କ ସହ ପ୍ରଥମ ୱିକେଟ୍ ପାଇଁ ୧୨୪ ରନର ପାର୍ଟନରଶିପ୍ କରିଥିଲେ । ସେପଟେ ଶୁଭମାନ ଗିଲ ନିଜ ଇନିଂସରେ ୬୫ ବଲରେ ୧ ଚୌକା ଓ ୩ଟି ଛକା ମାରିଥିଲେ । ଲକି ଫର୍ଗୁସନ୍ ୧୦ ଓଭରରେ ୫୯ ରନ୍ ଓ ଟିମ୍ ସାଉଥୀ ୧୦ ଓଭରରେ ୭୩ ଦେଇ ନ୍ୟୁଜିଲ୍ୟାଣ୍ଡ ପାଇଁ ୩-୩ ୱିକେଟ୍ ନେଇଥିଲେ ।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ODI ସିରିଜର ପୂରା କାର୍ଯ୍ୟସୂଚୀ 

ପ୍ରଥମ ODI ନଭେମ୍ବର ୨୫
ଦ୍ୱିତୀୟ ODI ନଭେମ୍ବର ୨୭
ତୃତୀୟ ODI ନଭେମ୍ବର ୩୦

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ODI ଦଳ 

ଶିଖର ଧୱନ (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ), ଶୁଭମାନ ଗିଲ, ଦୀପକ ହୁଡା, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଶାହାବାଜ ଅହମ୍ମଦ, ୱାଶିଂଟନ ସୁନ୍ଦର, ଉମ୍ରାନ ମଲିକ, କୁଲଦୀପ ସେନ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର ।