IND vs NZ: ଲାଥମ୍ ଓ ୱିଲିୟମ୍ସନଙ୍କ ପ୍ରହାରରେ ଟିମ୍ ଇଣ୍ଡିଆର ବୋଲର ଧରାଶାୟୀ, ଭାରତକୁ ୭ ୱିକେଟରେ ମାତ୍ ଦେଲା ନ୍ୟୁଜିଲ୍ୟାଣ୍ଡ
Advertisement

IND vs NZ: ଲାଥମ୍ ଓ ୱିଲିୟମ୍ସନଙ୍କ ପ୍ରହାରରେ ଟିମ୍ ଇଣ୍ଡିଆର ବୋଲର ଧରାଶାୟୀ, ଭାରତକୁ ୭ ୱିକେଟରେ ମାତ୍ ଦେଲା ନ୍ୟୁଜିଲ୍ୟାଣ୍ଡ

India vs New Zealand 1st ODI:  ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିଥିଲେ । ଭାରତୀୟ ଦଳର ଓପନିଂ ଯୋଡ଼ି ଭଲ ଆରମ୍ଭ କରି ପ୍ରଥମ ୱିକେଟ୍ ପାଇଁ ୨୩.୧ ଓଭରରେ ୧୨୪ ରନ୍ ଯୋଡିଥିଲା । ଏଠାରେ ୬୫ ବଲରେ ୫୦ ରନ୍ କରିବା ପରେ ଶୁଭମାନ ଗିଲ ଆଉଟ ହୋଇଯାଇଥିଲେ । ପରବର୍ତ୍ତୀ ଓଭରରେ ଶିଖର ଧୱନ ମଧ୍ୟ ୭୭ ବଲରେ ୭୨ ରନର ଇନିଂସ ଖେଳିବା ପରେ ପାଭିଲିୟନକୁ ଫେରିଥିଲେ । ଏଠାରୁ ଶ୍ରେୟସ୍ ଆୟର ଗୋଟିଏ ପଟ ସମ୍ଭାଳି ଥିଲେ । 

IND vs NZ: ଲାଥମ୍ ଓ ୱିଲିୟମ୍ସନଙ୍କ ପ୍ରହାରରେ ଟିମ୍ ଇଣ୍ଡିଆର ବୋଲର ଧରାଶାୟୀ, ଭାରତକୁ ୭ ୱିକେଟରେ ମାତ୍ ଦେଲା ନ୍ୟୁଜିଲ୍ୟାଣ୍ଡ

India vs New Zealand 1st ODI: ଭାରତ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯାଇଛି । ଏହି ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ (India vs New Zealand ODI Series) ର ପ୍ରଥମ ମ୍ୟାଚ (IND vs NZ 1st ODI)  ରେ ଭାରତୀୟ ଦଳ (Indian Team) କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଅକଲ୍ୟାଣ୍ଡରେ ଖେଳାଯାଇଥିବା ଏହି ODI ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୦୬ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ଦଳ ମାତ୍ର ୩ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଛି । ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିଥିଲେ । ଭାରତୀୟ ଦଳର ଓପନିଂ ଯୋଡ଼ି ଭଲ ଆରମ୍ଭ କରି ପ୍ରଥମ ୱିକେଟ୍ ପାଇଁ ୨୩.୧ ଓଭରରେ ୧୨୪ ରନ୍ ଯୋଡିଥିଲା । ଏଠାରେ ୬୫ ବଲରେ ୫୦ ରନ୍ କରିବା ପରେ ଶୁଭମାନ ଗିଲ ଆଉଟ ହୋଇଯାଇଥିଲେ । ପରବର୍ତ୍ତୀ ଓଭରରେ ଶିଖର ଧୱନ ମଧ୍ୟ ୭୭ ବଲରେ ୭୨ ରନର ଇନିଂସ ଖେଳିବା ପରେ ପାଭିଲିୟନକୁ ଫେରିଥିଲେ । ଏଠାରୁ ଶ୍ରେୟସ୍ ଆୟର ଗୋଟିଏ ପଟ ସମ୍ଭାଳି ଥିଲେ । ସେପଟେ ୱିକେଟର ଅନ୍ୟପଟେ ସ୍ୱଳ୍ପ ବ୍ୟବଧାନରେ ଲଗାତର ୱିକେଟ ଖସିବାକୁ ଲାଗିଥିଲା ।

୨୩ ବଲରେ ୧୫ ରନ୍ ସ୍କୋର କରିବା ପରେ ଋଷଭ ପନ୍ତଙ୍କୁ ଲକି ଫର୍ଗୁସନ୍ ବୋଲ୍ଡ କରିଥିଲେ । ସୂର୍ଯ୍ୟକୁମାର ଯାଦବ ମଧ୍ୟ ୪ ରନ୍ ସ୍କୋର କରି ଫର୍ଗୁସନଙ୍କ ଶିକାର ହୋଇଥିଲେ । ଏହା ପରେ ସଞ୍ଜୁ ସାମସନ୍ ଓ ଶ୍ରେୟସ୍ ଆୟରଙ୍କ ମଧ୍ୟରେ ୯୪ ରନର ପାର୍ଟନରଶିପ୍ ହୋଇଥିଲା । ୩୮ ବଲରେ ୩୬ ରନ୍ କରିବା ପରେ ସଞ୍ଜୁ ସାମସନ ମଧ୍ୟ ଆଡାମ ମିଲ୍ନେଙ୍କ ଦ୍ୱାରା ଆଉଟ ହୋଇଥିଲେ । ୭୭ ବଲରେ ୮୦ ରନ୍ କରିବା ପରେ ଶ୍ରେୟସ୍ ଆୟର ଆଉଟ୍ ହୋଇଥିଲେ । ଶାର୍ଦ୍ଦୁଲ ଠାକୁର ମଧ୍ୟ ଗୋଟିଏ ରନ୍ କରି ପାଭିଲିୟନ ଫେରିଥିଲେ । ୱାଶିଂଟନ୍ ସୁନ୍ଦର ୧୬ଟି ବଲରେ ୩୭ ରନର ଦମଦାର୍ ଅପରାଜିତ ଇନିଂସ ଖେଳିଥିଲେ । ନ୍ୟୁଜିଲ୍ୟାଣ୍ଡ ପାଇଁ ଲକି ଫର୍ଗୁସନ୍ ଓ ଟିମ୍ ସାଉଥୀ ୩-୩ ୱିକେଟ ନେଇଥିଲେ । ସେପଟେ ମ୍ୟାଟ୍ ହେନେରୀ ଓ ଆଡାମ ମିଲ୍ନେ ଗୋଟିଏ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । 

ଅଧିକ ପଢ଼ନ୍ତୁଛ:-ଟିମ୍ ଇଣ୍ଡିଆକୁ ମିଳିଲା ନୂଆ ଫିନିସର୍, ସୂର୍ଯ୍ୟକୁମାର ଯାଦବଙ୍କ ଷ୍ଟାଇଲରେ ଖେଳିଲେ ଶଟ୍

୩୦୭ ରନର ଲକ୍ଷ୍ୟର ଜବାବରେ ଫିନ୍ ଆଲେନ୍ (୨୨) ରୂପରେ ନ୍ୟୁଜିଲାଣ୍ଡ ପ୍ରଥମ ୱିକେଟ୍ ହରାଇଥିଲା । ନ୍ୟୁଜିଲ୍ୟାଣ୍ଡର ୬୮ ରନର ସ୍କୋରରେ ଦେଭାନ କନୱେ (୨୪) ମଧ୍ୟ ଆଉଟ ହୋଇଥିଲେ । ଡେରିଲ୍ ମିଚେଲ୍ (୧୧) ମଧ୍ୟ କିଛି ବିଶେଷ କରିପାରିନଥିଲେ । କିୱି ଦଳ ୧୯.୫ ଓଭରରେ ୮୮ ରନରେ 3 ୱିକେଟ୍ ହରାଇଥିଲା । ଏଠାରୁ ଅଧିନାୟକ କେନ୍ ୱିଲିୟମସନ ଓ ଟମ ଲାଥମଙ୍କ ସହ ନ୍ୟୁଜିଲ୍ୟାଣ୍ଡ ଜିତିବା ପାଇଁ ୧୬୪ ବଲରେ ୨୨୧ ରନର ଅପରାଜିତ ପାର୍ଟନରଶିପ୍ କରିଥିଲେ । କିୱି ଦଳ କେବଳ ୪୭.୧ ଓଭରରେ ମ୍ୟାଚ୍ ଜିତିଥିଲା ।​ ଉମ୍ରାନ ମଲିକଙ୍କୁ ଦୁଇଟି ୱିକେଟ୍ ଓ ଶାର୍ଦ୍ଦୁଲ ଠାକୁରଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା ।