ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟ ଖେଳିବେ ନାହିଁ ରୋହିତ ଶର୍ମା; ଏହି ଖେଳାଳିଙ୍କୁ ମିଳିଲା ଅଧିନାୟକତ୍ୱ
Advertisement
Article Detail0/zeeodisha/odisha1237691

ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟ ଖେଳିବେ ନାହିଁ ରୋହିତ ଶର୍ମା; ଏହି ଖେଳାଳିଙ୍କୁ ମିଳିଲା ଅଧିନାୟକତ୍ୱ

India vs England 5th Test: ଭାରତ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ପୁନଃ ନିର୍ଦ୍ଧାରିତ ଟେଷ୍ଟ ୧ ଜୁଲାଇରୁ ବର୍ମିଂହାମରେ ଏଡବାଷ୍ଟନ୍ ଠାରେ ଖେଳାଯିବ ।

ସାଙ୍କେତିକ ଫଟୋ

India vs England 5th Test: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ (Team India) ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି । ସୂଚନାନୁସାରେ, କୋରୋନାରେ ଅସୁସ୍ଥ ଥିବା ରୋହିତ ଶର୍ମା (Rohit Sharma) ପଞ୍ଚମ ଟେଷ୍ଟରେ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ (Jasprit Bumrah) ଅଧିନାୟକତ୍ୱ ଦିଆଯାଇଛି ।

କହିରଖୁଛୁ ଯେ ରୋହିତ ଶର୍ମା ବର୍ତ୍ତମାନ କୋଭିଡ-୧୯ ପଜିଟିଭ୍ ଓ କ୍ଵାରେଣ୍ଟିନରେ ଅଛନ୍ତି । ଟିମ୍ ଇଣ୍ଡିଆ (Team India) ଆଜି ଏଡବାଷ୍ଟନ୍ ଠାରେ ଅଭ୍ୟାସ ଆରମ୍ଭ କରିଥିଲା, କିନ୍ତୁ ଅଧିନାୟକ ରୋହିତ ଏଥିରେ ଅଂଶଗ୍ରହଣ କରିନଥିଲେ । କୋରୋନା ମହାମାରୀ ଯୋଗୁଁ ୨୦୨୧ ମସିହାରେ ଏହି ଟେଷ୍ଟ ବାତିଲ କରାଯାଇଥିଲା । ସମ୍ପ୍ରତି ଟିମ୍ ଇଣ୍ଡିଆ ଏହି ସିରିଜରେ ୨-୧ ରେ ଆଗୁଆ ରହିଛି । କିନ୍ତୁ ନିକତରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ କ୍ଲିନ ସ୍ୱିପ ପରେ ଇଂଲଣ୍ଡର ମନୋବଳ ​​ଅଧିକ ସୁଦୃଢ଼ ରହିଛି ।

ଭାରତୀୟ ଦଳ ଯେକୌଣସି ମୂଲ୍ୟରେ ସିରିଜର ଶେଷ ଟେଷ୍ଟ ଜିତିବାକୁ ଚାହୁଁଛି । ଏଭଳି ପରିସ୍ଥିତିରେ ଦଳର ସମସ୍ତ ଖେଳାଳି ଅତ୍ୟଧିକ ଝାଳ ବୋହାଉଛନ୍ତି । ଭାରତୀୟ ଦଳର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ମଧ୍ୟ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଦେଖିବାକୁ ମିଳେ ଯେ ଭାରତୀୟ ଖେଳାଳିମାନେ ପଡ଼ିଆରେ ଅଛନ୍ତି । ଏଥି ସହିତ ଭାରତୀୟ ଦଳର ଅଭ୍ୟାସର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରୋହିତ ଶର୍ମା ଏହି ଭିଡିଓଗୁଡିକରେ ଦେଖାଯାଉନାହାଁନ୍ତି । ବାସ୍ତବରେ ରୋହିତ ଶର୍ମାଙ୍କ କୋରୋନା ରିପୋର୍ଟ ପଜିଟିଭ୍ ଆସିଥିଲା, ସେବେଠାରୁ ସେ କ୍ଵାରେଣ୍ଟିନରେ ଅଛନ୍ତି ।

ଉଭୟ ଦଳର ସମ୍ଭାବିତ ପ୍ଲେଇଂ ଏକାଦଶ

ଭାରତ: ଶୁଭମନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ହନୁମା ବିହାରୀ, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ଜସପ୍ରୀତ ବୁମରା ଓ ମହମ୍ମଦ ସିରାଜ ।

ଇଂଲଣ୍ଡ: ଆଲେକ୍ସ ଲି, ଜ୍ୟାକ୍ କ୍ରୋଲେ, ଓଲି ପୋପ୍, ଜୋ ରୁଟ୍, ଜନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ (ଅଧିନାୟକ), ବେନ୍ ଫକ୍ସ / ସାମ ବିଲିଙ୍ଗସ୍ (wk), ମ୍ୟାଟି ପୋଟସ୍ / ଜାମି ଓଭରଟନ୍, ଷ୍ଟୁଆର୍ଟ ବ୍ରଡ୍, ଜ୍ୟାକ୍ ଲିଚ୍, ଜେମ୍ସ ଆଣ୍ଡରସନ୍ ।

ଏହା ବି ପଢ଼ନ୍ତୁ: ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଜିଲା ବିଗୁଲ, ମତଦାନ ତାରିଖ ଘୋଷଣା କଲା ନିର୍ବାଚନ କମିଶନ

ଏହା ବି ପଢ଼ନ୍ତୁ: ୧ ଜୁଲାଇରୁ ହେବ ସାତଟି ବଡ଼ ପରିବର୍ତ୍ତନ, ଯାହା ଆପଣଙ୍କ ପକେଟ୍ ଉପରେ ପକାଇବ ସିଧାସଳଖ ପ୍ରଭାବ