IND vs BAN 3rd ODI: ଟିମ୍ ଇଣ୍ଡିଆକୁ ଲାଗିଲା ଜୋରଦାର ଝଟକା, ତୃତୀୟ ଦିନିକିଆରୁ ରୋହିତ ଶର୍ମାଙ୍କ ସମେତ ୩ ଖେଳାଳି ବାହାର
Advertisement
Article Detail0/zeeodisha/odisha1476799

IND vs BAN 3rd ODI: ଟିମ୍ ଇଣ୍ଡିଆକୁ ଲାଗିଲା ଜୋରଦାର ଝଟକା, ତୃତୀୟ ଦିନିକିଆରୁ ରୋହିତ ଶର୍ମାଙ୍କ ସମେତ ୩ ଖେଳାଳି ବାହାର

India vs Bangladesh 3rd ODI: ଟିମ୍ ଇଣ୍ଡିଆ ଓ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ଦ୍ୱିତୀୟ ମ୍ୟାଚ୍ ଗତକାଲି ଅର୍ଥାତ ଡିସେମ୍ୱର ୭ରେ ଖେଳା ଯାଇଥିଲା । ଏହି ମ୍ୟାଚରେ ଏହି ସମସ୍ତ ତିନି ଖେଳାଳି ଆହତ ହୋଇଛନ୍ତି । ଏଥିସହ ଭାରତୀୟ ଦଳକୁ ଏହି ମ୍ୟାଚ୍‌ରେ ୫ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ପ୍ରଥମ ଦିନିକିଆରେ ବାଂଲାଦେଶ ଗୋଟିଏ ୱିକେଟରେ ଜିତିଥିଲା । ଏହିପରି ବାଂଲାଦେଶ ଟିମ୍ ସିରିଜରେ ଅପରାଜିତ ୨-୦ରେ ଆଗୁଆ ରହିଛି ।

IND vs BAN 3rd ODI: ଟିମ୍ ଇଣ୍ଡିଆକୁ ଲାଗିଲା ଜୋରଦାର ଝଟକା, ତୃତୀୟ ଦିନିକିଆରୁ ରୋହିତ ଶର୍ମାଙ୍କ ସମେତ ୩ ଖେଳାଳି ବାହାର

India vs Bangladesh 3rd ODI: ଦ୍ୱିତୀୟ ଦିନିକିଆ (IND vs BAN 2nd ODI) ରେ ବାଂଲାଦେଶ ବିପକ୍ଷରେ ଭାରତ (Indian Team) ୫ ରନରେ ପରାସ୍ତ ହୋଇଛି । ଯାହା ପରେ ଟିମ୍ ଇଣ୍ଡିଆ (Team India) ହାତରୁ ୩ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ ଖସିଯାଇଛି । ବାଂଲାଦେଶ ବିପକ୍ଷ ODI ସିରିଜ ହାରିବା ପରେ ଏବେ ଭାରତୀୟ କ୍ରିକେଟ୍ ଦଳ ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ଆହତ କାରଣରୁ ଟିମ୍ ଇଣ୍ଡିଆର ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma), ଦ୍ରୁତ ବୋଲର ଦୀପକ ଚହର (Deepak Chahar) ଏବଂ କୁଲଦୀପ ସେନ (Kuldeep Sen) ଙ୍କୁ ତୃତୀୟ ଦିନିକିଆରୁ ବାଦ୍ ଦିଆଯାଇଛି । ଟିମ୍ ଇଣ୍ଡିଆ କୋଚ୍ (Team India Coach) ରାହୁଲ ଦ୍ରାବିଡ (Rahul Dravid) ଏହି ସୂଚନା ଦେଇଛନ୍ତି । 

ପ୍ରକୃତରେ ଭାରତୀୟ ଦଳ ଓ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ଦ୍ୱିତୀୟ ମ୍ୟାଚ୍ ଗତକାଲି (ବୁଧବାର) ଅର୍ଥାତ ଡିସେମ୍ୱର ୭ରେ ଖେଳା ଯାଇଥିଲା । ଏହି ମ୍ୟାଚରେ ଏହି ସମସ୍ତ ତିନି ଖେଳାଳି ଆହତ ହୋଇଛନ୍ତି । ଏଥିସହ ଭାରତୀୟ ଦଳକୁ ଏହି ମ୍ୟାଚ୍‌ରେ ୫ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ପ୍ରଥମ ଦିନିକିଆରେ ବାଂଲାଦେଶ ଗୋଟିଏ ୱିକେଟରେ ଜିତିଥିଲା । ଏହିପରି ବାଂଲାଦେଶ ଟିମ୍ ସିରିଜରେ ଅପରାଜିତ ୨-୦ରେ ଆଗୁଆ ରହିଛି । କିନ୍ତୁ ବର୍ତ୍ତମାନ ସିରିଜର ତୃତୀୟ ODI ମ୍ୟାଚ୍ ଡିସେମ୍ୱର ୧୦ରେ ଚଟ୍ରଗାଁଓରେ ଖେଳାଯିବ । 

ଏହା ପୂର୍ବରୁ ହିଁ ଟିମ୍ ଇଣ୍ଡିଆ ପାଇଁ ଏହି ଖରାପ ଖବର ସାମ୍ନାକୁ ଆସିଛି । ଦ୍ୱିତୀୟ ODI ରେ ହାରିବା ପରେ କୋଚ୍ ରାହୁଲ ଦ୍ରାବିଡ ଏହି ଅପଡେଟ୍ ଦେଇଛନ୍ତି । ରାହୁଲ ଦ୍ରାବିଡ୍  କହିଛନ୍ତି ଯେ, "ନିଶ୍ଚିତ ଭାବେ କୁଲଦୀପ, ଦୀପକ ଏବଂ ରୋହିତ ପରବର୍ତ୍ତୀ ମ୍ୟାଚ୍‌ରେ ଖେଳିପାରିବେ ନାହିଁ । କୁଲଦୀପ ଓ ଦୀପକ ସିରିଜରୁ ବାହାର ହୋଇଯାଇଛନ୍ତି । ରୋହିତ ଶର୍ମା ମଧ୍ୟ ପରବର୍ତ୍ତୀ ମ୍ୟାଚ୍ ଖେଳି ପାରିବେ ନାହିଁ । ସେ ମୁମ୍ବାଇ ଫେରିଯିବେ, ଯେଉଁଠାରେ ବିଶେଷଜ୍ଞମାନେ ତାଙ୍କୁ ପରୀକ୍ଷା କରିବେ । ଏହା ପରେ ହିଁ ଜଣା ପଡ଼ିବ ଯେ ସେ ଟେଷ୍ଟ ସିରିଜ୍ ପାଇଁ ଉପଲବ୍ଧ ହେବେ କି ନାହିଁ । କିନ୍ତୁ ଏହା ନିଶ୍ଚିତ ଯେ ଏହି ତିନିଜଣ ସିରିଜର ଶେଷ ODI ଖେଳିବାକୁ ସମର୍ଥ ହେବେ ନାହିଁ ।" 

ସୂଚନାଯୋଗ୍ୟ, ଦ୍ୱିତୀୟ ଦିନିକିଆ ମ୍ୟାଚର ଦ୍ୱିତୀୟ ଓଭରରେ ଟିମ୍ ଇଣ୍ଡିଆ (Team India) କୁ ଏକ ବଡ଼ ଝଟକା ଲାଗିଥିଲା । ଭାରତୀୟ ଦଳର ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଙ୍କୁ ବଲ୍ ଲାଗିବାରୁ ବାମ ହାତରୁ ରକ୍ତସ୍ରାବ ହେବାକୁ ଲାଗିଲା ଓ ତାଙ୍କୁ  ମୈଦାନ ଛାଡ଼ିବାକୁ ପଡିଥିଲା । ଆଘାତ ଗୁରୁତର ଥିବା ଜଣାପଡିଛି । ରୋହିତ ଶର୍ମା ମୈଦାନରୁ ବାହାରକୁ ଯାଉଥିବା ବେଳେ ତାଙ୍କ ହାତରୁ ରକ୍ତସ୍ରାବ ହେଉଥିଲା । ଦ୍ୱିତୀୟ ଓଭରର ଚତୁର୍ଥ ବଲରେ ଏପରି ଘଟିଥିଲା କି ​​ଯେତେବେଳେ ଅନାମୁଲ ଏକ ଶଟ୍ ମାରିଥିଲେ ଓ କ୍ୟାଚ୍ ନେବା ସମୟରେ ରୋହିତ ଶର୍ମାଙ୍କୁ ନିଜ ହାତରେ ଆଘାତ ଲାଗିଥିଲା । 

ଏହା ବି ପଢ଼ନ୍ତୁ:-ହିମାଚଳ ପ୍ରଦେଶରୁ କଂଗ୍ରେସ ପାଇଁ ଖୁସି ଖବର; ଏଣିକି କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ରେସରେ ଅଛନ୍ତି ଏହି ୫ ନାମ

ଏହା ବି ପଢ଼ନ୍ତୁ:-ବାଂଲାଦେଶ ବିପକ୍ଷରେ ପରାଜୟ ପରେ ରାହୁଲ ଦ୍ରାବିଡ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ:-ସିରିଜ୍ ହାରିବା ପରେ ଏସବୁ ଖେଳାଳିଙ୍କ ଉପରେ ବର୍ଷିଲେ ରୋହିତ ଶର୍ମା, ପରାଜୟ ପାଇଁ କଲେ ଦାୟୀ

 

ମହମ୍ମଦ ସିରାଜଙ୍କ ଫାଷ୍ଟ ବଲରେ ଅନାମୁଲ ଶଟ୍ ମାରିବାକୁ ବିଫଳ ହୋଇଥିଲେ ଓ ବଲ୍‌ ବ୍ୟାଟ୍‌ର ସାଇଡରେ ଲାଗି ସ୍ଲିପ୍‌ରେ ପହଞ୍ଚିଥିଲା ​​ଯେଉଁଠାରେ ରୋହିତ ଶର୍ମା ଛିଡ଼ା ହୋଇଥିଲେ । ତେବେ ବଲ୍ ଆଶା କରିଥିବା ଠାରୁ ବହୁତ କମ୍ ତଳେ ରହିଥିଲା ଓ ତାଙ୍କ ହାତକୁ ଯାଇ ଲାଗିଥିଲା । ଏହି ଉପାୟରେ ରୋହିତ ଶର୍ମା (Rohit Sharma) କ୍ୟାଚକୁ  ମଧ୍ୟ ଧରିପାରି ନଥିଲେ ଓ ତାଙ୍କ ହାତକୁ ଆଘାତ ଲାଗିଥିଲା । ରୋହିତ ଶର୍ମା  ସଙ୍ଗେ ସଙ୍ଗେ ରକ୍ତ ଝରୁଥିବା ହାତ ଧରି ମୈଦାନ ଛାଡି ଚାଲିଯାଇଥିଲେ । ଫିଲ୍ଡିଂ ପାଇଁ ତାଙ୍କ ସ୍ଥାନରେ ରଜତ ପାଟିଦାର ଆସିଥିଲେ ।