IND vs BAN 2nd ODI: ଭାରତ-ବାଂଲାଦେଶ ଦ୍ୱିତୀୟ ଦିନିକିଆ ହେବ ବାତିଲ? ଜାଣନ୍ତୁ କେମିତି ରହିଛି ଢାକାର ପାଣିପାଗ
Advertisement
Article Detail0/zeeodisha/odisha1473829

IND vs BAN 2nd ODI: ଭାରତ-ବାଂଲାଦେଶ ଦ୍ୱିତୀୟ ଦିନିକିଆ ହେବ ବାତିଲ? ଜାଣନ୍ତୁ କେମିତି ରହିଛି ଢାକାର ପାଣିପାଗ

India vs Bangladesh 2nd ODI: ଆଜି (ବୁଧବାର) ଡିସେମ୍ବର ୭ରେ ଶେର୍-ଏ-ବାଂଲା କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ମ୍ୟାଚରେ ଭାରତ ପାଇଁ ବିଜୟ ହାସଲ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ସିରିଜକୁ ଜିତିବା ପାଇଁ ଏହି ମ୍ୟାଚକୁ ଜିତିବା ଜରୁରୀ ହୋଇପଡ଼ିଛି । 

IND vs BAN 2nd ODI: ଭାରତ-ବାଂଲାଦେଶ ଦ୍ୱିତୀୟ ଦିନିକିଆ ହେବ ବାତିଲ? ଜାଣନ୍ତୁ କେମିତି ରହିଛି ଢାକାର ପାଣିପାଗ

India vs Bangladesh 2nd ODI: ଭାରତ ଓ ବାଂଲାଦେଶ ମଧ୍ୟରେ ଏକଦିବସୀୟ ସିରିଜ (IND vs BAN ODI Series) ଚାଲିଛି । ଏହି ସିରିଜର ଦ୍ୱିତୀୟ ଦିନିକିଆ (ODI) ବାଂଲାଦେଶର ରାଜଧାନୀ ଢାକାରେ ଖେଳାଯିବ । ଆଜି (ବୁଧବାର) ଡିସେମ୍ବର ୭ରେ ଶେର୍-ଏ-ବାଂଲା କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ (India vs Bangladesh 2nd ODI) ଅନୁଷ୍ଠିତ ହେବ । ଏହି ମ୍ୟାଚରେ ଭାରତ (Indian Cricket Team) ପାଇଁ ବିଜୟ ହାସଲ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ସିରିଜକୁ ଜିତିବା ପାଇଁ ଏହି ମ୍ୟାଚକୁ ଜିତିବା ଜରୁରୀ ହୋଇପଡ଼ିଛି । କାରଣ ଟିମ୍ ଇଣ୍ଡିଆ (Team India) ପ୍ରଥମ ODIରେ ପରାସ୍ତ ହୋଇଥିଲା । ଫଳରେ ପ୍ରଥମ ମ୍ୟାଚ (IND vs BAN 1st ODI) ରେ ଜିତିବା ପରେ ବାଂଲାଦେଶ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ ଆଗୁଆ ରହିଛି । ଏଭଳି ପରିସ୍ଥିତିରେ ଆୟୋଜକ ଦେଶର ଲକ୍ଷ୍ୟ ମଧ୍ୟ ଏହି ମ୍ୟାଚ୍ ଜିତି ଅପରାଜିତ ରହିବାର ରହିଛି ।

ବାଂଲାଦେଶ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ୍ କେବଳ ଗୋଟିଏ ୱିକେଟରେ ଜିତି ଥିଲା । ଏହି ମ୍ୟାଚରେ ଭାରତୀୟ ବ୍ୟାଟିଂ ଫ୍ଲପ୍ ରହିଥିଲା ଓ ଦଳ ୪୧.୨ ଓଭରରେ ୧୮୬ ରନରେ ଅଲଆଉଟ୍ ହୋଇଯାଇଥିଲା । ୱିକେଟ୍ କିପର ଭୂମିକାରେ ଆସିଥିବା କେ.ଏଲ୍ ରାହୁଲ ନିଶ୍ଚିତ ଭାବରେ ଲଜ୍ଜା ରକ୍ଷା କରିଥିଲେ ଓ ସେ ୭୩ ରନର ଚମତ୍କାର ଇନିଂସ ଖେଳିଥିଲେ । ବାଂଲାଦେଶ ତରଫରୁ ଅଭିଜ୍ଞ ଅଲରାଉଣ୍ଡର ଶାକିବ ଅଲ ହାସନ ୫ ୱିକେଟ୍ ନେଇଥିବା ବେଳେ ଇବାଦତ ହୁସେନ୍ ୪ ୱିକେଟ୍ ନେଇଥିଲେ । ଏହା ପରେ ଅଧିନାୟକ ଲିଟନ୍ ଦାସ ୪୧ ରନ୍ କରିଥିବାବେଳେ ମେହଦି ହସନ୍ ମିରାଜ ଯିଏ କି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ ସେ ଅପରାଜିତ ୩୮ ରନ୍ ଖେଳି ବାଂଲାଦେଶକୁ ଜିତାଇଥିଲେ । ପେସର୍ ମହମ୍ମଦ ସିରାଜ ୩ ୱିକେଟ୍ ନେଇଥିଲେ ।

ସୂଚନାଯୋଗ୍ୟ, ଆଜି ଢାକା (Dhaka) ରେ ଭାରତ ଓ ବାଂଲାଦେଶ ଦଳ ପୁଣି ଥରେ ମୁହାଁମୁହିଁ ହେବେ । ପାଣିପାଗ ବିଷୟରେ କହିବାକୁ ଗଲେ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି । ଦିନରେ ଢାକାରେ ପାଗ ଭଲ ରହିବ ଓ ତାପମାତ୍ରା ୨୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଯାଇପାରେ । ଦିନ ୧-୩ ମଧ୍ୟରେ ତାପମାତ୍ରା ୨୮-୨୯ ଡିଗ୍ରୀରେ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଅନ୍ୟପଟେ ଏହା ରାତିରେ ୨୧ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ଏହି ସମୟରେ ପବନର ବେଗ ୭-୧୧ କିଲୋମିଟର ରହିପାରେ । ଏହା ସହିତ ଆର୍ଦ୍ରତା ସ୍ତର ୭୪ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ ।

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ଝଟକା; ପେନସନକୁ ନେଇ ଏହି ବଡ଼ ନିଷ୍ପତ୍ତି ନେଲେ ସରକାର, ଜାରି ହେଲା ନୋଟିଫିକେଶନ!

ଏହା ବି ପଢ଼ନ୍ତୁ:-ଆକ୍ସନ୍ ମୋଡରେ ଅଧିନାୟକ ରୋହିତ ଶର୍ମା, ଦ୍ୱିତୀୟ ଦିନିକିଆରେ ଏହି ୩ ଫ୍ଲପ୍ ଖେଳାଳୀଙ୍କୁ ଚୂଡ଼ାନ୍ତ ଏକାଦଶରୁ କରିବେ ବାହାର!

ଏହା ବି ପଢ଼ନ୍ତୁ:-BCCIକୁ ଗୁହାରୀ କଲେ ରମିଜ ରାଜା, ଜାଣନ୍ତୁ କ'ଣ ରହିଛି ପୂରା ଘଟଣା

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ODI ପାଇଁ ଭାରତର ସମ୍ଭାବ୍ୟ ଏକାଦଶ

ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ଅକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଉମ୍ରାନ ମଲିକ, ଦୀପକ ଚହର

ବାଂଲାଦେଶ ବିପକ୍ଷ ODI ସିରିଜ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ ଅଧିନାୟକ), ଦୀପକ ଚହର, ଶିଖର ଧାୱନ, ଇଶାନ କିଶନ, ଶ୍ରେୟସ ଆୟର, ବିରାଟ କୋହଲି, ମହମ୍ମଦ ସିରାଜ, ଋଷଭ ପନ୍ତ, ଅକ୍ସର ପଟେଲ, ରଜତ ପାଟିଦାର, କୁଲଦୀପ ସେନ, ଶାହବାଜ ଅହମ୍ମଦ, ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର, ରାହୁଲ ତ୍ରିପାଠୀ, ୱାଶିଂଟନ୍ ସୁନ୍ଦର