IND vs AUS: ଚେତେଶ୍ୱର ପୂଜାରାଙ୍କ ଗୋଟିଏ ଇସାରାରେ ଭାଙ୍ଗିଗଲା ଉସମାନ ଖାୱାଜାଙ୍କ ପତ୍ନୀର ହୃଦୟ! ଏହା ରହିଛି ମାମଲା
Advertisement

IND vs AUS: ଚେତେଶ୍ୱର ପୂଜାରାଙ୍କ ଗୋଟିଏ ଇସାରାରେ ଭାଙ୍ଗିଗଲା ଉସମାନ ଖାୱାଜାଙ୍କ ପତ୍ନୀର ହୃଦୟ! ଏହା ରହିଛି ମାମଲା

IND vs AUS 4th Test: ଉସମାନ ଖାୱାଜା ଅହମ୍ମଦାବାଦ ଟେଷ୍ଟରେ ଦ୍ୱିଶତକ ମାରିବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ, ସେ ବ୍ୟକ୍ତିଗତ ୧୮୦ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ଭାରତ ସ୍ପିନର ଅକ୍ଷର ପଟେଲ ତାଙ୍କର ୱିକେଟ୍ ନେଇଥିଲେ ।

ସୌ: ସୋସିଆଲ ମିଡିଆ

India Vs Australia: ଅହମ୍ମଦାବାଦ ଟେଷ୍ଟର (Ahmedabad Test) ପ୍ରଥମ ଇନିଂସରେ ଉସମାନ ଖାୱାଜା (Usman Khawaja) ନିଜ ବ୍ୟାଟିଂ ସହ ସମସ୍ତଙ୍କ ହୃଦୟ ଜିତିଥିଲେ । ଏହି ବାମହାତୀ ଓପନର୍ ଏକ ଚମତ୍କାର ଶତକ ହାସଲ କରିଥିବାବେଳେ ୧୮୦ ରନ୍ ସ୍କୋରର ଏକ ଇନିଂସ ଖେଳିଥିଲେ । ଖାୱାଜା ଏକ ଦ୍ୱିଶତକ ମାରିବାର ସୁଯୋଗ ପାଇଥିଲେ, କିନ୍ତୁ ଏହାକୁ ସେ ମିସ୍ କରିଥିଲେ । ଏହି ଖେଳାଳି ଭଲ ଖେଳୁଥିଲେ କିନ୍ତୁ ତାଙ୍କର ଗୋଟିଏ ଖରାପ ସଟ୍ ସବୁ ପରିଶ୍ରମକୁ ଖରାପ କରିଦେଇଥିଲା । କହି ରଖୁଛୁ ଯେ, ଉସମାନ ଖାୱାଜା ଦ୍ୱିଶତକରୁ ବଞ୍ଚିତ ହୋଇଥିବାରୁ ବହୁତ ଦୁଃଖିତ ଥିଲେ, କିନ୍ତୁ ତାଙ୍କ ପତ୍ନୀ ରିଚଲ (Rachel McLellan) ମଧ୍ୟ ତାଙ୍କଠାରୁ ଅଧିକ ଦୁଃଖୀ ହୋଇଥିଲେ । ଉସମାନଙ୍କ ଆଉଟ୍ ହେବା ପରେ ରିଚଲଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଛି ।

ଅକ୍ଷର ପଟେଲଙ୍କ ବଲରେ ଉସମାନ ଆଉଟ୍ ହୋଇଥିଲେ । ଅକ୍ଷାର ପଟେଲଙ୍କ ବଲକୁ ଖେଳିବାକୁ ଚେଷ୍ଟା କରି ଉସମାନ ବିଫଳ ହୋଇଥିଲେ ଓ ବଲ ଯାଇ ତାଙ୍କ ପ୍ୟାଡରେ ଲାଗିଥିଲେ । ଏହା ପରେ ଅକ୍ଷର ପଟେଲ ଏଲବିଡବ୍ଲୁ ପାଇଁ ଆବେଦନ କରିଥିଲେ ଓ ଅମ୍ପାୟାର ତାଙ୍କୁ ଆଉଟ୍ ଦେଇନଥିଲେ । ଏହା ପରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଅଧିନାୟକ ଥିବା ଚେତେଶ୍ୱର ପୂଜାରା ଡିଆରଏସ ନେଇଥିଲେ । ପୂଜାରାଙ୍କ DRS ପାଇଁ ଇସାରା ଦେଇ ଉସମାନ ଓ ତାଙ୍କ ପତ୍ନୀଙ୍କ ହୃଦୟକୁ ଭାଙ୍ଗି ଦେଇଥିଲା । କାରଣ ଉସମାନ ଖାୱାଜା ଏଲବିଡବ୍ଲୁ ହୋଇଥିଲେ ଓ ଦ୍ୱିଶତକ ସ୍କୋର କରିବାର ତାଙ୍କ ସ୍ୱପ୍ନ ଭାଙ୍ଗି ଯାଇଥିଲା ।

fallback

ଯଦିଓ ଉସମାନ ଏକ ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଏହି ଖେଳାଳି ଏପରି ଏକ ଅଭିନୟ କରିଥିଲେ ଯାହା ପୂର୍ବରୁ କୌଣସି ଅଷ୍ଟ୍ରେଲୀୟ ଖେଳାଳି କରି ନ ଥିବେ । ବାସ୍ତବରେ, ଉସମାନ ଖାୱାଜା ଅଷ୍ଟ୍ରେଲିଆର ତରଫରୁ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଭାରତର ବିରୁଦ୍ଧରେ ଗୋଟିଏ ଇନିଂସରେ ୪୨୨ ବଲ ଖେଳିଥିଲେ । ସେ ୩୯୨ ବଲ ଖେଳିବାର ଗ୍ରାହାମ ୟାଲୋପଙ୍କ ରେକର୍ଡ ଭାଙ୍ଗିଥିଲେ । କେବଳ ଏତିକି ନୁହେଁ, ଗତ ୧୦ ବର୍ଷ ମଧ୍ୟରେ ଉସମାନ ଦୁନିଆର ପ୍ରଥମ ଖେଳାଳି, ଯିଏକି ଭାରତ ମାଟିରେ ଗୋଟିଏ ଇନିଂସରେ ୪୦୦ ରୁ ଅଧିକ ବଲ ଖେଳିଛନ୍ତି ।

କହିରଖୁଛୁ ଯେ ବର୍ତ୍ତମାନର ଅଷ୍ଟ୍ରେଲୀୟ କ୍ରିକେଟରଙ୍କ ମଧ୍ୟରେ ଉସମାନ ଖାୱାଜାଙ୍କ ନାମରେ ଭାରତରେ ସର୍ବାଧିକ ସ୍କୋର କରିବାର ରେକର୍ଡ ରହିଛି । ଉସମାନ ଷ୍ଟିଭ ସ୍ମିଥଙ୍କୁ ପକାଇ ଦେଇଛନ୍ତି, ଯିଏ ୨୦୧୭ ମସିହାରେ ଅପରାଜିତ ୧୭୮ ରନ୍ ସ୍କୋର କରିଥିଲେ ।

ଏହା ବି ପଢ଼ନ୍ତୁ: NZ vs SL: ଭାରତ ପାଇଁ ବିପଦର ଘଣ୍ଟି! ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ମଜବୁତ ସ୍ଥିତିରେ ପହଞ୍ଚିଲା ଶ୍ରୀଲଙ୍କା

ଏହା ବି ପଢ଼ନ୍ତୁ: IND vs AUS: ପ୍ରଥମ ଦିନିକିଆରୁ ବାଦ ପଡିବେ ରୋହିତ! ନୂଆ ଖେଳାଳି ହେବେ କ୍ୟାପଟେନ୍, ଟିମ୍ ଇଣ୍ଡିଆକୁ ନେଇ ଆସିଲା ବଡ଼ ଅପଡେଟ୍