India vs Australiat: ଟିମ୍ ଇଣ୍ଡିଆରେ ରାଜନୀତିର ଶିକାର ହେଲେ ଏହି ଖେଳାଳି! ସୁଯୋଗ ଦେବାକୁ ରାଜି ନୁହଁନ୍ତି ଅଧିନାୟକ ରୋହିତ ଶର୍ମା
Advertisement

India vs Australiat: ଟିମ୍ ଇଣ୍ଡିଆରେ ରାଜନୀତିର ଶିକାର ହେଲେ ଏହି ଖେଳାଳି! ସୁଯୋଗ ଦେବାକୁ ରାଜି ନୁହଁନ୍ତି ଅଧିନାୟକ ରୋହିତ ଶର୍ମା

India vs Australia 2nd Test: ଆଜିକାଲି ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ସିରିଜ୍ ଭାରତରେ ଚାଲିଛି । ଏହି ଖେଳାଳିଙ୍କୁ ନିଶ୍ଚିତ ଭାବରେ ଭାରତୀୟ ଟେଷ୍ଟ ଦଳର ସ୍କ୍ୱାଡରେ ସୁଯୋଗ ମିଳିଛି । କିନ୍ତୁ ନାଗପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ଚୂଡ଼ାନ୍ତ ଏକାଦଶରେ ଅଧିନାୟକ ରୋହିତ ଶର୍ମା ତାଙ୍କୁ ସୁଯୋଗ ଦେଇ ନଥିଲେ । କ୍ରମାଗତ ଭଲ ପ୍ରଦର୍ଶନ ସତ୍ତ୍ୱେ ଏହି ମ୍ୟାଚ୍ ୱିନର ଖେଳାଳି ଟିମ୍ ଇଣ୍ଡିଆରୁ ଡ୍ରପ୍ ହୋଇଆସୁଛନ୍ତି ।

India vs Australiat: ଟିମ୍ ଇଣ୍ଡିଆରେ ରାଜନୀତିର ଶିକାର ହେଲେ ଏହି ଖେଳାଳି! ସୁଯୋଗ ଦେବାକୁ ରାଜି ନୁହଁନ୍ତି ଅଧିନାୟକ ରୋହିତ ଶର୍ମା

India vs Australia Test Series: ଭାରତୀୟ କ୍ରିକେଟ ଦଳ (Indian Cricket Team) ରେ ଏପରି  ଜଣେ ଭାଗ୍ୟହୀନ କ୍ରିକେଟର ଅଛନ୍ତି, ଯିଏକି ଟିମ୍ ଇଣ୍ଡିଆ (Team India) ପାଇଁ ଭଲ ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ସୁଯୋଗ ଦିଆଯାଉ ନାହିଁ । ଏହି କ୍ରିକେଟର ଟିମ୍ ଇଣ୍ଡିଆରେ ରାଜନୀତିର ଶିକାର ହୋଇଛନ୍ତି । ଆଜିକାଲି ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ସିରିଜ୍ (Border Gavaskar Trophy 2023) ଭାରତରେ ଚାଲିଛି । ଏହି ଖେଳାଳିଙ୍କୁ ନିଶ୍ଚିତ ଭାବରେ ଭାରତୀୟ ଟେଷ୍ଟ ଦଳର ସ୍କ୍ୱାଡରେ ସୁଯୋଗ ମିଳିଛି । କିନ୍ତୁ ନାଗପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ଚୂଡ଼ାନ୍ତ ଏକାଦଶରେ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ତାଙ୍କୁ ସୁଯୋଗ ଦେଇ ନଥିଲେ । କ୍ରମାଗତ ଭଲ ପ୍ରଦର୍ଶନ ସତ୍ତ୍ୱେ ଏହି ମ୍ୟାଚ୍ ୱିନର ଖେଳାଳି ଟିମ୍ ଇଣ୍ଡିଆରୁ ଡ୍ରପ୍ ହୋଇଆସୁଛନ୍ତି ।

ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ (IND vs AUS 1st Test) ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା (Rohit Sharma) ଟିମ୍ ଇଣ୍ଡିଆ (Team India) ର ଚୂଡାନ୍ତ ଏକାଦଶରେ ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବଙ୍କୁ ସୁଯୋଗ ଦେଇ ନାହାଁନ୍ତି । କୁଲଦୀପ ଯାଦବ (Kuldeep Yadav) ଙ୍କୁ ଅଣଦେଖା କରି ଅଧିନାୟକ ରୋହିତ ଶର୍ମା ଓ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ବାମହାତୀ ସ୍ପିନର ଅକ୍ସର ପଟେଲ (Axar Patel) ଙ୍କୁ ସୁଯୋଗ ଦେଇଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ଏହି ଖେଳାଳିଙ୍କୁ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରୁ ବାଦ ଦେଇ ଝଡ଼ ସୃଷ୍ଟି କରିଥିଲେ । ଟିମ୍ ଇଣ୍ଡିଆର 'ଚାଇନାମ୍ୟାନ' ସ୍ପିନର କୁଲଦୀପ ଯାଦବ ଟିମ୍ ଇଣ୍ଡିଆରେ ରାଜନୀତିର ଶିକାର ହୋଇଛନ୍ତି । 

ବାଂଲାଦେଶ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରେ କୁଲଦୀପ ଯାଦବଙ୍କୁ 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ପୁରସ୍କାର ପ୍ରଦାନ କରାଯାଇଥିଲା । କୁଲଦୀପ ଯାଦବ ଏହି ମ୍ୟାଚରେ ମୋଟ ୮ ୱିକେଟ୍ ନେଇଥିଲେ ଓ ପ୍ରଥମ ଇନିଂସରେ ଏକ ଉପଯୋଗୀ ୪୦ ରନ୍ ସ୍କୋର କରିଥିଲେ, ଯାହା ଭାରତକୁ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ୧୮୮ ରନରେ ଜିତିବାରେ ସାହାଯ୍ୟ କରିଥିଲା । ଏହା ପରେ କୁଲଦୀପ ଯାଦବଙ୍କୁ ପରବର୍ତ୍ତୀ ମ୍ୟାଚରେ ଡ୍ରପ କରାଯାଇଥିଲା । ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ କୁଲଦୀପ ଯାଦବଙ୍କୁ ବାହାରର ରାସ୍ତା ଦେଖାଯାଇଥିଲା । ତାଙ୍କ ସ୍ଥାନରେ ଜୟଦେବ ଉନାଦକଟ ଚୂଡ଼ାନ୍ତ ଏକାଦଶରେ ଅନ୍ତର୍ଭୁକ୍ତ ହୋଇଥିଲେ । 

କ୍ରିକେଟର ସମସ୍ତ ଭେଟେରାନ୍ ଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ଭାରତୀୟ ଦଳ ପରିଚାଳନାର ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୁଲଦୀପ ଯାଦବ ଟେଷ୍ଟ ଦଳକୁ ଫେରିବାରେ ସକ୍ଷମ ହୋଇ ନାହାଁନ୍ତି । କୁଲଦୀପ ଯାଦବ ତାଙ୍କ କ୍ରିକେଟ୍ କ୍ୟାରିୟରର ଅଧିକାଂଶ ସମୟ ବେଞ୍ଚରେ ବସି ପାଣି ପିଆଉଛନ୍ତି । ଉତ୍କୃଷ୍ଟ ରେକର୍ଡ ସତ୍ତ୍ୱେ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍, ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ଅକ୍ସର ପଟେଲଙ୍କ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ଚୂଡ଼ାନ୍ତ ଏକାଦଶରୁ କୁଲଦୀପ ଯାଦବଙ୍କୁ ବାହାର କରିଦିଆଯାଇଥିଲା ।

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବଙ୍କ ଟେଷ୍ଟ କ୍ୟାରିୟର ଶେଷ; ଯାହାଙ୍କ ପାଇଁ ମିଳିଥିଲା ସୁଯୋଗ, ସେ ହିଁ ବର୍ତ୍ତମାନ ଛଡ଼ାଇ ନେବେ ସ୍ଥାନ!

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ବି ଲାଗୁ ହେବ ପୁରୁଣା ପେନସନ ଯୋଜନା! ବିଜେପିର ବଢ଼ିଲା ଟେନସନ୍

ଅଧିକ ପଢ଼ନ୍ତୁ:-ମହାଶିବରାତ୍ରୀରୁ ଖୋଲିବ ଏସବୁ ରାଶିର ଲୋକଙ୍କ ଭାଗ୍ୟ! ବର୍ଷିବ ଧନ, ବଢ଼ିବ ଆୟ

କୁଲଦୀପ ଯାଦବ ଭାରତ ପାଇଁ ୮ଟି ଟେଷ୍ଟ ମ୍ୟାଚରେ ଏପର୍ଯ୍ୟନ୍ତ ୩୪ଟି ୱିକେଟ୍ ନେଇଛନ୍ତି । ଯେଉଁଥିରେ ସେ ୩ଟି ଇନିଂସରେ ପାଞ୍ଚ ୱିକେଟ୍ ନେଇଛନ୍ତି । ଏଭଳି ଭଲ ରେକର୍ଡ ସତ୍ତ୍ୱେ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ କାରଣରୁ କୁଲଦୀପ ଯାଦବଙ୍କୁ ଟେଷ୍ଟ ଦଳରୁ ଦୂରେଇ ରହିବାକୁ ପଡିଛି ।