India vs Australia 3rd Test: ତୃତୀୟ ଟେଷ୍ଟର ଫଳାଫଳ ପୂର୍ବରୁ BCCIକୁ ଲାଗିଲା ବଡ଼ ଝଟକା, ICC ଏହି 'ଦଣ୍ଡ' ଦେବାକୁ ପ୍ରସ୍ତୁତ!
Advertisement

India vs Australia 3rd Test: ତୃତୀୟ ଟେଷ୍ଟର ଫଳାଫଳ ପୂର୍ବରୁ BCCIକୁ ଲାଗିଲା ବଡ଼ ଝଟକା, ICC ଏହି 'ଦଣ୍ଡ' ଦେବାକୁ ପ୍ରସ୍ତୁତ!

India vs Australia 3rd Test: ଏହି ସିରିଜର ୨ଟି ମ୍ୟାଚ୍ ଜିତି ସିରିଜରେ ଟିମ୍ ଇଣ୍ଡିଆ ୨-୦ରେ ଆଗୁଆ ରହିଛି । ବର୍ତ୍ତମାନ ଭାରତ ଓ କଙ୍ଗାରୁ ଦଳ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚର ଫଳାଫଳ ତୃତୀୟ ଦିନରେ ଅର୍ଥାତ୍ ଶୁକ୍ରବାର ଆସିବାର ସମସ୍ତ ସମ୍ଭାବନା ଅଛି । ଏହି ମ୍ୟାଚର ବିଜୟ ଓ ପରାଜୟ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇକୁ ଏହି ଟେଷ୍ଟ ମ୍ୟାଚ୍ ପାଇଁ ଏକ ବଡ଼ ଦଣ୍ଡ ମିଳିପାରେ ।

India vs Australia 3rd Test: ତୃତୀୟ ଟେଷ୍ଟର ଫଳାଫଳ ପୂର୍ବରୁ BCCIକୁ ଲାଗିଲା ବଡ଼ ଝଟକା, ICC ଏହି 'ଦଣ୍ଡ' ଦେବାକୁ ପ୍ରସ୍ତୁତ!

India vs Australia 3rd Test Pitch Reports: ଭାରତୀୟ ଦଳ (India Cricket Team) ଓ ଅଷ୍ଟ୍ରେଲିଆ ଦଳ (Australia Team) ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି (Border Gavaskar Trophy 2023) ଟେଷ୍ଟ ସିରିଜ୍ (IND vs AUS Test Series) ଚାଲୁଛି । ସିରିଜ (India vs Australia Test Series) ରେ ମୋଟ ୪ଟି ମ୍ୟାଚ୍ ଅନୁଷ୍ଠିତ ହେବାର ଅଛି । ସେଥି ମଧ୍ୟରୁ ୨ଟି ମ୍ୟାଚ୍ ଜିତି ସିରିଜରେ ଟିମ୍ ଇଣ୍ଡିଆ (Team India) ୨-୦ରେ ଆଗୁଆ ରହିଛି । ବର୍ତ୍ତମାନ ଭାରତ ଓ କଙ୍ଗାରୁ ଦଳ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ (IND vs AUS 3rd Test Match) ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚର ଫଳାଫଳ ତୃତୀୟ ଦିନରେ ଅର୍ଥାତ୍ ଶୁକ୍ରବାର ଆସିବାର ସମସ୍ତ ସମ୍ଭାବନା ଅଛି । ଏହି ମ୍ୟାଚର ବିଜୟ ଓ ପରାଜୟ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) କୁ ଏହି ଟେଷ୍ଟ ମ୍ୟାଚ୍ ପାଇଁ ଏକ ବଡ଼ ଦଣ୍ଡ ମିଳିପାରେ ।

ଇନ୍ଦୋର ଟେଷ୍ଟ ମ୍ୟାଚ୍‌ (Indore Test Match) ରେ ଭାରତର ଦ୍ୱିତୀୟ ଇନିଂସ ୬୦.୩ ଓଭରରେ ମାତ୍ର ୧୬୩ ରନରେ ସମାପ୍ତ ହୋଇଥିଲା । ସେପଟେ ଅଷ୍ଟ୍ରେଲିଆକୁ ୭୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା । ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା (Cheteshwar Pujara) ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୧୪୨ ବଲରେ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୯ ରନ୍ ସଂଗ୍ରହ କରିଥିଲେ । ତାଙ୍କ ବ୍ୟତୀତ ଶ୍ରେୟସ୍ ଆୟର ୨୬ ରନ୍ ସ୍କୋର କରିଥିଲେ । ଅଷ୍ଟ୍ରେଲିଆର ଅଫ୍ ସ୍ପିନର ନାଥନ୍ ଲିଅନ୍ (Nathan Lyon) ବଲ୍ ସହିତ ଚମତ୍କାର ପ୍ରଦର୍ଶନ କରି ଦ୍ୱିତୀୟ ଇନିଂସରେ ୮ ୱିକେଟ୍ ନେଇଛନ୍ତି । ସେ ପ୍ରଥମ ଇନିଂସରେ ୩ ୱିକେଟ୍ ନେଇଥିଲେ । ଏହି ସମୟରେ ପେସର ମିଚେଲ ଷ୍ଟାର୍କ (Mitchell Starc) ଓ ବାମହାତୀ ସ୍ପିନର ମାଥ୍ୟୁ କୁହେମାନ ୧-୧ ୱିକେଟ ପାଇଛନ୍ତି ।

ଏବେ ସୋସିଆଲ ମିଡିଆରେ ଇନ୍ଦୋରର ପିଚ (Indore Pitch Reports) କୁ ନେଇ ଚର୍ଚ୍ଚା ହେଉଛି । ଆଇସିସି (ICC) ମ୍ୟାଚ୍ ରେଫରିଙ୍କ ଦ୍ୱାରା ଏହାକୁ ଏଭେରେଜରୁ କମ୍ ରେଟିଂ ମିଳିପାରେ । ପ୍ରଥମ ୩୦ ମିନିଟ ମଧ୍ୟରେ ବଲ୍ ବହୁତ ଟର୍ଣ୍ଣ ନେଉଥିବାରୁ ହୋଲକର କ୍ରିକେଟ୍ ଷ୍ଟାଡିୟମ୍ ପିଚ୍ ବ୍ୟାଟ୍ସମ୍ୟାନମାନଙ୍କ ପାଇଁ ଏକ ଦୁଃସ୍ୱପ୍ନ ପରି ଥିଲା । ଏହି ଟେଷ୍ଟର ପ୍ରଥମ ଦିନରେ ୧୪ ୱିକେଟ୍ ଖସିଥିବାବେଳେ ଦ୍ୱିତୀୟ ଦିନରେ ୧୬ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ ହୋଇ ପାଭିଲିୟନକୁ ଯିବାକୁ ପଡ଼ିଥିଲା । ଏହି କାରଣରୁ ଭାରତରେ ଟେଷ୍ଟ ମ୍ୟାଚ୍ ପାଇଁ କମ୍ ପ୍ରସ୍ତୁତ ପିଚ୍ ବିଷୟରେ ବିତର୍କ ପୁଣି ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ କିଛି ଆଧିକାରୀକ ନୁହେଁ କିନ୍ତୁ ଇନ୍ସାଇଡ୍ ସ୍ପୋର୍ଟର ରିପୋର୍ଟ ଅନୁଯାୟୀ ଆଇସିସି ମ୍ୟାଚ୍ ରେଫରି କ୍ରିସ୍ ବ୍ରଡ ଏଥର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ।

ଅଧିକ ପଢ଼ନ୍ତୁ:-ଶାହରୁଖ ଖାନଙ୍କ ଘରେ ବିଳମ୍ବିତ ରାତିରେ ପାଚିରୀ ଡେଇଁ ପଶିଲେ ୨ ଅଜ୍ଞାତ ବ୍ୟକ୍ତି

ଅଧିକ ପଢ଼ନ୍ତୁ:-ବିବାହିତ ଲୋକଙ୍କୁ ବଡ଼ ଧକ୍କା; ସରକାର ଏପ୍ରିଲ ୧ରୁ ବନ୍ଦ କରିବାକୁ ଯାଉଛନ୍ତି ଏହି ଯୋଜନା, ପ୍ରତିମାସରେ ଆଉ ମିଳିବ ନାହିଁ ଟଙ୍କା!

ଭାରତୀୟ ଦଳ ଇନ୍ଦୋର ଟେଷ୍ଟର ପ୍ରଥମ ଦିନରେ କେବଳ ଗୋଟିଏ ସେଶନ୍ ବ୍ୟାଟିଂ କରି ୧୦୯ ରନରେ ଅଲଆଉଟ୍ ହୋଇଯାଇଥିଲା । ଏଥି ସହିତ ଅଷ୍ଟ୍ରେଲିଆ ମଧ୍ୟ ୪ଟି ୱିକେଟ୍ ହରାଇଥିଲା । ଦିନର ଖେଳ ଶେଷ ହେବା ବେଳକୁ କଙ୍ଗାରୁ ଦଳ ୧୫୬ ରନ୍ ସ୍କୋର କରିଥିଲେ । କିନ୍ତୁ ବ୍ୟାଟ୍ସମ୍ୟାନମାନେ ଦ୍ୱିତୀୟ ଦିନରେ ମଧ୍ୟ ଅଧିକ ସମୟ ତିଷ୍ଠି ପାରିନଥିଲେ । ଏପର୍ଯ୍ୟନ୍ତ କେବଳ ଚେତେଶ୍ୱର ପୂଜାରା ଓ ଉସମାନ ଖାୱାଜା ଅର୍ଦ୍ଧଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଏହି ପିଚରେ ବହୁତ ଟର୍ଣ୍ଣ ହେଉଛି । ଅଷ୍ଟ୍ରେଲିଆର ଅଫ୍ ସ୍ପିନର ନାଥନ୍ ଲିଓନ୍ ଦ୍ୱିତୀୟ ଇନିଂସରେ  ୮ ୱିକେଟ୍ ନେଇଛନ୍ତି । ଦିଲ୍ଲୀ ଓ ନାଗପୁର ଟେଷ୍ଟ ମ୍ୟାଚ୍ ମଧ୍ୟ ୩ ଦିନରେ ଶେଷ ହୋଇଥିଲା । ବର୍ତ୍ତମାନ ଇନ୍ଦୋରରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ପ୍ରଥମ ଦିନରୁ ଇନ୍ଦୋର ପିଚ୍‌ରେ ଏକ ଅଦ୍ଭୁତ ଟର୍ଣ୍ଣ ଦେଖିବାକୁ ମିଳିଥିଲା । ଯେଉଁ କାରଣରୁ କ୍ରିକେଟ୍ ବିଶେଷଜ୍ଞ ଓ ପ୍ରଶଂସକମାନେ ଏହାକୁ ଅନୁପଯୁକ୍ତ ବୋଲି ମନେ କରିଥିଲେ ।