Australia Vs India: ରୋହିତ ଶର୍ମାଙ୍କ ଥିଲା ଭୁଲ୍, ମାଡ ଖାଇଲେ ଅକ୍ଷର ପଟେଲ, ଗାଳି ଶୁଣିଲେ କୁଲଦୀପ ଯାଦବ!
Advertisement

Australia Vs India: ରୋହିତ ଶର୍ମାଙ୍କ ଥିଲା ଭୁଲ୍, ମାଡ ଖାଇଲେ ଅକ୍ଷର ପଟେଲ, ଗାଳି ଶୁଣିଲେ କୁଲଦୀପ ଯାଦବ!

India vs Australia 3rd ODI: ରୋହିତ ଶର୍ମାଙ୍କ ଏକ ଭୁଲ ପାଇଁ ଅକ୍ଷର ପଟେଲଙ୍କୁ କିପରି ଭାରି ପଡିଥିଲା ଆପଣଙ୍କୁ କହୁଛୁ । ଚେନ୍ନାଇ ଚାଲିଥିବା ତୃତୀୟ ଦିନିକିଆର ୩୫ ତମ ଓଭରରେ ଘଟିଥିବା ଡ୍ରାମା ଭାରତୀୟ ଅଲରାଉଣ୍ଡ ଉପରେ ପ୍ରଭାବ ପକାଇଥିଲା ​। ଜାଣନ୍ତୁ ପୂରା କାହାଣୀ...

ସୌ: ସୋସିଆଲ ମିଡିଆ

Australia Vs India: କ୍ରିକେଟରେ ପ୍ରାୟତଃ ଖରାପ ବୋଲିଂ ପାଇଁ ଜଣେ ବୋଲରକୁ ବ୍ୟାଟ୍ସମ୍ୟାନ ପିଟିଥାନ୍ତି । ଯେତେବେଳେ ବୋଲର ଭୁଲ୍ କରନ୍ତି, ତାଙ୍କ ବିପକ୍ଷରେ ରନ୍ ସ୍କୋର ଅଧିକ ରନ୍ ସ୍କୋର ହୋଇଥାଏ । କିନ୍ତୁ ଚେନ୍ନାଇ ଦିନିକିଆରେ (Chennai ODI) ବୋଲର ନୁହଁନ୍ତି ବରଂ ଅଧିନାୟକଙ୍କ ଭୁଲ ପାଇଁ ଟିମ୍ ଇଣ୍ଡିଆକୁ (Team India) ୭ ରନର କ୍ଷତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ରୋହିତ ଶର୍ମା (Rohit Sharma) ଏପରି କ'ଣ କରିଥିଲେ, ଯାହାଫଳରେ ଅକ୍ଷର ପଟେଲଙ୍କ ଗୋଟିଏ ବଲରେ ୭ ରନ୍ ସ୍କୋର ହୋଇଥିଲା । ବାସ୍ତବରେ ମ୍ୟାଚର ୩୫ ତମ ଓଭରର ପଞ୍ଚମ ବଲରେ ଅକ୍ଷର ପଟେଲ (Axar Patel) ଷ୍ଟୋନିସଙ୍କ ବଲ୍ କରୁଥିଲେ, ସେତେବେଳେ ରୋହିତ କିନ୍ତୁ ଭୁଲ ଫିଲ୍ଡ ସଜାଇଥିଲେ ।

ବାସ୍ତବରେ, ଭାରତୀୟ ଅଧିନାୟକ ୩୦-ୟାର୍ଡ ସର୍କଲରୁ ଅତିରିକ୍ତ ଫିଲ୍ଡର ବାହାରେ ରଖିଥିଲେ ଓ ଅମ୍ପାୟାର ଏହାକୁ ନୋ ବଲ୍ ବୋଲି କହିଥିଲେ । ରୋହିତ ଶର୍ମାଙ୍କ ଏହି ଭୁଲ ଯୋଗୁଁ ଅକ୍ଷର ପଟେଲଙ୍କ ବଲକପ ଅମ୍ପାୟାର ନୋ-ବଲ୍ କହିଥିଲେ । ଏହା ପରେ ଆଲେକ୍ସ କେରେ ଫ୍ରି ହିଟ୍ ଉପରେ ଏକ ଲମ୍ବା ଛକା ମାରିଥିଲେ । ଏହିପରି ଭାବରେ ଅକ୍ଷର ପଟେଲଙ୍କୁ ଅଧିନାୟକଙ୍କ ଭୁଲର ଭାର ସହିବାକୁ ପଡିଥିଲା ।

ଅଧିନାୟକଙ୍କ ଭୁଲ ଯୋଗୁଁ ଅକ୍ଷର ପଟେଲ ନିଶ୍ଚିତ ଭାବରେ କ୍ଷତି ସହିଥିଲେ, କିନ୍ତୁ ଏହି ଖେଳାଳି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ । ପରବର୍ତ୍ତୀ ଓଭରରେ ଅକ୍ଷର ପଟେଲ ମାର୍କସ ଷ୍ଟୋଇନିସଙ୍କ ୱିକେଟ୍ ନେଇଥିଲେ । ଷ୍ଟୋଇନିସ୍ ଓ କେରେ ୫୪ ବଲରେ ୫୮ ରନର ଭାଗିଦାରୀ କରିଥିଲେ ଓ ଅକ୍ଷାର ଷ୍ଟୋନିସଙ୍କୁ ଆଉଟ୍ କରି ଏହି ଯୋଡିକୁ ଭାଙ୍ଗିଥିଲେ ।

କହିରଖୁଛୁ ଯେ ଏହି ମ୍ୟାଚ୍ ସମୟରେ ରୋହିତ ଶର୍ମା କୁଲଦୀପ ଯାଦବଙ୍କ ଉପରେ ମଧ୍ୟ ରାଗି ଯାଇଥିଲେ । ଉଭୟ ଥର ଅଧିନାୟକ LBW ଉପରେ କ୍ରୋଧିତ ହୋଇଥିଲେ । ଥରେ କୁଲଦୀପ ଯାଦବ DRS ନେବାକୁ ମନା କରିଦେଇଥିଲେ ଓ ରୋହିତ ରିପ୍ଲେ ଦେଖିବା ପରେ ଏହି ସ୍ପିନରଙ୍କୁ କିଛି କହିଥିଲେ ଓ ଏହାପରେ ଆଷ୍ଟନ୍ ଅଗର ବିରୁଦ୍ଧରେ LBW ଆବେଦନ ସମୟରେ କୁଲଦୀପ DRS ନଷ୍ଟ କରିଥିଲେ । ରୋହିତ ମଧ୍ୟ ଏହା ଉପରେ ରାଗିଯାଇଥିଲେ ଓ ତାଙ୍କୁ 'ଗାଳି' କରିଥିଲେ ।

ଚେନ୍ନାଇର ସ୍ପିନ୍ ବୋଲରକୁ ସୁହାଇଥାଏ । ଅଳରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ମାନେ ବଡ଼ ସ୍କୋର କରିପାରି ନ ଥିଲେ ।  ଶକ୍ତିଶାଳୀ ବୋଲିଂ କରି ମିଚେଲ ମାର୍ଶ, ଟ୍ରାଭିସ୍ ହେଡ ଓ ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ପାଭିଲିୟନର ରାସ୍ତା ଦେଖାଇଥିଲେ। ଏହା ପରେ କୁଲଦୀପ ଯାଦବ ମଧ୍ୟ ୩ ୱିକେଟ୍ ନେଇଥିଲେ । ସେ କେରି, ଲାବୁଶେନ୍ ଓ ଡେଭିଡ ୱାର୍ନରଙ୍କ ୱିକେଟ୍ ନେଇଥିଲେ । ଅଷ୍ଟ୍ରେଲିଆ ନିଜ ପ୍ରଥମ ଇନିଂସରେ ସମସ୍ତ ୧୦ ୱିକେଟ୍ ହରାଇ ୨୬୯ ସ୍କୋର କରିବାରେ ସକ୍ଷମ ହୋଇଥିଲା ।  

ଏହା ବି ପଢ଼ନ୍ତୁ: Virat Kohli Lungi Dance: ତୃତୀୟ ଦିନିକିଆରେ 'ଲୁଙ୍ଗି' ଡ୍ୟାନ୍ସ ଗୀତରେ ଠୁମକା ଲଗାଇଲେ ବିରାଟ କୋହଲି, ଜିତିଲେ ଫ୍ୟାନ୍ସଙ୍କ ହୃଦୟ, ଦେଖନ୍ତୁ ଭିଡିଓ