IND vs AUS: ଅଷ୍ଟ୍ରେଲିଆ ବିପକ୍ଷରେ ସବୁଠୁ ବଡ଼ ପରାଜୟର ଏହି ୩ ଖେଳାଳି ହେଉଛନ୍ତି ଦୋଷୀ!
Advertisement
Article Detail0/zeeodisha/odisha1617877

IND vs AUS: ଅଷ୍ଟ୍ରେଲିଆ ବିପକ୍ଷରେ ସବୁଠୁ ବଡ଼ ପରାଜୟର ଏହି ୩ ଖେଳାଳି ହେଉଛନ୍ତି ଦୋଷୀ!

India vs Australia 2nd ODI: ଗତକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଖେଳାଯାଇଛି । ଏହି ମ୍ୟାଚରେ ଭାରତୀୟ ଦଳକୁ ଅତି ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏହି ମ୍ୟାଚକୁ କଙ୍ଗାରୁ ଦଳ ୧୦ ୱିକେଟରେ ଜିତିନେଇଛି । ଏହାସହ ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜକୁ ଅଷ୍ଟ୍ରେଲିଆ ଦଳ ୧-୧ରେ ବରାବର କରିନେଇଛି । ବର୍ତ୍ତମାନ ଚେନ୍ନାଇରେ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ ।

IND vs AUS: ଅଷ୍ଟ୍ରେଲିଆ ବିପକ୍ଷରେ ସବୁଠୁ ବଡ଼ ପରାଜୟର ଏହି ୩ ଖେଳାଳି ହେଉଛନ୍ତି ଦୋଷୀ!

India vs Australia 2nd ODI: ଅଷ୍ଟ୍ରେଲିଆ ବିପକ୍ଷରେ ବିଶାଖାପାଟନମ ଦିନିକିଆ (Visakhapatnam ODI) ରେ ଟିମ୍ ଇଣ୍ଡିଆ (Team India) କୁ ୧୦ ୱିକେଟରେ ଅତି ଶୋଚନୀୟ ଭାବେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ମୁମ୍ବାଇ ODI (Mumbai ODI) ରେ କଡ଼ା ମୁକାବିଲା ପରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ODI (IND vs AUS 2nd ODI Match) ରେ ପରାସ୍ତ ହୋଇଛି । ଏହା ସହିତ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ (India vs Australia ODI Series) ୧-୧ରେ ବରାବର ହୋଇଯାଇଛି । ଏହି ପରାଜୟ ଭାରତୀୟ ଦଳ (Indian Cricket Team) ପାଇଁ ସ୍ମରଣୀୟ ହେବାକୁ ଯାଉଛି କାରଣ ଏହା ODI ଇତିହାସରେ ଭାରତର ସବୁଠାରୁ ବଡ଼ ପରାଜୟ, ଯାହା ଘରୋଇ ମାଟିରେ ମିଳିଛି ।

ଭାରତ ବିଶାଖାପାଟନମରେ ପ୍ରଥମେ ବ୍ୟାଟିଂ କରି ମାତ୍ର ୨୬ ଓଭରରେ ୧୧୭ ରନ୍ ସଂଗ୍ରହ କରି ଅଲଆଉଟ ହୋଇଯାଇଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ବିନା କୌଣସି ୱିକେଟ ହରାଇ ୧୧ ଓଭରରେ ହିଁ ଏହି ଟାର୍ଗେଟକୁ ହାସଲ କରିଥିଲା । ଫଳରେ ଅଷ୍ଟ୍ରେଲିଆ ୧୦ ୱିକେଟରେ ଏହି ମ୍ୟାଚ୍ ଜିତିଛି ଓ ୨୩୪ ବଲ ବାକି ରହିଥିବା ସମୟରେ ଏହି ମ୍ୟାଚ୍ ଶେଷ ହୋଇଛି । ODI ରେ ଏହା ହେଉଛି ଭାରତର ସବୁଠାରୁ ବଡ଼ ପରାଜୟ । କିନ୍ତୁ ସର୍ବଶେଷରେ ଏହି ପରାଜୟର ଦୋଷୀ କିଏ, ଯେଉଁ କାରଣରୁ ଟିମ୍ ଇଣ୍ଡିଆକୁ ଏହି ପରାଜୟ ମିଳିଛି । ଆସନ୍ତୁ ଜାଣିବା...

୧. ଶୁଭମାନ ଗିଲ

ଟିମ୍ ଇଣ୍ଡିଆ ଉଭୟ ମ୍ୟାଚ୍‌ରେ ଭଲ ଆରମ୍ଭ କରିପାରି ନଥିଲା । ପ୍ରଥମ ODI ରେ ଶୁଭମାନ ଗିଲ (Shubman Gill) ମାତ୍ର ୨୦ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିବାବେଳେ ଦ୍ୱିତୀୟ ODI ରେ ସେ ନିଜ ଖାତାକୁ ମଧ୍ୟ ଖୋଲିପାରିନଥିଲେ । ଅଷ୍ଟ୍ରେଲିଆ ଭଳି ଏକ ଶକ୍ତିଶାଳୀ ଦଳ ସାମ୍ନାରେ ଏକ ଭଲ ଆରମ୍ଭ କରିବା ଆବଶ୍ୟକ । କିନ୍ତୁ ଶୁଭମାନ ଗିଲ ଟିମ୍ ଇଣ୍ଡିଆକୁ ତାହା ଦେଇପାରିନଥିଲେ । ଦ୍ୱିତୀୟ ଦିନିକିଆରେ ଶୁଭମାନ ଗିଲଙ୍କ ୱିକେଟ୍ ଖସିଯିବା ପରେ ହିଁ ଟିମ୍ ଇଣ୍ଡିଆର ଲଗାତର ୱିକେଟ୍ ପତନ ହୋଇଥିଲା ।

୨. ସୂର୍ଯ୍ୟକୁମାର ଯାଦବ

ଟି-20 ସୁପରଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ODI ରେ ଖରାପ ଫର୍ମ ସହ ସଂଘର୍ଷ କରୁଛନ୍ତି । ଏହି ସିରିଜ୍ ତାଙ୍କ ପାଇଁ ଏପର୍ଯ୍ୟନ୍ତ ଭଲ ପ୍ରମାଣି ହୋଇପାରି ନାହିଁ । ଲଗାତାର ଦୁଇଟି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଗୋଲ୍ଡେନ ଡକର ଶିକାର ହୋଇଛନ୍ତି, ଅର୍ଥାତ୍ ସେ ନିଜ ଇନିଂସର ପ୍ରଥମ ବଲରେ ଆଉଟ୍ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବଙ୍କ କ୍ରମାଗତ ଫ୍ଲପ୍ ଶୋ' ଜାରି ରହିଛି । ଏଭଳି ପରିସ୍ଥିତିରେ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ସୁଯୋଗ ଦେବା ପାଇଁ ଦାବି ଉଠିଛି ।

୩. ମିଡିଲ୍ ଅର୍ଡର ଫ୍ଲପ୍

ଭାରତୀୟ ଦଳ ଭଲ ଆରମ୍ଭ କରିପାରି ନଥିଲା, କିନ୍ତୁ ମିଡିଲ୍ ଅର୍ଡର ସମ୍ପୂର୍ଣ୍ଣ ଫ୍ଲପ୍ ଥିଲା । ସୂର୍ଯ୍ୟ, ହାର୍ଦ୍ଦିକ ପାଣ୍ଡ୍ୟା, କେ.ଏଲ୍ ରାହୁଲ ମଧ୍ୟ ରନ୍ ସ୍କୋର କରିପାରିନଥିଲେ । ସୂର୍ଯ୍ୟକୁମାର ଯାଦବ ୦, ହାର୍ଦ୍ଦିକ ପାଣ୍ଡ୍ୟା ୧ ଏବଂ କେ.ଏଲ୍ ରାହୁଲ ମାତ୍ର ୯ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ଏହି ତିନିଜଣଙ୍କୁ ମାତ୍ର ୫ ଓଭର ମଧ୍ୟରେ ଆଉଟ କରାଯାଇଥିଲା । ତା’ପରେ ଭାରତର ସ୍କୋର ୪୯/୫ ଥିଲା ।

ଅଧିକ ପଢ଼ନ୍ତୁ-କେବଳ ୪୮ ଘଣ୍ଟାର ଅପେକ୍ଷା! ତା’ପରେ ଗଜକେଶରୀ ଯୋଗ ଏହି 3 ରାଶି ଉପରେ କରିବ ଟଙ୍କା ବର୍ଷା!

ଅଧିକ ପଢ଼ନ୍ତୁ-ଭାରତ-ଅଷ୍ଟ୍ରେଲିଆ ସିରିଜ୍ ମଧ୍ୟରେ କ୍ରିକେଟ୍ ଜଗତରେ ଶୋକର ଛାୟା, ହୃଦଘାତରେ କ୍ରିକେଟରଙ୍କ ନିଧନ

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆର ଏହି ଘାତକ ଖେଳାଳି ହଠାତ୍ ନେଲେ ବଡ଼ ନିଷ୍ପତ୍ତି, ଏବେ ଅନ୍ୟ ଦେଶରେ ଖେଳୁଥିବାର ଆସିବେ ନଜର

 

୪. ବୋଲରମାନେ ମଧ୍ୟ କଲେ ନିରାଶ 

ଭାରତୀୟ ବ୍ୟାଟ୍ସମ୍ୟାନମାନେ ମାତ୍ର ୧୧୭ ରନ୍ ସଂଗ୍ରହ କରିଥିଲେ । ତେଣୁ ବୋଲରଙ୍କଠାରୁ ଅଧିକ ଆଶା କରିବା କଷ୍ଟସାଧ୍ୟ ଥିଲା । ମାତ୍ର ୧୧ ଓଭରରେ ଅଷ୍ଟ୍ରେଲିଆ କିପରି ଏହି ଲକ୍ଷ୍ୟ ହାସଲ କଲା ତାହା ଅଧିକ ଯନ୍ତ୍ରଣାଦାୟକ ପ୍ରମାଣିତ ହୋଇଛି । ଏହି ମ୍ୟାଚ୍‌ରେ ସିରାଜ ୩ ଓଭରରେ ୩୭ ରନ୍, ହାର୍ଦ୍ଦିକ ୧ ଓଭରରେ ୧୮ ରନ୍, କୁଲଦୀପ ଯାଦବ ୧ ଓଭରରେ ୧୨ ରନ୍ ଦେଇଥିଲେ ।