ବାରବାଟୀ କାଉଣ୍ଟଡାଉନ! ଆସିବେନି ରାହୁଲ ଓ କୁଳଦୀପ
Advertisement
Article Detail0/zeeodisha/odisha1213017

ବାରବାଟୀ କାଉଣ୍ଟଡାଉନ! ଆସିବେନି ରାହୁଲ ଓ କୁଳଦୀପ

ସିରିଜ ପୂର୍ବରୁ ଅଧିନାୟକ ବିରାଟ କୋହଲି, ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି।

ବାରବାଟୀ କାଉଣ୍ଟଡାଉନ! ଆସିବେନି ରାହୁଲ ଓ କୁଳଦୀପ

ବାରବାଟୀ ମ୍ୟାଚ୍ ଖେଳିବେନି କେଏଲ ରାହୁଲ । ଆହତ କାରଣରୁ ଅଧିନାୟକ କେଏଲ ରାହୁଲ ସିରିଜରୁ ବାଦ୍ ପଡ଼ିଛନ୍ତି । ରାହୁଲଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ଦଳର ଅଧିନାୟକ ଦାୟିତ୍ଵ ଦିଆଯାଇଛି। କେଏଲ ରାହୁଲଙ୍କ ପେଟ ଓ ଜଙ୍ଘ ମଧ୍ୟରେ ଆଘାତ ଲାଗିଛି। ସେହିପରି ନେଟ୍ ପ୍ରାକ୍ଟିସ୍ ସମୟରେ କୁଲଦୀପ ଯାଦବଙ୍କ ଡାହାଣ ହାତରେ ଆଘାତ ଲାଗିଛି । ଉଭୟ କେଏଲ ରାହୁଲ ଓ କୁଲଦୀପ ଯାଦବ ଟି-୨୦ ସିରିଜରୁ ସଂପୂର୍ଣ୍ଣ ବାଦ୍ ପଡିଛନ୍ତି। ଚୟନ କମିଟି ୱିକେଟ୍ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଅଧିନାୟକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ ନିଯୁକ୍ତ କରିଛି । ରାହୁଲ ଆହତ ହେବାରୁ ଦଳରେ ଶୀର୍ଷ ତିନି ବ୍ୟାଟସମ୍ୟାନ ଅନୁପସ୍ଥିତି ରହିବେ। ଏହା ଭାରତୀୟ ଦଳ ପାଇଁ ମୁସ୍କିଲ ବଢ଼ାଇପାରେ ।

ସିରିଜ ପୂର୍ବରୁ ଅଧିନାୟକ ବିରାଟ କୋହଲି, ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି। ଦକ୍ଷିଣ ଆଫ୍ରିକା ବରୋଧୀ ସିରିଜରେ ଭାରତୀୟ ଦଳରେ ରିଷଭ ପନ୍ତ (ଅଧିନାୟକ ଓ ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଦୀପକ ହୁଡ୍ଡା, ଶ୍ରେୟସ ଆୟର, ଇଶାନ କିଷନ, ଦିନେଶ କାର୍ତ୍ତିକ,  ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ୍, ରବି ବିଷ୍ଣୋଇ, ଭୁବନେଶ୍ଵର କୁମାର, ହର୍ଷଲ ପଟେଲ୍, ଅଭେଶ ଖାନ, ଅର୍ଶଦୀପ ସିଂହ, ଉମରାନ ମଲିକ ରହିଛନ୍ତି ।

ଏପଟେ ବାରବାଟୀ ଟି-୨୦ ପାଇଁ ଗୁରୁବାର ସକାଳ ୯ଟାରୁ ୯ଟି କାଉଣ୍ଟରରେ ଟିକେଟ୍ ଉପଲବ୍ଧ ହୋଇଛି । ଆସନ୍ତା ରବିବାର ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ ପାଇଁ ଅନଲାଇନ ଟିକେଟ ବିକ୍ରି ପରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଅଫଲାଇନ ଟିକେଟ ବିକ୍ରି  । ଗୁରୁବାର ଓ ଶୁକ୍ରବାର ଦର୍ଶକଙ୍କ ପାଇଁ କାଉଣ୍ଟରରେ ଟିକେଟ୍  ମିଳିବ । ସକାଳ ୯ଟାରୁ ଆରମ୍ଭ ହେବ ଟିକେଟ ବିକ୍ରି । ଏଥିପାଇଁ ଓସିଏ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଦର୍ଶକ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଟିକେଟ କିଣିପାରିବା ପାଇଁ ମୋଟ ୧୨ଟି କାଉଣ୍ଟର ହୋଇଛି । ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଦୁଇଟି କାଉଣ୍ଟର ହୋଇଛି । ପ୍ରାୟ ୯ ହଜାର ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି ।  ଦୀର୍ଘ ୩ ବର୍ଷ ପରେ ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଉଥିବାରୁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ଟିକେଟ ବିକ୍ରି ଆରମ୍ଭ ହେଉଥିବାରୁ ଶୃଂଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ବିଶୃଂଖଳାକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ସହ ଟିକେଟ କଳାବଜାରୀ ଉପରେ ନଜର ରଖାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।