India vs Sri Lanka: ଏସିଆ କପ୍ ୨୦୨୩ ଚାମ୍ଫିଅନ ହେଲା ଭାରତ, ୧୦ ୱିକେଟରେ ପରାସ୍ତ ହେଲା ଶ୍ରୀଲଙ୍କା
Advertisement

India vs Sri Lanka: ଏସିଆ କପ୍ ୨୦୨୩ ଚାମ୍ଫିଅନ ହେଲା ଭାରତ, ୧୦ ୱିକେଟରେ ପରାସ୍ତ ହେଲା ଶ୍ରୀଲଙ୍କା

India vs Sri Lanka: ଏସିଆ କପ୍ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଦଳ ମାତ୍ର ୫୦ ରନ୍ ପାଇଁ ଆଉଟ୍ ହୋଇଥିଲା । ଏହା ପରେ ଭାରତୀୟ ଦଳ ସହଜରେ ୬.୧ ଓଭରରେ ଟାର୍ଗେଟକୁ ପିଛା କରି ହାସଲ କରିନେଇଥିଲା ।

 

ସୌ: ସୋସିଆଲ ମିଡିଆ

India vs Sri Lanka, Asia Cup Final: କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଏସିଆ କପ୍ ୨୦୨୩ ର ଫାଇନାଲ୍ ଖେଳାଯାଇଥିଲା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ବୋଲରମାନେ ଶ୍ରୀଲଙ୍କାକୁ ମାଟି କାମୁଡାଇ ଥିଲେ । ମ୍ୟାଚର ରାଜା ଥିବା ମହମ୍ମଦ ସିରାଜ ୨୧ ରନ୍ ପାଇଁ ୬ ଟି ୱିକେଟ୍ ନେଇଥିଲେ । ଏହା ବ୍ୟତୀତ ବୁମରା ଓ ହାର୍ଦ୍ଦିକ ୧ ଓ ୩ ୱିକେଟ୍ ନେଇ ଲଙ୍କାକୁ ୫୦ ରନରେ ଅଲଆଉଟ କରି ଦେଇଥିଲେ । ଏହାର ଜବାବରେ ଇଶାନ କିଶାନ ଓ ଶୁବମାନ ଗିଲ ବ୍ୟାଟିଂ କରିବାକୁ ଆସି ଦଳକୁ ୧୦ ୱିକେଟରେ ଜିତିବାରେ ସାହାଯ୍ୟ କରିଥିଲେ ।

ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଫାଇନାଲ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆକୁ ମାତ୍ର ୫୧ ରନ୍‌ର ଟାର୍ଗେଟ ଦେଇଥିଲା । ଭାରତୀୟ ଦଳ କୌଣସି ୱିକେଟ୍ ନ ହରାଇ ମାତ୍ର ୩୭ଟି ବଲରେ ଏହି ସାମାନ୍ୟ ଲକ୍ଷ୍ୟ ହାସଲ କରି ନେଇଥିଲେ । ୧୯ ବଲରେ ୨୭ ରନ ସ୍କୋର କରିବା ପରେ ଶୁବମାନ ଗିଲ ଓ ୧୮ ଟି ବଲରେ ୨୩ ରନ୍ ସ୍କୋର କରିବା ପରେ ଇଶାନ କିଶନ ଅପରାଜିତ ରହିଥିଲେ । ଗିଲ ୬ ଟି ଚୌକା ମାରିଥିବାବେଳେ ଇଶାନ ତିନିଟି ଚୌକା ମାରିଥିଲେ ।

ଭାରତ ଏସିଆ କପ୍ ୨୦୨୩ ରେ ଶ୍ରୀଲଙ୍କାକୁ ହରାଇ ଚାମ୍ଫିଅନ ହୋଇଛି । ଏହି ମ୍ୟାଚକୁ ଭାରତ ୧୦ ୱିକେଟରେ ଜିତିନେଇଛି । ଏସିଆ କପ୍ ୨୦୨୩ ର ଫାଇନାଲରେ ଭାରତୀୟ ଦ୍ରୁତ ବୋଲରମାନେ ଏପରି ପ୍ରଦର୍ଶନ କରିଥିଲେ ଯେ ବିଶ୍ୱ ଚକତ ହୋଇଯାଇଛି । କଲମ୍ବୋରେ ଟିମ୍ ଇଣ୍ଡିଆ ମାତ୍ର ୧୫.୨ ଓଭରରେ ଶ୍ରୀଲଙ୍କା ଦଳକୁ ୫୦ ରନରେ ଅଲ୍ ଆଉଟ କରିଦେଇଥିଲା । ମହମ୍ମଦ ସିରାଜଙ୍କ (Mohammed Siraj) ଘାତକ ବୋଲିଂ ଶ୍ରୀଲଙ୍କାର ମରୁଦଣ୍ଡ ଭାଙ୍ଗି ଦେଇଥିଲା, ଯିଏ ମାତ୍ର ୨୧ ରନ୍ ଦେଇ ୬ଟି ୱିକେଟ୍ ନେଇଥିଲେ । ସିରାଜଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ୩ ୱିକେଟ୍ ନେଇଥିବା ବେଳେ ଜସପ୍ରୀତ ବୁମ୍ରା ଗୋଟିଏ ୱିକେଟ୍ ନେଇଥିଲେ । ଭାରତୀୟ ବୋଲରମାନେ ଏପରି ହଇଚଇ ସୃଷ୍ଟି କରିଥିଲା ଯେ ଶ୍ରୀଲଙ୍କା ଦଳର ଅଧା ଖେଳାଳି ସେମାନଙ୍କ ଖାତା ଖୋଲିପାରିନଥିଲେ । ଶ୍ରୀଲଙ୍କାର ପାଞ୍ଚଜଣ ବ୍ୟାଟ୍ସମ୍ୟାନ୍ ଶୂନ ରନରେ ଆଉଟ୍ ହୋଇଥିଲେ ।

କେବଳ ଦୁଇ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିଥିଲେ । କୁସାଲ ମେଣ୍ଡିସ୍ ସର୍ବାଧିକ ୧୭ ରନ୍ ସ୍କୋର କରିଥିଲେ । ଯେତେବେଳେ କି ଦୁଶାନ୍ ହେମନ୍ତା ୧୩ ରନ୍ କରିଥିଲେ । ମୋଟ ଉପରେ, ଶ୍ରୀଲଙ୍କା ଦଳ ମହମ୍ମଦ ସିରାଜଙ୍କ ନିକଟରେ ଆତ୍ମସମର୍ପଣ କରିଦେଇଥିଲା । ବଡ଼ କଥା ହେଉଛି ଶ୍ରୀଲଙ୍କାର ସମସ୍ତ ୧୦ ୱିକେଟ୍ ଭାରତୀୟ ଦ୍ରୁତ ବୋଲର ମାନେ ହାସଲ କରିଥିଲେ ।

ସିରାଜ ନେଇଛନ୍ତି ୬ଟି ୱିକେଟ୍
ପରବର୍ତ୍ତୀ ଓଭରରେ ଶ୍ରୀଲଙ୍କା ଅଧିନାୟକ ଶାନାକାଙ୍କ ୱିକେଟ୍ ନେଇ ସିରାଜ ପ୍ରଥମ ଥର ପାଇଁ ODI କ୍ରିକେଟ୍ ରେ ପାଞ୍ଚଟି ୱିକେଟ୍ ନେଇଥିଲେ । ଏହା ସହ ସେ ଭାରତ ପାଇଁ ସର୍ବନିମ୍ନ ୧୬ ବଲରେ ପାଞ୍ଚଟି ୱିକେଟ୍ ନେଇ ସଫଳତା ହାସଲ କରିଥିଲେ । ସିରାଜ ତୁରନ୍ତ ଷଷ୍ଠ ୱିକେଟ୍ ନେଇଥିଲେ ଓ ତାଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ତିନୋଟି ୱିକେଟ୍ ନେଇ ଶ୍ରୀଲଙ୍କାକୁ ମାତ୍ର ପଚାଶ ରନରେ ଅଲଆଉଟ୍ କରି ଦେଇଥିଲେ ।