IND W vs SA W Tri-Series: ଭାରତ ମାତ୍ ଦେଇ ୫ ୱିକେଟରେ ଟ୍ରାଇ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା
Advertisement

IND W vs SA W Tri-Series: ଭାରତ ମାତ୍ ଦେଇ ୫ ୱିକେଟରେ ଟ୍ରାଇ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

IND W vs SA W Tri-Series: ମହିଳା ଟି-୨୦ ବିଶ୍ୱକପ ଆରମ୍ଭ ପୂର୍ବରୁ ଭାରତୀୟ ମହିଳା ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ରାଇ ସିରିଜର ଗୁରୁତ୍ୱପୂର୍ଣ୍ଣ ଫାଇନାଲ ମ୍ୟାଚରେ ୫ ୱିକେଟରେ ପରାଜୟର ସମ୍ମୁଖୀନ ହୋଇଛି ।

ସାଙ୍କେତିକ ଛବି

IND W vs SA W Tri-Series Final Highlights: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟ୍ରାଇ ସିରିଜରେ ଫାଇନାଲ ମ୍ୟାଚ୍ ପୂର୍ବ ଲଣ୍ଡନରେ ଖେଳାଯାଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ଆୟୋଜକଙ୍କ ସାମ୍ନାରେ ୧୧୦ ରନ୍ ଲକ୍ଷ୍ୟ ରଖିଥିଲା । ଯାହାକୁ ଦକ୍ଷିଣ ଆଫ୍ରିକା ଦଳ ୧୨ ଟି ବଲ ବାକି ଥାଇ ୧୮ ଓଭରରେ ଏହି ହାସଲ କରି ନେଇଛି । ଏହା ସହ ଭାରତୀୟ ମହିଳାଙ୍କୁ ଟି-୨୦ ବିଶ୍ୱକପ ପୂର୍ବରୁ ୫ ୱିକେଟ ପରାଜୟର ସମ୍ମୁଖୀନ ହେବାକୁ ପଡିଛି ।

ଦକ୍ଷିଣ ଆଫ୍ରିକାର ମହିଳା ଦଳ ପାଇଁ ଲୌରା ୱୋଲୱାର୍ଡ ଓ ତାଜମିନ୍ ବ୍ରିଟ୍ସ ଓପନିଂ କରିବାକୁ ଆସିଥିଲେ । ଏହି ସମୟରେ, ୱୋଲୱାର୍ଡ ଖାତା ଖୋଲି ନପାରି ଆଉଟ ହୋଇଥିଲେ କିନ୍ତୁ ବ୍ରିଟ୍ସ ୮ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ୭ ରନ୍ ସ୍କୋର କରିବା ପରେ ଲାରା ଗୁଡାଲ୍ ଆଉଟ୍ ହୋଇଥିଲେ । ୧୩ ବଲରେ ୧୨ ରନ୍ ସ୍କୋର କରିବା ପରେ କ୍ୟାପଟେନ ସୁନେ ଲୁକ ପାଭିଲିୟନକୁ ଫେରିଥିଲେ । ଟ୍ରିଅନ୍ ବହୁତ ଭଲ ଖେଳିଥିଲେ । ସେ ୩୨ ବଲରେ ଅପରାଜିତ ୫୭ ରନ୍ କରିଥିଲେ । ଏହି ସମୟ ମଧ୍ୟରେ ସେ ୬ଟି ଚୌକା ଓ ୨ ଟି ଛକା ମାରିଥିଲେ।  ୮ ରନ୍ ସ୍କୋର କରିବା ପରେ ନେରି ଡିର୍କସେନ୍ ପାଭିଲିୟନକୁ ଫେରିଥିଲେ । ଓ ଏହା ସହ ୧୭ ରନ୍ ସ୍କୋର କରି ନାଡିନ ଡି କ୍ଲାର୍କ ଅପରାଜିତ ରହିଥିଲେ ।

ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୦୯ ରନ୍ ସଂଗ୍ରହ କରିଥିଲା । ଏହି ସମୟରେ ହାର୍ଲେନ୍ ଦେଓଲ୍ ୪୬ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ହାର୍ଲିନ ୫୬ ବଲର ସମ୍ମୁଖୀନ ହୋଇଥିଲେ ଓ ୪ଟି ଚୌକା ମାରିଥିଲେ । କ୍ୟାପଟେନ ହରମାନପ୍ରୀତ କୌର ୨୨ ବଲ ଖେଳି ୨୧ ରନ୍ କରିଥିଲେ । ସେ ୨ଟି ଚୌକା ମଧ୍ୟ ମାରିଥିଲେ । ଓପନର୍ ସ୍ମୃତି ମନ୍ଦନା କିଛି ବିଶେଷ କରିପାରିନଥିଲେ । ସେ ଖାତା ନ ଖୋଲି ଆଉଟ୍ ହୋଇଥିଲେ । ଜେମିମା ୧୧ ରନ୍ କରିଥିଲେ । ୧୪ ବଲରେ ୧୬ ରନ୍ ସ୍କୋର କରି ଦୀପ୍ତି ଶର୍ମା ଅପରାଜିତ ରହିଥିଲେ । ସେ ଏକ ଚୌକା ମଧ୍ୟ ମାରିଲେ । ଗୋଟିଏ ରନ୍ ସ୍କୋର କରିବା ପରେ ପୂଜା ବସ୍ତ୍ରକାର ଅପରାଜିତ ରହିଥିଲେ ।

ଏହା ବି ପଢ଼ନ୍ତୁ: Ishan Kishan Slapped Shubman Gill: ଶୁଭମାନ ଗିଲଙ୍କୁ ଚାପୁଡ଼ା ମାରିଲେ ଇଶାନ କିଶନ, ଭିଡିଓ ଭାଇରାଲ

ଏହା ବି ପଢ଼ନ୍ତୁ: IND Vs AUS ଟେଷ୍ଟ ମ୍ୟାଚ୍ ଦେଖିବାକୁ ଯିବେ ପିଏମ ମୋଦି, ଏହି ବିଶେଷ ବ୍ୟକ୍ତିଙ୍କ ସହ ବସି ଉପଭୋଗ କରିବେ ମ୍ୟାଚ୍