Odisha Election 2024: ଧମା ଠାରେ ପ୍ରଣବ ପ୍ରକାଶ ଓ ପ୍ରସନ୍ନଙ୍କ ନିର୍ବାଚନ ପ୍ରଚାର।ସମ୍ବଲପୁର ଜିଲ୍ଲା ରେଢାଖୋଲ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଧମା ଠାରେ ଆୟୋଜିତ ସଭା ଠାରେ ଯୋଗ ଦେଇଥିଲେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ।
Trending Photos
Odisha Election 2024: ଧମା ଠାରେ ପ୍ରଣବ ପ୍ରକାଶ ଓ ପ୍ରସନ୍ନଙ୍କ ନିର୍ବାଚନ ପ୍ରଚାର।ସମ୍ବଲପୁର ଜିଲ୍ଲା ରେଢାଖୋଲ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଧମା ଠାରେ ଆୟୋଜିତ ସଭା ଠାରେ ଯୋଗ ଦେଇଥିଲେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ତାଙ୍କ ସହିତ ରେଢାଖୋଲ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଓ ସମ୍ବଲପୁର ବିଧାନସଭା ମଣ୍ଡଳୀର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ । ସଭାରେ ଜନସାଧାରଣଙ୍କୁ ସମ୍ବୋଧନ କରି ପ୍ରଣବ ପ୍ରକାଶ ଦୁଇଥର ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି।
ବିକାଶର୍ ଗାଡ଼ି ଯାଉଛେ ମାଡ଼ି, ସମ୍ବଲପୁରେ ଶଙ୍ଖ ବାଜୁଛେ ଯୁଡ଼ି।
ସମ୍ବଲପୁରର୍ ଠେଲକୋପଡ଼ା, ଆମ୍ବେଦକର୍ ନଗରର୍ ଭାଏ-ବହେନ୍ ମାନକର୍ ଭଲ୍ ପାଏବାର୍ ବନେ ନିଆରା ଆଏ। ମାନ୍ୟବର୍ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କର୍ ସମର୍ଥନ୍ ଲୋକ୍ ମାନେ ଏନ୍ତା କରୁଛନ୍ ଯେ ଇନକେ ଆସ ଦେଖବ ଘାଏ। #JodiShankha #SamruddhaSambalpur… pic.twitter.com/hjK0FE1K8S
— Pranab Prakash Das (@pranabpdas) April 25, 2024
ସେହିଭଳି ରେଢାଖୋଲ ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀଙ୍କୁ କୌରବ ସେନା ବୋଲି କହି ନିଶାଣ କରିଛନ୍ତି। ସମ୍ବଲପୁରର ସର୍ବାଙ୍ଗୀନ ବିକାଶ ପାଇଁ ବିଜୁ ଜନତା ଦଳର ଏମପି ଓ ଏମଏଲଏ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହା ପୂର୍ବରୁ ପ୍ରଣବ ପ୍ରକାଶ ଦାସ ଲିପିଣ୍ଡାରେ ଆୟୋଜିତ ଏକ ନାମଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦେଇ ଆଶିଷ ଲାଭ କରିଛନ୍ତି। ସେଠାରେ ଭକ୍ତମାନଙ୍କ ସହ ଆଲେଚନା କରି ତାଙ୍କର ସୁବିଧା ଅସୁବିଧା ସର୍ମ୍ପକରେ ପଚାରି ବୁଝିଥିଲେ। ଦିନକୁ ଦିନ ବିଜୁ ଜନତା ଦଳର ବୃଦ୍ଧି ପାଉଥିବା ଲୋକପ୍ରିୟତା କାରଣରୁ ତାଙ୍କୁ ବିରୋଧୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ବୋଲି ବିଜୁ ଜନତା ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି ଏକ ପ୍ରେସ ବିବୃତି ଜରିଆରେ କହିଛନ୍ତି ।