IND vs ZIM: ପାକିସ୍ତାନ ଅଭିନେତ୍ରୀଙ୍କ 'ଭୀଷ୍ମ ପ୍ରତିଜ୍ଞା'! ଭାରତକୁ ହରାଇଲେ ଜିମ୍ବାୱେକୁ ଦେବେ ଏହି ଅମୁଲ୍ୟ ଉପହାର
Advertisement

IND vs ZIM: ପାକିସ୍ତାନ ଅଭିନେତ୍ରୀଙ୍କ 'ଭୀଷ୍ମ ପ୍ରତିଜ୍ଞା'! ଭାରତକୁ ହରାଇଲେ ଜିମ୍ବାୱେକୁ ଦେବେ ଏହି ଅମୁଲ୍ୟ ଉପହାର

India Vs Zimbabwe: ପାକିସ୍ତାନୀ ଅଭିନେତ୍ରୀ ସେହର ସିନୱାରୀ ଟ୍ୱିଟ୍ ଲେଖିଛନ୍ତି ଯଦି ଜିମ୍ବାୱେ ଦଳ ୬ ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ଭାରତକୁ ପରାସ୍ତ କରେ ତେବେ ସେ ଜଣେ ଜିମ୍ବାୱେ ଯୁବକଙ୍କୁ ବିବାହ କରିବେ ।

 

ସୌ: ସୋସିଆଲ ମିଡିଆ

India Vs Zimbabwe: ଟି-୨୦ ବିଶ୍ୱକପ ୨୦୨୨ (T20 World Cup 2022) ରେ, ପାକିସ୍ତାନ ଦଳ (Pakistan Team) ସେମିଫାଇନାଲ ରେସରେ ରହିବାକୁ ଦକ୍ଷିଣ ଆଫ୍ରିକା (South Africa) ବିପକ୍ଷରେ ଏକ କର ବା ମର ମ୍ୟାଚ୍ ଖେଳୁଛି । ପାକିସ୍ତାନର ଦଳ ଯଦି ଏହି ମ୍ୟାଚ ଜିତିବ ତେବେ ସେ ଟୁର୍ଣ୍ଣାମେଣ୍ଟରେ ରହିପାରିବ, ଯଦି ହାରିଯାଏ ତେବେ ଦଳର ଯାତ୍ରା ଏଠାରେ ଶେଷ ହେବ । ଭାରତ ୬ ପଏଣ୍ଟ ସହ ଟେବୁଲର ଶୀର୍ଷରେ ଅଛି ଓ ସେମିଫାଇନାଲରେ ପ୍ରବେଶ କରିବାକୁ ଜିମ୍ବାୱେ ବିପକ୍ଷ ଶେଷ ମ୍ୟାଚ ଜିତିବା ଆବଶ୍ୟକ । ଏଥି ସହିତ, ଏହି ମ୍ୟାଚ୍ ପୂର୍ବରୁ ପାକିସ୍ତାନର ଅଭିନେତ୍ରୀ ସେହର ସିନୱାରୀ (Sahar Shinwari) ନଜର ଏକ ଟ୍ୱିଟ୍ ମାଧ୍ୟମରେ ସୋସିଆଲ ମିଡିଆରେ ଆଲୋଡନ ସୃଷ୍ଟି କରିଛନ୍ତି ।

ଅଷ୍ଟ୍ରେଲିଆରେ ଆୟୋଜିତ ଏହି ମେଗା ଇଭେଣ୍ଟରେ ପାକିସ୍ତାନକୁ ଦ୍ୱିତୀୟ ମ୍ୟାଚ୍‌ରେ ଏକ ବଡ଼ ଓଲଟଫେରର ସମ୍ମୁଖୀନ ହେବାକୁ ପଡିଥିଲା, ଜିମ୍ବାୱେ ଏହି ମ୍ୟାଚ୍‌ରେ ପାକିସ୍ତାନକୁ ଗୋଟିଏ ରନ୍‌ରେ ପରାସ୍ତ କରିଥିଲା, ଏହା ପରେ ପାକିସ୍ତାନ ଦଳକୁ ମଧ୍ୟ ଅନେକ ସମାଲୋଚନାରେ ସମ୍ମୁଖୀନ ହେବାକୁ ପଡିଥିଲା । 

୩ ନଭେମ୍ବରରେ ପାକିସ୍ତାନୀ ଅଭିନେତ୍ରୀ ସେହର ସିନୱାରୀ ଟ୍ୱିଟ୍ କରି କହିଛନ୍ତି ଯେ "ଯଦି ଜିମ୍ବାୱେ ଦଳ ଚମତ୍କାର ଭାବେ ପରବର୍ତ୍ତୀ ମ୍ୟାଚରେ ଭାରତକୁ ପରାସ୍ତ କରେ ତେବେ ମୁଁ ଜଣେ ଜିମ୍ବାୱେ ବାଳକକୁ ବିବାହ କରିବି ।"

fallback

ଅଭିନେତ୍ରୀ ସେହର ସିନୱାରୀ ଭାରତକୁ ହରାଇବାକୁ ଚାହୁଁଛନ୍ତି, ଏହାକୁ ଆମେ ନୁହେଁ ବରଂ ତାଙ୍କ ଟ୍ୱିଟ୍ କହୁଛି । ବୁଧବାର ଦିନ ଭାରତ ବନାମ ବାଂଲାଦେଶ ମ୍ୟାଚ୍ ବେଳେ ସିନୱାରୀ ଟିମ୍ ଇଣ୍ଡିଆର ପରାଜୟ ପାଇଁ ପ୍ରାର୍ଥନା କରୁଥିଲେ ।

ଶିନୱାରୀଙ୍କ ଏହି ଟ୍ୱିଟ୍ ଜୋରଦାର ଭାଇରାଲ ହେବାରେ ଲାଗିଛି ଓ ଲୋକମାନେ ତାଙ୍କୁ ଟ୍ରୋଲ କରୁଥିବା ମଧ୍ୟ ଦେଖାଯାଉଛି । ଜଣେ ପ୍ରଶଂସକ ଲେଖିଛନ୍ତି ଯେ ତୁମେ ତୁମ ଜୀବନକୁ ଏକାକୀ ବିତାଇବ ।

ଟିମ୍ ଇଣ୍ଡିଆ ବିଷୟରେ କହିବାକୁ ଗଲେ ଦଳ ଟି-୨୦ ବିଶ୍ୱକପ୍‌ରେ ବିଜୟ ସହ ପୁଣି ଥରେ ଟ୍ରାକକୁ ଫେରିଛି । ୨ ନଭେମ୍ବର ଅର୍ଥାତ ବୁଧବାର ଦିନ ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ ପରାସ୍ତ କରିଛି । ଭାରତୀୟ ଦଳ ଏହି ରୋମାଞ୍ଚକର ମ୍ୟାଚକୁ ୫ ରନରେ ଜିତି ନେଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ଏହା ହେଉଛି ତୃତୀୟ ବିଜୟ । ଏହି ବିଜୟ ସହିତ ଭାରତ ସେମିଫାଇନାଲ ଆଶାକୁ ଆହୁରି ଦୃଢ଼ କରିପାରିଛି । ଏହି ମ୍ୟାଚରେ ଦଳର ବିଜୟର ହିରୋ କେଏଲ ରାହୁଲ ଥିଲେ । 

ଏହା ବି ପଢ଼ନ୍ତୁ: Ind Vs Ban: ଭାରତ ବିଜୟର ପରଦା ପଛରେ ନାୟକ ଥିଲେ ରଘୁ! ଜାଣନ୍ତୁ ବାଉଣ୍ଡ୍ରି ବାହାରେ ରହି କରିଥିଲେ କେଉଁ କାମ?

ଏହା ବି ପଢ଼ନ୍ତୁ: IND Vs BAN: ଭାରତ-ବାଂଲାଦେଶ ମ୍ୟାଚକୁ ନେଇ ଗାଭାସ୍କର ଦେଲେ ଅଜବ ବୟାନ, ଆପଣ ଶୁଣି ମୁଣ୍ଡରେ ହାତ ଦେବେ!