IND vs WI: ପ୍ରଥମ ଟି-୨୦ ରେ ସମ୍ପୂର୍ଣ୍ଣ ରୂପେ ବଦଳିଯିବ ଟିମ୍ ଇଣ୍ଡିଆ, ଯଶସ୍ୱି ଜୌସୱାଲ, ତିଲକ ଭର୍ମାଙ୍କ ସମେତ ଏହି ଖେଳାଳି କରିବେ ଧମାଲ!
Advertisement

IND vs WI: ପ୍ରଥମ ଟି-୨୦ ରେ ସମ୍ପୂର୍ଣ୍ଣ ରୂପେ ବଦଳିଯିବ ଟିମ୍ ଇଣ୍ଡିଆ, ଯଶସ୍ୱି ଜୌସୱାଲ, ତିଲକ ଭର୍ମାଙ୍କ ସମେତ ଏହି ଖେଳାଳି କରିବେ ଧମାଲ!

IND vs WI T20 Series: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବକୁଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ମ୍ୟାଚ୍ ସିରିଜର ପ୍ରଥମ ମ୍ୟାଚ୍ ଗୁରୁବାର ଦିନ ତ୍ରିନିଦାଦରେ ଖେଳାଯିବ । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳରେ ପ୍ଲେଇଁ ଇଲେଭେନ କିପରି ହେବ ଆସନ୍ତୁ ଜାଣିବା ।

ସୌ: ସୋସିଆଲ ମିଡିଆ

IND vs WI, Playing XI: ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ଭାରତ ୨-୧ ରେ ଜିତି ନେଇଥିଲା । ଏଥିସହିତ ବର୍ତ୍ତମାନ ଟି-୨୦ ସିରିଜରେ (IND vs WI T20 Series) ଉଭୟ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଭାରତ ଓ ୱେଷ୍ଟଇଣ୍ଡିଜ୍ (Team India vs West Indies) ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟଚ୍ ତ୍ରିନିଦାଦରେ ଖେଳାଯିବ । ଏହି ସିରିଜର ପ୍ରଥମ ମ୍ୟାଚ୍ ଗୁରୁବାର ଦିନ ହେବ । ତେବେ ଏହି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ କ’ଣ ହେବ? ପ୍ଲେଇଂ ଇଲେଭେନରେ (Playing XI) କେଉଁ କେଉଁ ଖେଳାଳି ଚୟନ କରାଯିବ? କହିରଖୁଛୁ ଯେ ଏହି ମ୍ୟାଚ୍ ପାଇଁ ପ୍ଲେଇଂ ଇଲେଭେନ ଚୟନ କରବା ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ପାଇଁ ଏତେ ସହଜ ହେବ ନାହିଁ ।

ଟିମ୍ ମ୍ୟାନେଜମେଣ୍ଟ ପାଇଁ ଏତେ ସହଜ ହେବ ନାହିଁ ପ୍ଲେଇଂ ଇଲେଭେନର ଚୟନ
ଦିନିକିଆ ସିରିଜରେ ଇଶାନ କିଶାନ ଚମତ୍କାର ପ୍ରଦର୍ଶନ କରିଥିଲେ । ଅନ୍ୟପକ୍ଷରେ, ଟେଷ୍ଟ ମ୍ୟାଚରେ ବ୍ୟାଟିଂ କରି ଯଶସ୍ୱୀ ଜୌସୱାଲ ବହୁତ ପ୍ରଭାବିତ କରିଥିଲେ ... ତେବେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ପ୍ଲେଇଂ ଇଲେଭେନରେ କିଏ ସ୍ଥାନ ପାଇବ? ଇଶାନ କିଶାନ ନା ଯଶସ୍ୱୀ ଜୌସୱାଲ? ଟିମ୍ ମ୍ୟାନେଜମେଣ୍ଟ ପାଇଁ ଏହି ନିଷ୍ପତ୍ତି ନେବା ସହଜ ହେବ ନାହିଁ । ଏହା ବ୍ୟତୀତ ତିଲକ ଭର୍ମାଙ୍କୁ ମଧ୍ୟ ପରୀକ୍ଷା କରାଯାଇପାରେ । ଏଥି ସହିତ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆର ଅଧିନାୟକ ଭୂମିକାରେ ନଜର ଆସିବେ । ଆହୁରି ମଧ୍ୟ ସମସ୍ତଙ୍କ  ନଜର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ରହିବ । ବାସ୍ତବରେ, ସୁର୍ଯ୍ୟକୁମାର ଯାଦବ ଦିନିକିଆ ସିରିଜରେ ଫ୍ଲପ୍ ହୋଇଥିଲେ, କିନ୍ତୁ ସେ ଟି-୨୦ ସିରିଜରେ ପ୍ରତ୍ୟାବର୍ତ୍ତନ କରିବାକୁ ସମର୍ଥ ହେବେ କି ତାହା ବଡ଼ ପ୍ରଶ୍ନବାଚୀ?

କେତେବେଳେ, କେଉଁଠାରେ ଓ କିପରି ଦେଖିବେ ଲାଇଭ୍ ଷ୍ଟ୍ରିମିଂ?
ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ତ୍ରିନିଦାଦରେ ଖେଳାଯିବ । ଏଥି ସହିତ, ଏହି ମ୍ୟାଚ୍ ଭାରତୀୟ ସମୟ ରାତି ୮ ଟାରୁ ଆରମ୍ଭ ହେବ । ଭାରତୀୟ ପ୍ରଶଂସକମାନେ ଡିଡି ସ୍ପୋର୍ଟସରେ ଏହାର ସିଧା ପ୍ରସାରଣ ଦେଖିପାରିବେ । ଏହା ବ୍ୟତୀତ, ଆପଣ ଫ୍ୟାନକୋଡରେ ଲାଇଭ୍ ଷ୍ଟ୍ରିମିଂ ମଧ୍ୟ ଉପଭୋଗ କରିପାରିବେ ।

ଟିମ୍ ଇଣ୍ଡିଆର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍
ଯଶସ୍ୱୀ ଜୌସୱାଲ / ଇଶାନ କିଶନ, ଶୁବମନ ଗିଲ, ସଞ୍ଜୁ ସାମସନ (ୱିକେଟ୍ କିପର), ତିଲକ ଭର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଅକ୍ଷର ପଟେଲ, ଆବେଶ ଖାନ, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ ଓ ଉମ୍ରାନ ମଲିକ ।

T20 ସିରିଜ୍ ପାଇଁ ଚୟନ ହୋଇଥିବା ଭାରତୀୟ ସ୍କ୍ୱାର୍ଡ
ଟିମ୍ ଇଣ୍ଡିଆ- ଇଶାନ କିଶନ (ୱିକେଟ୍ କିପର), ଶୁବମନ ଗିଲ, ଯଶସ୍ୱୀ ଜୌୱାଲ, ତିଲକ ଭର୍ମା, ସୂର୍ଯ୍ୟ କୁମାର ଯାଦବ (ଉପ-ଅଧିନାୟକ), ସଞ୍ଜୁ ସାମସନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଅକ୍ଷର ପଟେଲ, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ଉମ୍ରାନ ମଲିକ, ଆବେଶ ଖାନ ଓ ମୁକେଶ କୁମାର ।

ଏହା ବି ପଢ଼ନ୍ତୁ: Ishan Kishan: ଲଗାତାର ତିନୋଟି ପଚାଶ ମାରି ଟିମ୍ ମ୍ୟାନେଜମେଣ୍ଟ ଆଗରେ ବଡ଼ ପ୍ରଶ୍ନ ଉଠାଇଲେ କିଶାନ, ହରଡ଼ଘଣାରେ ଚୟନକର୍ତ୍ତା

ଏହା ବି ପଢ଼ନ୍ତୁ: IND Vs IRE: ଆୟର୍ଲାଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଦଳର ନେତୃତ୍ୱ ନେବେ ଜସପ୍ରୀତ ବୁମ୍ରା