IND vs SL 3rd T20: ସୂର୍ଯ୍ୟକୁମାର ଯାଦବଙ୍କ ଭବିଷ୍ୟବାଣୀ ହେଲା ସତ, ଯାହା କହିଥିଲେ ତାହା କଲେ; ଜାଣନ୍ତୁ ପୁରା ଘଟଣା
Advertisement

IND vs SL 3rd T20: ସୂର୍ଯ୍ୟକୁମାର ଯାଦବଙ୍କ ଭବିଷ୍ୟବାଣୀ ହେଲା ସତ, ଯାହା କହିଥିଲେ ତାହା କଲେ; ଜାଣନ୍ତୁ ପୁରା ଘଟଣା

IND vs SL 3rd T20: ସୂର୍ଯ୍ୟକୁମାର ଯାଦବଙ୍କ ଏହା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ତୃତୀୟ ଶତକ ଥିଲା । ତୃତୀୟ ଟି-୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ  ଶତକୀୟ ଇଂନିସ ଖେଳି ଟିମ୍ ଇଣ୍ଡିଆକୁ ଏକ ଭଲ ସ୍ଥିତିରେ ପହଞ୍ଚାଇ ଥିଲେ । କିନ୍ତୁ ତାଙ୍କ ଇନିଂସ ପରେ ଚର୍ଚ୍ଚା ଚାଲିଛି ଯେ ସୂର୍ଯ୍ୟକୁମାର ଯାଦବ ଯାହା କହନ୍ତି ତାହା କରନ୍ତି ବି, କାରଣ ସେ ତୃତୀୟ ଟି-20 ପୂର୍ବରୁ ଏକ ବଡ଼ ଘୋଷଣା କରିଥିଲେ ।

IND vs SL 3rd T20: ସୂର୍ଯ୍ୟକୁମାର ଯାଦବଙ୍କ ଭବିଷ୍ୟବାଣୀ ହେଲା ସତ, ଯାହା କହିଥିଲେ ତାହା କଲେ; ଜାଣନ୍ତୁ ପୁରା ଘଟଣା

Suryakumar Yadav On India vs Sri Lanka 3rd T20: ଶ୍ରୀଲଙ୍କ ବିପକ୍ଷରେ ଭାରତୀୟ ଦଳ ଟି-2୦ ସିରିଜ (India vs Sri Lanka T20 Series) ଜିତିଛି । ଏହି ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ (IND vs SL 3rd T20) ରେ ଟିମ୍ ଇଣ୍ଡିଆ (Team India) ଶ୍ରୀଲଙ୍କାକୁ ୯୧ ରନରେ ପରାସ୍ତ କରିଛି । ଭାରତୀୟ ଦଳ (Indian Team) ତରଫରୁ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ବିସ୍ଫୋରକ ବ୍ୟାଟିଂ କରି ଶତକୀୟ ଇଂନିସ ଖେଳିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ଏହା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ତୃତୀୟ ଶତକ ଥିଲା । ତୃତୀୟ ଟି-୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ  ଶତକୀୟ ଇଂନିସ ଖେଳି ଟିମ୍ ଇଣ୍ଡିଆକୁ ଏକ ଭଲ ସ୍ଥିତିରେ ପହଞ୍ଚାଇ ଥିଲେ । କିନ୍ତୁ ତାଙ୍କ ଇନିଂସ ପରେ ଚର୍ଚ୍ଚା ଚାଲିଛି ଯେ ସୂର୍ଯ୍ୟକୁମାର ଯାଦବ ଯାହା କହନ୍ତି ତାହା କରନ୍ତି ବି, କାରଣ ସେ ତୃତୀୟ ଟି-20 ପୂର୍ବରୁ ଏକ ବଡ଼ ଘୋଷଣା କରିଥିଲେ । ଯାହା ସେ ଆଜି ମଧ୍ୟ ପୂରା କରିଛନ୍ତି । ଆସନ୍ତୁ ଜାଣିବା ସୂର୍ଯ୍ୟକୁମାର ଯାଦବଙ୍କ ଦ୍ୱାରା କ’ଣ ଭବିଷ୍ୟବାଣୀ କରାଯାଇଥିଲା...

ଏଠାରେ କହି ରଖୁଛୁ ଯେ, ତୃତୀୟ ଟି-20 ପୂର୍ବରୁ ମଧ୍ୟ ଟିମ୍ ଇଣ୍ଡିଆ (Team India) ର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଏକ ବଡ଼ ଘୋଷଣା କରିଥିଲେ । ସୂର୍ଯ୍ୟକୁମାର ଯାଦବ ଏକ ଟ୍ୱିଟ୍‌ରେ ଲେଖିଛନ୍ତି ଯେ, "ଗତକାଲି ରାତିରେ ଆମେ ଏକ ଭଲ ଲଢ଼େଇ ଲଢ଼ିଛୁ, ଆମେ ରାଜକୋଟକୁ ଫେରିବୁ ।" ଅର୍ଥାତ ଉପ-ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବୋଧହୁଏ ତୃତୀୟ ଟି-20 ପାଇଁ ପ୍ରସ୍ତୁତି ଶେଷ କରିସାରିଥିଲେ, ଏଭଳି ପରିସ୍ଥିତିରେ ବର୍ତ୍ତମାନ ସେ ଶତକୀୟ ଇଂନିସ ଖେଳିବା ପରେ ତାଙ୍କର ପୁରୁଣା ଟ୍ୱିଟ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଖୁଲାସା, ଏହି ୩ ଖେଳାଳିଙ୍କୁ ଦେଲେ ସିରିଜ୍ ଜିତିବାର ଶ୍ରେୟ

ଅଧିକ ପଢ଼ନ୍ତୁ:-ଚାକିରି କରୁଥିବା ପୁରୁଷ ମାନଙ୍କ ପାଇଁ ବଡ଼ ଖୁସି ଖବର! ଏଣିକି ବାପା ହେବାରୁ ମିଳିବ ୩ ମାସର ଛୁଟି

ଅଧିକ ପଢ଼ନ୍ତୁ:-କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ବଡ଼ ଖୁସି ଖବର; ଋଷଭ ପନ୍ତଙ୍କୁ ନେଇ ଆସିଲା ବଡ଼ ଅପଡେଟ୍

ଶ୍ରୀଲଙ୍କ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ୧୧୨ ରନର ଏକ ଦମଦାର୍ ଇନିଂସ ଖେଳିଛନ୍ତି, ଯେଉଁଥିରେ ସୂର୍ଯ୍ୟକୁମାରଙ୍କ ବ୍ୟାଟରୁ ୯ଟି ଛକା ଓ ୭ଟି ଚମତ୍କାର ଚୌକା ବାହାରିଛି । ସୂର୍ଯ୍ୟକୁମାର ଯାଦବଙ୍କ ଇଂନିସ ପରେ ବଡ଼ ବଡ଼ କ୍ରିକେଟର ତାଙ୍କୁ ପ୍ରଶଂସା କରିବାରେ ବ୍ୟସ୍ତ ଅଛନ୍ତି । ଏଠାରେ କହି ରଖୁଛୁ ଯେ, ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଦଳକୁ ୨୨୯ ରନର ଟାର୍ଗେଟ୍ ଦେଇଥିଲା । ଯାହାର ପିଛା କରି ଶ୍ରୀଲଙ୍କା ଦଳ ୧୩୭ ରନରେ ଅଲଆଉଟ ହୋଇଯାଇଥିଲା । ଦ୍ୱିତୀୟ ଟି-20 ଜିତିବା ପରେ ଶ୍ରୀଲଙ୍କା ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ ଥିଲା, କିନ୍ତୁ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଶ୍ରୀଲଙ୍କାର ବୋଲିଂ ଲାଇନ୍ ଅପକୁ ଧ୍ୱସ୍ତ କରିଦେଇଥିଲା ।