India vs Sri Lanka 2nd T20: ଅର୍ଶଦୀପ, ମାଭି କିମ୍ବା ବ୍ୟାଟିଂ ନୁହେଁ...ହାର୍ଦ୍ଦିକ ପାଣ୍ଡ୍ୟା କହିଲେ, ଏହି କାରଣରୁ ଟିମ୍ ଇଣ୍ଡିଆ ହାରିଲା ମ୍ୟାଚ୍!
Advertisement

India vs Sri Lanka 2nd T20: ଅର୍ଶଦୀପ, ମାଭି କିମ୍ବା ବ୍ୟାଟିଂ ନୁହେଁ...ହାର୍ଦ୍ଦିକ ପାଣ୍ଡ୍ୟା କହିଲେ, ଏହି କାରଣରୁ ଟିମ୍ ଇଣ୍ଡିଆ ହାରିଲା ମ୍ୟାଚ୍!

India vs Sri Lanka 2nd T20:  ପୁଣେରେ ଖେଳାଯାଇଥିବା ଦ୍ୱିତୀୟ ଟି-20 ମ୍ୟାଚରେ ଟିମ୍ ଇଣ୍ଡିଆ ୧୬ ରନରେ ପରାସ୍ତ ହୋଇଛି । ଏହି ବିଜୟ ସହିତ ଶ୍ରୀଲଙ୍କା ଦଳ ସିରିଜରେ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଛି । ବର୍ତ୍ତମାନ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଶ୍ରୀଲଙ୍କା ୧-୧ରେ ବରାବର କରିନେଇଛି । ମୁମ୍ବାଇରେ ଖେଳାଯାଇଥିବା ସିରିଜର ପ୍ରଥମ ଟି-20 ମ୍ୟାଚ୍ ଭାରତୀୟ ଦଳ ଜିତିଥିଲା ।

India vs Sri Lanka 2nd T20: ଅର୍ଶଦୀପ, ମାଭି କିମ୍ବା ବ୍ୟାଟିଂ ନୁହେଁ...ହାର୍ଦ୍ଦିକ ପାଣ୍ଡ୍ୟା କହିଲେ, ଏହି କାରଣରୁ ଟିମ୍ ଇଣ୍ଡିଆ ହାରିଲା ମ୍ୟାଚ୍!

India vs Sri Lanka 2nd T20: ଶ୍ରୀଲଙ୍କା ଭାରତ ବିପକ୍ଷ ଦ୍ୱିତୀୟ ଟି-20 ଜିତିଛି । ପୁଣେରେ ଖେଳାଯାଇଥିବା ଦ୍ୱିତୀୟ ଟି-20 ମ୍ୟାଚରେ ଟିମ୍ ଇଣ୍ଡିଆ ୧୬ ରନରେ ପରାସ୍ତ ହୋଇଛି । ଏହି ବିଜୟ ସହିତ ଶ୍ରୀଲଙ୍କା ଦଳ ସିରିଜରେ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଛି । ବର୍ତ୍ତମାନ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଶ୍ରୀଲଙ୍କା ୧-୧ରେ ବରାବର କରିନେଇଛି । ମୁମ୍ବାଇରେ ଖେଳାଯାଇଥିବା ସିରିଜର ପ୍ରଥମ ଟି-20 ମ୍ୟାଚ୍ ଭାରତୀୟ ଦଳ ଜିତିଥିଲା ।

ଦ୍ୱିତୀୟ ଟି-20 ମ୍ୟାଚ୍ ପରେ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ, ଦଳକୁ ନିଜ ଭୁଲରୁ ଶିଖିବାକୁ ପଡ଼ିବ । ପୋଷ୍ଟ ମ୍ୟାଚ ପରେ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ, "ବ୍ୟାଟିଂ ହେଉ କିମ୍ବା ବୋଲିଂ ହେଉ, ପାୱାରପ୍ଲେରେ ଆମକୁ ଅସୁବିଧା ହୋଇଛି । ଆମେ କିଛି ବେସିକ୍ ତ୍ରୁଟି କରିଛୁ । ଯାହା ଏହି ଅନ୍ତର୍ଜାତୀୟ ସ୍ତରରେ କରାଯାଇପାରିବ ନାହିଁ । ସମସ୍ତେ ଜାଣନ୍ତି ଆମେ କେଉଁ ଭୁଲ୍ କରିଛୁ, ଏହି ପରାଜୟରୁ ଆମେ ସେହି ଜିନିଷଗୁଡ଼ିକୁ ଠିକ୍ କରିବା ଯାହା ଆମ ନିୟନ୍ତ୍ରଣରେ ଅଛି । ଆପଣଙ୍କ ଭଲ ଦିନ ହେଉ କି ଖରାପ ଦିନ, କିନ୍ତୁ ଆପଣ ଆପଣଙ୍କର ବେସିକରୁ ମୁହଁ ଫେରାଇ ପାରିବେ ନାହିଁ ।"

ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅର୍ଶଦୀପ ସିଂଙ୍କ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, "ଏହି ପରିସ୍ଥିତିରେ ଅର୍ଶଦୀପଙ୍କ ପାଇଁ ଜିନିଷ ଏତେ ସହଜ ନୁହେଁ । ଏହି ସମୟ ଦାଙ୍କୁ ଦାୟୀ କରିବାର ନହେଁ । କିନ୍ତୁ ଆମେ ସମସ୍ତେ ଜାଣୁ ଯେ କୌଣସି ବି ଫର୍ମାଟରେ ନୋ ବଲ୍ ବଡ଼ ଭୁଲ ହୋଇଥାଏ । ରାହୁଲ ନମ୍ବର ୩ରେ ଖେଳିବାରେ ଅଭ୍ୟସ୍ତ, ଏବଂ ଯଦି କେହି ଦଳକୁ ଆସନ୍ତି, ତେବେ ଆମେ ତାଙ୍କୁ ସେହି ସ୍ଥିତିରେ ଖେଳାଇବାକୁ ଚେଷ୍ଟା କରୁ ଯେଉଁଠାରେ ସେ ଅତ୍ୟଧିକ ଆତ୍ମବିଶ୍ୱାସ ସହିତ ଖେଳିପାରିବେ । ସେଥିପାଇଁ ତାଙ୍କୁ ତିନି ନମ୍ବରରେ ଖେଳିବାକୁ ଦିଆଯାଇଥିଲା ।"

ମ୍ୟାଚରେ କ’ଣ ହେଲା?

ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ଏହି ମ୍ୟାଚରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳରେ ମଧ୍ୟ ପରିବର୍ତ୍ତନ କରିଥିଲେ । ଅର୍ଶଦୀପ ସିଂ ଦଳକୁ ଫେରିଥିଲେ, ରାହୁଲ ତ୍ରିପାଠୀ ଡେବ୍ୟୁ କରିଥିଲେ । କିନ୍ତୁ ଆଜି ବୋଲିଂରେ ଭାରତୀୟ ବୋଲରଙ୍କ ଦିନ ନଥିଲା । ଅର୍ଶଦୀପ ସିଂ ଦୁଇ ଓଭରରେ ୩୮ ରନ୍ ଦେଇଥିଲେ । ପାଞ୍ଚଟି ନୋ ବଲ ପକାଇଥିଲେ । ଅନ୍ୟପକ୍ଷରେ, ଶେଷ ମ୍ୟାଚର ହିରୋ ଶିବମ ମାଭି ନିଜେ ଦ୍ୱିତୀୟ ମ୍ୟାଚରେ ଚାରି ଓଭରରେ ୫୩ ରନ୍ ଦେଇଥିଲେ । ଉମ୍ରାନ ମଲିକ ନିଶ୍ଚିତ ଭାବେ ତିନୋଟି ୱିକେଟ୍ ପାଇଛନ୍ତି । କିନ୍ତୁ ସେ ଚାରି ଓଭରରେ ୪୮ ରନ୍ ଦେଇଥିଲେ ।

ଅନ୍ୟପଟେ ଶ୍ରୀଲଙ୍କା ଅଧିନାୟକ ଦାସୁନ୍ ଶାନାକା ଶ୍ରୀଲଙ୍କା ଦଳ ପାଇଁ ଚମତ୍କାର ବ୍ୟାଟିଂ କରିଥିଲେ । ସେ ଶେଷ ପର୍ଯ୍ୟନ୍ତ ନ ଆଉଟ୍ ହୋଇ ଭାରତୀୟ ବୋଲିଂ ଆଟାକକୁ ଧ୍ୱସ୍ତ କରିଦେଇଥିଲେ । ଏବଂ ୨୨ ବଲରେ ୫୬ ରନର ଇନିଂସ ଖେଳିଥିଲେ । ତାଙ୍କ ବ୍ୟତୀତ କୁସଲ ମେଣ୍ଡିସ ମଧ୍ୟ୫୨ ରନର ଇଂନିସ ଖେଳିଥିଲେ । ଯାହା ସାହାଯ୍ୟରେ ଶ୍ରୀଲଙ୍କା ସ୍କୋରବୋର୍ଡରେ ୨୦୬ ରନ୍ ସ୍କୋର କରିଥିଲା ।​

ଏହା ପରେ ଭାରତୀୟ ଦଳ ଏହି ଟାର୍ଗେଟକୁ ଗୋଡ଼ାଇବା ପାଇଁ ପଡ଼ିଆକୁ ଓହ୍ଲାଇଥିଲା । କିନ୍ତୁ  ଭାରତୀୟ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଏହି ଟାର୍ଗେଟକୁ ପାର କରିପାରି ନଥିଲେ । ଦଳ ପାୱାରପ୍ଲେ ଭିତରେ ଚାରୋଟି ବଡ଼ ୱିକେଟ୍ ହରାଇଲା । ଇଶାନ କିଶନ ୨ ରନ, ଶୁଭମାନ ଗିଲ ୫ ରନ, ରାହୁଲ ତ୍ରିପାଠୀ ୫ ରନ, କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ରନ ।

୩୪/୪ ବ୍ୟାଟ୍ସମ୍ୟାନ ପ୍ୟାଭିଲିୟନକୁ ଫେରିବା ପରେ ଦୀପକ ହୁଡା ମଧ୍ୟ ଦଶମ ଓଭରରେ ୯ ରନ୍ ସ୍କୋର କରିବା ପରେ ୱିକେଟ୍ ହରାଥିଲେ । କିନ୍ତୁ ଏହି ପାଞ୍ଚଟି ୱିକେଟ୍ ପରେ ସୂର୍ଯ୍ୟକୁମାର ଯାଦବ ଓ ଅକ୍ସର ପଟେଲ କ୍ରିଜକୁ ଆସିଥିଲେ । ଏହି ଉଭୟ ବ୍ୟାଟ୍ସମ୍ୟାନ୍ ମାତ୍ର ୪୦ ବଲରେ ୯୧ ରନର ପାର୍ଟନରଶିପ୍ କରିଥିଲେ । ଦୁହେଁ ଏପରି ବ୍ୟାଟିଂ କରିଥିଲେ ଯେ ସମସ୍ତେ ଭାରତର ବିଜୟ ଦେଖିବା ଆରମ୍ଭ କରିଥିଲେ । କିନ୍ତୁ ତା’ପରେ ୧୬ ତମ ଓଭରରେ ସୂର୍ଯ୍ୟକୁମାର (୫୧ ରନ୍) ଓ ଶେଷ ଓଭରରେ ଅକ୍ସର ପଟେଲ (୬୫ ରନ୍) ଏବଂ ମାଭି (୨୬ ରନ୍) ଙ୍କ ୱିକେଟ୍ ଯିବା ପରେ ଭାରତର ଆଶା ଶେଷ ହୋଇଥିଲା । ଶେଷ ଓଭରରେ ଶ୍ରୀଲଙ୍କାର ଅଧିନାୟକ ଦାସୁନ୍ ଶାନାକା ମଧ୍ୟ ବୋଲିଂ କରି ଦୁଇଟି ୱିକେଟ୍ ନେଇଥିଲେ । ଏହା ଦୁଇ ଦଳ ମଧ୍ୟରେ ସବୁଠାରୁ ବଡ ପାର୍ଥକ୍ୟ ଥିଲା ।

ଅଧିକ ପଢ଼ନ୍ତୁ:-ମିଛ ଦୁଷ୍କର୍ମ ମାମଲାରେ ୨ ବର୍ଷ ଜେଲରେ ଥିଲେ ଏହି ବ୍ୟକ୍ତି, ବର୍ତ୍ତମାନ ରାଜ୍ୟ ସରକାର ବିରୋଧରେ ୧୦,୦୦୦ କୋଟି ଟଙ୍କାର କଲେ ମକଦ୍ଦମା ଦାୟର

ଅଧିକ ପଢ଼ନ୍ତୁ:-ଶେଷରେ ଜଣାପଡ଼ିଗଲା କ'ଣ ହୋଇଥାଏ ମୃତ୍ୟୁ ପରେ! ମରିବାର ୨୦ ମିନିଟ ପରେ ଜୀବନ୍ତ ହୋଇଥିବା ବ୍ୟକ୍ତି କଲେ ଖୁଲାସା

ଅଧିକ ପଢ଼ନ୍ତୁ:-ଭାରତ-ଶ୍ରୀଲଙ୍କା ସିରିଜ ବଢ଼ାଇଲା ଟେନସନ୍, ବ୍ରୋଡକାଷ୍ଟର୍ସକୁ ସହିବାକୁ ପଡ଼ୁଛି ୨୦୦ କୋଟି ଟଙ୍କାର କ୍ଷତି!

ଭାରତ ବନାମ ଶ୍ରୀଲଙ୍କା ଟି20 ସିରିଜ୍ 

ପ୍ରଥମ ଟି-20 ମ୍ୟାଚ୍, ଜାନୁଆରୀ ୩, ସନ୍ଧ୍ୟା ୭ଟା, ମୁମ୍ବାଇ

ଦ୍ୱିତୀୟ ଟି-20 ମ୍ୟାଚ୍, ଜାନୁଆରୀ ୫, ସନ୍ଧ୍ୟା ୭ଟା, ପୁଣେ 

ତୃତୀୟ ଟି-20 ମ୍ୟାଚ୍, ଜାନୁଆରୀ ୭, ସନ୍ଧ୍ୟା ୭ଟା, ରାଜକୋଟ 

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ T20 ଭାରତୀୟ ଦଳ

ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଋତୁରାଜ ଗାଇକୱାଡ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଯଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଉମରାନ ମଲିକ, ଶିବମ ମାବୀ ଏବଂ ମୁକେଶ କୁମାର ।

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଦିନିକିଆ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷାର ପଟେଲ, ମହମ୍ମଦ ସିରାଜ, ଉମରାନ ମଲିକ ଏବଂ ଅର୍ଶଦୀପ ସିଂହ ।

ଏଠାରେ କହି ରଖୁଛୁ ଯେ, ଜାନୁଆରୀ ୩ରେ ପ୍ରଥମ T20 ମୁମ୍ବାଇରେ, ଜାନୁଆରୀ ୫ରେ ଦ୍ୱିତୀୟ T20 ପୁଣେରେ ଏବଂ ଜାନୁଆରୀ ୭ରେ ତୃତୀୟ T20 ରାଜକୋଟରେ ଠାରେ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ଜାନୁଆରୀ  ୧୦ରେ ଗୌହାଟି, ଦ୍ୱିତୀୟ ଦିନିକିଆ ଜାନୁଆରୀ ୧୨ରେ କୋଲକାତା ଏବଂ ତୃତୀୟ ଦିନିକିଆ ଜାନୁଆରୀ ୧୫ରେ ତ୍ରିଭେନ୍ଦ୍ରମରେ ଖେଳାଯିବ ।