IND vs SL 1st T20: ଅକ୍ସର ପଟେଲଙ୍କୁ ଶେଷ ଓଭରରେ କାହିଁକି ବୋଲିଂ କରିବାକୁ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା? ଖୁଲାସା କଲେ ଅଧିନାୟକ
Advertisement

IND vs SL 1st T20: ଅକ୍ସର ପଟେଲଙ୍କୁ ଶେଷ ଓଭରରେ କାହିଁକି ବୋଲିଂ କରିବାକୁ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା? ଖୁଲାସା କଲେ ଅଧିନାୟକ

IND vs SL 1st T20: ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚକୁ ୨ ରନରେ ଜିତିଛି । ଏହି ମ୍ୟାଚ୍ ମୁମ୍ବାଇରେ ଖେଳାଯାଇଥିଲା । ଟିମ୍ ଇଣ୍ଡିଆ ଏହି ବିଜୟ ସହ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି । ମ୍ୟାଚରେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୨ ରନ୍ ସଂଗ୍ରହ କରିଥିଲା ।

IND vs SL 1st T20: ଅକ୍ସର ପଟେଲଙ୍କୁ ଶେଷ ଓଭରରେ କାହିଁକି ବୋଲିଂ କରିବାକୁ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା? ଖୁଲାସା କଲେ ଅଧିନାୟକ

India vs Sri Lanka 1st T20: ଭାରତୀୟ ଦଳ (Indian Cricket Team) ୨୦୨୩ରେ ବିଜୟ ସହ ଚମତ୍କାର ଆରମ୍ଭ କରିଛି । ଚଳିତ ବର୍ଷର ପ୍ରଥମ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ (Team India) ଏକ ରୋମାଞ୍ଚକର ବିଜୟ ହାସଲ କରିଛି । ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ (India vs Sri Lanka T0 Series) ର ପ୍ରଥମ ମ୍ୟାଚ (IND vs SL 1st 20) କୁ ୨ ରନରେ ଜିତିଛି । ଏହି ମ୍ୟାଚ୍ ମୁମ୍ବାଇରେ ଖେଳାଯାଇଥିଲା । ଟିମ୍ ଇଣ୍ଡିଆ ଏହି ବିଜୟ ସହ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି । ମ୍ୟାଚରେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୨ ରନ୍ ସଂଗ୍ରହ କରିଥିଲା ।

ଏହି ମ୍ୟାଚରେ ଦୀପକ ହୁଡା (Deepak Hooda) ଓ ଅକ୍ସର ପଟେଲ (Axar Patel) ୩୫ଟି ବଲରେ ୬୮ ରନର ପାର୍ଟନରଶିପ୍ କରିଥିଲେ, ଯାହା ଶେଷରେ ଭାରତୀୟ ଦଳକୁ ଏକ ଭଲ ସ୍କୋର ଡିଫେଣ୍ଡ କରିବାକୁ ସୁଯୋଗ ମିଳିଥିଲା । ଏହାର ଜବାବରେ ଶ୍ରୀଲଙ୍କା ଦଳ ମାତ୍ର ୧୬୦ ରନ୍ ସ୍କୋର କରି ମ୍ୟାଚକୁ ୨ ରନରେ ହାରିଥିଲା । ବ୍ୟାଟ୍ସ ସହ ଚମତ୍କାର ପ୍ରଦର୍ଶନ କରିଥିବା ଅକ୍ସର ପଟେଲ ମଧ୍ୟ ବୋଲିଂରେ ମଧ୍ୟ ଧମାଲ କରିଥିଲେ । ସେ କୌଣସି ୱିକେଟ୍ ନେଇ ନଥିଲେ, କିନ୍ତୁ ଶେଷ ଓଭରରେ ୧୩ ରନ୍ ବଞ୍ଚାଇ ସେ ନିଶ୍ଚିତ ଭାବେ ଟିମ୍ ଇଣ୍ଡିଆ (Team India) କୁ ବିଜୟ ପ୍ରଦାନ କରିଥିଲେ । 

ଯେତେବେଳେ ଶେଷ ଓଭରରେ ଶ୍ରୀଲଙ୍କା ୧୩ ରନ୍ ଆବଶ୍ୟକ କରୁଥିଲା ସେତେବେଳେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଅକ୍ଷର ପଟେଲ (Axar Patel) ଙ୍କ ଉପରେ ବିଶ୍ୱାସ ବ୍ୟକ୍ତ କରିଥିଲେ । ଅଧିନାୟକ ଅକ୍ସର ପଟେଲକୁ କାହିଁକି ଶେଷ ଓଭର ଦେଇଥିଲେ ତାହାର ମଧ୍ୟ ସେ ଖୁଲାସା କରିଛନ୍ତି । ରଣନୀତି ଅନୁଯାୟୀ ସ୍ପିନର ଅକ୍ସର ପଟେଲଙ୍କୁ ଶେଷ ଓଭର କରିବାକୁ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ମ୍ୟାଚ୍ ପରେ ସେ ଏହାର ଖୁଲାସା କରିଛନ୍ତି। ପାଣ୍ଡ୍ୟା କହିଛନ୍ତି ଯେ, "ମୁଁ ଜାଣିଶୁଣି ଏହି ଦଳକୁ କଠିନ ପରିସ୍ଥିତିରେ ରଖିବାକୁ ଚାହୁଁଛି, କାରଣ ଏହା ଆମକୁ ବଡ଼ ମ୍ୟାଚ୍ ଓ କଷ୍ଟଦାୟକ ପରିସ୍ଥିତିରେ ବହୁତ ସାହାଯ୍ୟ କରିବ । ଦ୍ୱିପାକ୍ଷିକ ସିରିଜରେ ଆମେ ବହୁତ ଭଲ । ଭବିଷ୍ୟତରେ ମଧ୍ୟ ଆମେ ନିଜକୁ ଏହିପରି ଚ୍ୟାଲେଞ୍ଜ କରିବାକୁ ଯାଉଛୁ ।"

ଅଧିକ ପଢ଼ନ୍ତୁ:-ପାଣ୍ଡ୍ୟା ସେନା ମୁମ୍ବାଇରେ କଲା 'ଲଙ୍କା ଦହନ', ଡେବ୍ୟୁ ମ୍ୟାଚରେ ଏହି ଖେଳାଳି କଲେ ଦମଦାର ପ୍ରଦର୍ଶନ

ଅଧିକ ପଢ଼ନ୍ତୁ:-BCCI କଲା ବଡ଼ ଘୋଷଣା, ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆରେ ସାମିଲ ହେଲେ ଏହି ଖତରନାକ୍ ଖେଳାଳି

ଅଧିକ ପଢ଼ନ୍ତୁ:-ଫିଫା ବିଶ୍ୱକପ ୨୦୨୨ର ପଦକକୁ ସୁରକ୍ଷା ପ୍ରଦାନ କରିବ ଏହି କୁକୁର, ଏହାର ମୂଲ୍ୟ ଜାଣି ହୋଇଯିବେ ଚକିତ!

 

ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଆଗକୁ କହିଛନ୍ତି ଯେ, "ସତ କହିବାକୁ ଗଲେ, ସମସ୍ତ ଯୁବ ଖେଳାଳି କଠିନ ପରିସ୍ଥିତିରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଆମ ମଧ୍ୟରେ ସରଳ କଥା ହୋଇଥିଲା । ମୁଁ ତାଙ୍କୁ (ଶିବମ ମାଭି) ଆଇପିଏଲରେ ବୋଲିଂ କରିବାକୁ ଦେଖିଛି, ତେଣୁ ମୁଁ ତାଙ୍କ ଶକ୍ତି ଜାଣିଥିଲି । ମୁଁ ତାଙ୍କୁ ଆରାମରେ ବୋଲିଂ କରିବାକୁ କହିଥିଲି । ବଡ଼ ହିଟ୍ ଲଗାଇବାର ଚିନ୍ତା କର ନାହିଁ । ମୁଁ ମୋର ସୁଇଙ୍ଗ୍ ବୋଲିଂରେ ମଧ୍ୟ ବହୁତ କାମ କରୁଛି । ମୋତେ ମଧ୍ୟ ଇନ୍ସୱିଙ୍ଗ୍ କରିବାରେ ବହୁତ ସାହାଯ୍ୟ ମିଳୁଛି । ମୁଁ ନେଟରେ ବହୁତ ଅଭ୍ୟାସ କରିଆସୁଛି । ମୁଁ ନୂଆ ବଲ ସହିତ ବୋଲିଂ କରିବାକୁ ପସନ୍ଦ କରେ ।"