IND vs SL 1st ODI: ପ୍ରଥମ ଦିନିକିଆରେ କେମିତି ହେବ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ? ରୋହିତ ଶର୍ମା କହିଲେ କିଏ କରିବେ ଓପନିଂ
Advertisement
Article Detail0/zeeodisha/odisha1522089

IND vs SL 1st ODI: ପ୍ରଥମ ଦିନିକିଆରେ କେମିତି ହେବ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ? ରୋହିତ ଶର୍ମା କହିଲେ କିଏ କରିବେ ଓପନିଂ

IND vs SL 1st ODI Team India Playing 11: ଚଳିତ ବର୍ଷ ଦିନିକିଆ ବିଶ୍ୱକପ୍ ୨୦୨୩ ଅନୁଷ୍ଠିତ ହେବାକୁ ଯାଉଛି, ତେଣୁ ଭାରତୀୟ ଦଳ (Indian Cricket Team) ପାଇଁ ଶ୍ରୀଲଙ୍କା ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ଆଙ୍ଗୁଠି ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଏହି ODI ସିରିଜରେ ରୋହିତ ଶର୍ମା (Rohit Sharma) ଟିମ୍ ଇଣ୍ଡିଆ (Team India) ର ଅଧିନାୟକ ଅଛନ୍ତି । ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଉପ-ଅଧିନାୟକ ଭୂମିକାରେ ଅଛନ୍ତି ।

IND vs SL 1st ODI: ପ୍ରଥମ ଦିନିକିଆରେ କେମିତି ହେବ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ? ରୋହିତ ଶର୍ମା କହିଲେ କିଏ କରିବେ ଓପନିଂ

India vs Sri Lanka 1st ODI Match Team India Playing 11: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ (IND vs SL ODI Series) ର ପ୍ରଥମ ମ୍ୟାଚ୍ ଆଜି  (ମଙ୍ଗଳବାର) ଅର୍ଥାତ ଜାନୁଆରୀ ୧୦ ଗୁଆହାଟୀରେ ଖେଳାଯିବ । ଚଳିତ ବର୍ଷ ଦିନିକିଆ ବିଶ୍ୱକପ୍ ୨୦୨୩ ଅନୁଷ୍ଠିତ ହେବାକୁ ଯାଉଛି, ତେଣୁ ଭାରତୀୟ ଦଳ (Indian Cricket Team) ପାଇଁ ଶ୍ରୀଲଙ୍କା ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ଆଙ୍ଗୁଠି ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଏହି ODI ସିରିଜରେ ରୋହିତ ଶର୍ମା (Rohit Sharma) ଟିମ୍ ଇଣ୍ଡିଆ (Team India) ର ଅଧିନାୟକ ଅଛନ୍ତି । ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଉପ-ଅଧିନାୟକ ଭୂମିକାରେ ଅଛନ୍ତି ।

ପ୍ରଥମ ଦିନିକିଆରେ ଭାରତୀୟ ଦଳର ପ୍ଲେଇଙ୍ଗ-11 (Team India Playing 11) ଉପରେ ସମସ୍ତଙ୍କ ନଜର ରହିବ । ଗତ ମ୍ୟାଚରେ ଦ୍ୱିଶତକ ହାସଲ କରିଥିବା ଇଶାନ କିଶାନଙ୍କୁ ପ୍ଲେଇଙ୍ଗ-11ରୁ ବାହାରକୁ ଯିବାକୁ ପଡ଼ିପାରେ । ଅଧିନାୟକ ରୋହିତ ଶର୍ମା ନିଶ୍ଚିତ କରିଛନ୍ତି ଯେ, ସେ ନିଜେ ଶୁଭମାନ ଗିଲଙ୍କ ସହ ଓପନିଂ କରିବେ । ଇଶାନ କିଶନ ବାହାରେ ବସିବାର ଅର୍ଥ ହେଉଛି କେଏଲ୍ ରାହୁଲ କିପିଂ କରିବେ ।

ରୋହିତ ଶର୍ମା କହିଛନ୍ତି ଯେ, "ଉଭୟ ଓପନର୍ (ଗିଲ ଓ କିଶନ) ପ୍ରକୃତରେ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ମୁଁ ଭାବୁଛି ଶୁଭମାନ ଗିଲଙ୍କୁ ସୁଯୋଗ ଦେବା ଠିକ୍ ହେବ କାରଣ ସେ ପୂର୍ବ ମ୍ୟାଚରେ ବହୁତ ରନ୍ ସ୍କୋର କରିଥିଲେ । ମୁଁ ଇଶାନ କିଶନଙ୍କଠାରୁ କୌଣସି ଶ୍ରେୟ ନେବାକୁ ଯାଉନାହିଁ । ସେ ଆମ ପାଇଁ ବହୁତ ଭଲ ହୋଇଛନ୍ତି । ସେ ଏକ ଡବଲ୍ ଶତକୀୟ ଇନିଂସ ଖେଳିଛନ୍ତି ଓ ମୁଁ ଜାଣେ ଡବଲ୍ ସେଞ୍ଚୁରୀ ସ୍କୋର କରିବା କ’ଣ ବଡ଼ ସଫଳତା ହୋଇଥାଏ । କିନ୍ତୁ ସତ କହିବାକୁ ଗଲେ, ଆମକୁ ପୂର୍ବରୁ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଯଥେଷ୍ଟ ସୁଯୋଗ ଦେବା ଆବଶ୍ୟକ ।"

ଆଶ୍ଚର୍ଯ୍ୟଜନକ କଥା ହେଉଛି ଟି-20ର ନମ୍ବର ୧ ଖେଳାଳି ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇପାରେ । ଗତ ବର୍ଷ ODI କ୍ରିକେଟରେ ବହୁ ରନ୍ ସ୍କୋର କରିଥିବା ଶ୍ରେୟସ ଆୟରଙ୍କୁ ସୂର୍ଯ୍ୟକୁମାରଙ୍କ ଅପେକ୍ଷା ଧ୍ୟାନ ଦିଆଯାଇପାରେ । ରୋହିତ ଶର୍ମା କହିଛନ୍ତି ଯେ, ODI ଫର୍ମାଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଭାରତ ଅଗ୍ରାଧିକାର ଦେବ । ମୁଁ ମଧ୍ୟ ଫର୍ମ ବୁଝୁଛି । ଫର୍ମ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଫର୍ମାଟ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ୫୦ ଓଭର ଫର୍ମାଟ୍ ଏକ ଭିନ୍ନ ଫର୍ମାଟ୍, ଯାହା ଟି-20 ଠାରୁ ଟିକେ ଲମ୍ବା ଏବଂ ODI ରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିମାନେ ନିଶ୍ଚିତ ଭାବରେ ସୁଯୋଗ ପାଇବେ ।

ଅଧିକ ପଢ଼ନ୍ତୁ:-ଭୀଷଣ ସଡ଼କ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ, ୨୨ ଗୁରୁତର

ଅଧିକ ପଢ଼ନ୍ତୁ:-ରୋନାଲ୍ଡୋ ନା ତାଙ୍କ ଗର୍ଲଫ୍ରେଣ୍ଡ ଜର୍ଜିନା, କିଏ ଅଧିକ ଧନୀ; ଜାଣନ୍ତୁ କିଏ କେତେ ସମ୍ପତ୍ତିର ମାଲିକ

ଅଧିକ ପଢ଼ନ୍ତୁ:-କ'ଣ ଆପଣ ବି ଚିକେନକୁ ରୋଷେଇ କରିବା ପୂର୍ବରୁ ଧୋଉଛନ୍ତି? ଯଦି ହଁ, ତେବେ ହୋଇଯାଆନ୍ତୁ ସାବଧାନ

 

ଭାରତର ସମ୍ଭାବ୍ୟ ଏକାଦଶ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ (ୱିକେଟ୍ କିପର), ଶ୍ରେୟସ୍ ଆୟର / ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂ, ମହମ୍ମଦ ଶାମି, ମହମ୍ମଦ ସିରାଜ ।