Ind vs SA: ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ, ବିଜୟ ଲକ୍ଷ୍ୟରେ ଦୁଇ ଦଳ
Advertisement
Article Detail0/zeeodisha/odisha2029027

Ind vs SA: ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ, ବିଜୟ ଲକ୍ଷ୍ୟରେ ଦୁଇ ଦଳ

Ind vs SA Test Series:  ଟି-୨୦ ଓ ଦିନିକିଆ ସିରିଜ ପରେ ଟେଷ୍ଟ ସିରିଜ ହାତେଇବା ନେଇ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ତିଆ (Team India) । ଦକ୍ଷିଣ ଆଫ୍ରିକାର (south Africa) ସୁପରସ୍ପୋର୍ଟ ପାର୍କ ଷ୍ଟାଡିୟମରେ ଏହି ସିରିଜ ଖେଳାଯିବ । ତେବେ ଏନେଇ ଉଭୟ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି ।

ସୌ(ସୋସିଆଲ ମିଡିଆ)

Ind vs SA Test Series 2023: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ଯରେ ଆରମ୍ଭ ହେବ ଟେଷ୍ଟ ସିରଜ (Ind vs SA Test Series 2023)। ଟି-୨୦ ଓ ଦିନିକିଆ ସିରିଜ ପରେ ଟେଷ୍ଟ ସିରିଜ ହାତେଇବା ନେଇ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ତିଆ (Team India) । ଦକ୍ଷିଣ ଆଫ୍ରିକାର (south Africa) ସୁପରସ୍ପୋର୍ଟ ପାର୍କ ଷ୍ଟାଡିୟମରେ ଏହି ସିରିଜ ଖେଳାଯିବ । ତେବେ ଏନେଇ ଉଭୟ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି ।

ସୂଚନା ଅନୁଯାୟୀ, ବିଗତ ୩୧ ବର୍ଷ ଧରି ଟେଷ୍ଟ ଇତିହାସରେ ଭାରତ କେବେ ହେଲେ ଦକ୍ଷିଣ ଆଫ୍ରିକା ମାଟିରେ ସିରିଜ ଜିତିପାରିନାହିଁ । ତେଣୁ ଏହି ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଜିତିବା ଟିମ୍ ଇଣ୍ତିଆ (Team India) ପାଇଁ କଷ୍ଟଦାୟକ ହେବ । ସିରିଜ ଆରମ୍ଭ ପୂର୍ବରୁ ଦଳର ଅଧିନାୟକ ରୋହିତ ଶର୍ମା (Rohit Sharma) ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ‘ଏହି ସିରିଜ ଆମ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଏବେ ଯାଏଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆମ ଟିମ୍ ଗୋଟେ ବି ମ୍ୟାଚ୍ ଜିତି ନାହିଁ । ତେଣୁ ଦଳ ଭଲ ପ୍ରଦର୍ଶନ କରିବା ପାଇଁ ଜୋରଦାର ଉଦ୍ୟମ କରିବ । ଯାହା ଫଳରେ ସିରିଜ ହାତେଇବାକୁ ସକ୍ଷମ ହେବ । ପୂର୍ବରୁ ଖେଳାଯାଇଥିବା ଟି-୨୦ (Ind vs SA t20), ଦିନିକିଆ ସିରିଜରେ (Ind vs SA ODI 2023) ବିଜୟୀ ହୋଇଥିବାରୁ ଦଳର ମନୋବଳ ଦୃଢ ରହିଛି । ଯାହା ଆମକୁ ଟେଷ୍ଟ ସିରିଜରେ ଫାଇଦା ଦେବ।

ଅନ୍ୟପଟେ, ଦକ୍ଷିଣ ଆଫ୍ରିକା ମଧ୍ୟ ଭାରତ ବିପକ୍ଷ ଘରୋଇ ଅପରାଜେୟ ପ୍ରଦର୍ଶନ ଧାରାକୁ ବଜାୟୀ ରଖିବା ନେଇ ଲକ୍ଷ୍ୟ ରଖିଛି । ଏହି ଶୃଙ୍ଖଳା ଶେଷରେ ପୂର୍ବତନ ଅଧିନାୟକ ଡିନ୍ ଏଲଗାର ଅବସର ନେବାକୁ ଯାଉଥିବାରୁ ତାଙ୍କୁ ଦଳ ଏକ ସଫଳ ବିଦାୟୀ ଦେବା ନେଇ ଲକ୍ଷ୍ୟ ରଖିଛି । ଏନେଇ ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବଭୂମା (Temba Bavuma) କହିଛନ୍ତି, ‘ରେକର୍ଡ଼ ଦଳ ସପକ୍ଷରେ ରହିଛି । ତେଣୁ ସିରିଜରେ ଦଳ ଭଲ ପ୍ରଦର୍ଶନ କରିବ। ଯାହାଫଳରେ ଭ୍ରମଣକାରୀ ଦଳକୁ ମାତ ଦେବାର ସକ୍ଷମ ହେବ । ଟିମ୍ ଇଣ୍ତିଆ ଏବେ ଜବରଦସ୍ତ ଫର୍ମରେ ରହିଛି । ତେଣୁ ଏହି ସିରିଜ ବେଶ ଚ୍ୟାଲେଞ୍ଜିଂ ହେବ’ ।

ଭାରତ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଶୁବମନ ଗିଲ୍‌, ବିରାଟ କୋହଲି, କେଏଲ୍ ରାହୁଲ (ୱିକେଟ କିପର),‌ ଶ୍ରେୟସ ଆୟର, ରବୀନ୍ଦ୍ର ଜାଡ଼େଜା, ଶାର୍ଦୁଳ ଠାକୁର/ଆର୍ ଅଶ୍ବିନ, ଯଶପ୍ରୀତ୍ ବୁମରା, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ।

ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଏକାଦଶ: ଡିନ୍ ଏଲଗାର, ଐଦେନ ମାରକ୍ରମ, ଟୋନି ଡି଼ ‌‌ଜୋର୍ଜି, ତେମ୍ବା ବଭୂମା (ଅଧିନାୟକ), ଡେଭିଡ୍‌ ବେଡ଼ିଙ୍ଗହାମ/କିଗାନ ପିଟରସନ୍, କାଇଲ୍‌ ଭେରିନେ (ୱିକେଟ କିପର), ମାର୍କୋ ୟାନସେନ୍‌, କେଶବ ମହାରାଜ, ଗେରାଲ୍ଡ କୋଏଜି, କାଗିସୋ ରବାଦା, ଲୁଙ୍ଗିଏନ୍‌ଗିଡି।