IND vs SA 1st ODI: ଏକପାଖିଆ ମୁକାବିଲାରେ ଭାରତ ପାଖରୁ ହାରିଲା ଦକ୍ଷିଣ ଆଫ୍ରିକା
Advertisement

IND vs SA 1st ODI: ଏକପାଖିଆ ମୁକାବିଲାରେ ଭାରତ ପାଖରୁ ହାରିଲା ଦକ୍ଷିଣ ଆଫ୍ରିକା

IND vs SA 1st ODI Match Result:  ରବିବାର ଅନୁଷ୍ଠିତ ହୋଇଥିବା ପ୍ରଥମ ଦିନିକିଆ ମୁକାବିଲାରେ ଭାରତୀୟ ଦଳ ପାଖରୁ ୮ ୱିକେଟ ବ୍ୟବଧାନରେ ପରାସ୍ତ ହୋଇଛି ଦକ୍ଷିଣ ଆଫ୍ରିକା ଟିମ୍।

IND vs SA 1st ODI: ଏକପାଖିଆ ମୁକାବିଲାରେ ଭାରତ ପାଖରୁ ହାରିଲା ଦକ୍ଷିଣ ଆଫ୍ରିକା

IND vs SA 1st ODI Match Highlights: ଡିସେମ୍ବର ୧୭ ତାରିଖ ରବିବାର ଜୋହାନ୍ସବର୍ଗ ଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମୁକାବିଲାରେ ଭାରତୀୟ ଦଳ ପାଖରୁ ୮ ୱିକେଟ ବ୍ୟବଧାନରେ ପରାସ୍ତ ହୋଇଛି ଦକ୍ଷିଣ ଆଫ୍ରିକା ଟିମ୍। ପ୍ରଥମ ଦିନିକିଆ ମ୍ୟାଚ୍ ରେ ଭାରତୀୟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏବଂ ଆବେଶ ଖାନ ନିଜର ଚମତ୍କାରୀ ବୋଲିଂ କୌଶଳ ଦେଖାଇଥିଲେ। ପରେ ସାଇ ସୁଦର୍ଶନ ଏବଂ ଶ୍ରେୟାସ୍ ଆୟର ନିଜର ତୋଫାନୀ ଇନିଂସ ଖେଳଥିଲେ। ଏହି ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ୨୭.୩ ଓଭର ରେ ସମସ୍ତ ୧୦ ୱିକେଟ କରି ୧୧୬ ରନ୍ ସ୍କୋର କରିଥିଲା। ହେଲେ ୧୧୭ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳ ୧୭ ତମ ଓଭର ରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

ଜୋହାନ୍ସବର୍ଗ ଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ ମାର୍କ୍ରାମ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପିଚ୍ ପ୍ରଥମ ଇନିଂସ୍ ରେ ଦ୍ରୁତ ବୋଲର ଙ୍କୁ ବହୁତ ସହାୟକ ହୋଇଥିଲା। ମ୍ୟାଚ୍ ର ଦ୍ୱିତୀୟ ଓଭର ରେ ଅର୍ଶଦୀପ ସିଂହ ରିଜା ହେଣ୍ଡ୍ରିକ୍ସ (୦) ଙ୍କୁ ବୋଲ୍ଡ କରି ଦେଇଥିଲେ। ପରବର୍ତ୍ତୀ ବଲରେ ରାଶି ଭ୍ୟାନ୍ ଡେର୍ ଡୁସେନ୍ (୦) ଙ୍କ ୱିକେଟ ଦଖଲ କରିଥିଲେ ଅର୍ଶଦୀପ ସିଂହ। ମୋଟ ୪୨ ରନ୍ ସ୍କୋର ବେଳକୁ ଟୋନି ଡି ଜର୍ଜି ଙ୍କୁ ଆଉଟ କରିଥିଲେ ଅର୍ଶଦୀପ ସିଂହ। ଦଳୀୟ ସ୍କୋରବୋର୍ଡ ରେ ୧୦ ରନ୍ ଯୋଡିବା ମାତ୍ରେ ହେନରିଚ୍ କ୍ଲାସେନ୍ (୬) ମଧ୍ୟ ଆଉଟ ହୋଇଯାଇଥିଲେ। ଆର୍ଶଦୀପ ସିଂହ ମଧ୍ୟ ହେନରିଚ୍ କ୍ଲାସେନ୍ ଙ୍କୁ ମଧ୍ୟ ପାଭିଲିୟନ ପଠାଇ ଦେଇଥିଲେ। ଏପରି ଭାବରେ ଅର୍ଶଦୀପ ସିଂହ ୪ ୱିକେଟ୍ ନେଇଥିଲେ।

ଅର୍ଶଦୀପ ସିଂହଙ୍କ ପରେ ଚମତ୍କାରୀ ବୋଲିଂ କରିଥିଲେ ଆବେଶ ଖାନ  
ଅର୍ଶଦୀପ ସିଂହଙ୍କ ପରେ ଆବେଶ ଖାନ ଘରୋଇ ପ୍ରୋଟେସ ଦଳକୁ ଜବରଦସ୍ତ ଝଟକା ଦେଇଥିଲେ। ସ୍କୋରବୋର୍ଡ ୫୨ ରନ୍ ରହିଥିବା ସମୟରେ ଆବେଶ ଖାନ ଆଡେନ ମାରକ୍ରମ (୧୨) ଙ୍କୁ ବୋଲ୍ଡ କରିଥିଲେ। ପରବର୍ତ୍ତୀ ବଲରେ ଭିଆନ୍ ମଲଡର୍ (୦) LBW  କରି ଦେଇଥିଲେ ଆବେଶ ଖାନ। ଆଡେନ ମାରକ୍ରମ ଏବଂ ଭିଆନ୍ ମଲଡର୍ ଙ୍କ ପରେ ଯଥା ଶୀଘ୍ର ଡେଭିଡ ମିଲର (୨) ଙ୍କୁ ପାଭିଲିୟନକୁ ପଠାଇ ଦେଇଥିଲେ ଆବେଶ ଖାନ। ମୋଟ ୫୮ ରନ୍ ବେଳେକୁ ଘରୋଇ ଦଳ ୭ ୱିକେଟ୍ ହରାଇ ସାରିଥିଲା।

ଘରୋଇ ଦଳ ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଣ୍ଡିଲ ଫେହୁଲୁଖୱାୟୋ ଶେଷ ଭାଗରେ ସ୍ଥିତି ସମ୍ଭାଳିଥିଲେ। ଯିଏ କେଶବ ମହାରାଜ (୪) ଙ୍କ ସହ ୧୫ ରନ୍ ଏବଂ ନନ୍ଦ୍ରେ ବର୍ଗର୍ (୭) ଙ୍କ ସହ ଦଳୀୟ ସ୍କୋରବୋର୍ଡ ରେ ୨୮ ରନ୍ ଯୋଡିଥିଲେ। କେଶବ ମହାରାଜଙ୍କ ୱିକେଟ ଆବେଶ ଖାନ ଦଖଲ କରିଥିଲେ। ଯେତେବେଳେ ଆଣ୍ଡିଲ ଫେହୁଲୁଖୱାୟୋ (୩୩) ଆର୍ଶଦୀପ ସିଂହଙ୍କ ଦ୍ୱାରା ଆଉଟ ହୋଇଥିଲେ। ୮ ବଲ ଖେଳି ୧୧ ରନ୍ ସ୍କୋର କରିବା ପରେ ତବରେଜ ଶାମି ଅପରାଜିତ ରହିଥିଲେ। ଭାରତୀୟ ଦଳ ପାଇଁ ଅର୍ଶଦୀପ ସିଂହ ୫, ଆବେଶ ଖାନ ୪ ଏବଂ କୁଲଦୀପ ଯାଦବ ଗୋଟିଏ ୱିକେଟ୍ ନେଇଥିଲେ।

ଧୂଆଁଧାର ଇନିଂସ ଖେଳିଥିଲେ ସାଇ ସୁଦର୍ଶନ ଏବଂ ଶ୍ରେୟାସ୍ ଆୟର
ମୋଟ ୧୧୭ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳ ଖୁବ୍ ଶୀଘ୍ର ଓପନର୍ ଋତୁରାଜ ଗାୟକୱାଡ (୫) ଙ୍କ ୱିକେଟ୍ ହରାଇଥିଲା। ଏହା ପରେ ଶ୍ରେୟସ୍ ଆୟର ଏବଂ ସାଇ ସୁଦର୍ଶନ ୮୮ ରନ୍ ର ଭାଗିଦାରୀ କରିଥିଲା। ଶ୍ରେୟସ୍ ଆୟର ଦଳୀୟ ସ୍କୋର ୧୧୧ ରନ୍ ହେବା ବେଳକୁ ଆଉଟ୍ ହୋଇ ଯାଇଥିଲେ। ଯିଏ ୪୫ ବଲ ଖେଳି ୫୨ ରନ୍ ସଂଗ୍ରହ କରିଥିଲେ। ୪୩ ବଲ୍ ଖେଳି ୫୫ ରନ୍ ସ୍କୋର କରିବା ପରେ ସାଇ ସୁଦର୍ଶନ ତିଲକ ବର୍ମା (୧) ଙ୍କ ସହ ଅପରାଜିତ ପାଭିଲିୟନ ଫେରିଥିଲେ। ଏପରି ଭାବେ ଭାରତୀୟ ଦଳ ୨ ୱିକେଟ୍ ହରାଇବା ପରେ ମାତ୍ର ୧୬.୪ ଓଭର ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା।