Rohit Sharma: ରୋହିତ ଶର୍ମା ଟି-20 ବିଶ୍ୱକପରେ କଲେ ବିଶ୍ୱ ରେକର୍ଡ, ଅନେକ ଦିଗଜକୁ ପଛରେ ପକାଇ ରଚିଲେ ଇତିହାସ
Advertisement

Rohit Sharma: ରୋହିତ ଶର୍ମା ଟି-20 ବିଶ୍ୱକପରେ କଲେ ବିଶ୍ୱ ରେକର୍ଡ, ଅନେକ ଦିଗଜକୁ ପଛରେ ପକାଇ ରଚିଲେ ଇତିହାସ

Rohit Sharma: ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-20 ବିଶ୍ୱକପ ମ୍ୟାଚରେ ଖେଳିବାକୁ ପଡ଼ିଆରେ ଓହ୍ଲାଇବା ମାତ୍ରେ ରୋହିତ ଶର୍ମା ସର୍ବାଧିକ ମ୍ୟାଚ୍ ଖେଳିଥିବା ଖେଳାଳି ହୋଇଛନ୍ତି । ଏହି ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମା ପୂର୍ବତନ ଶ୍ରୀଲଙ୍କାର କିମ୍ବଦନ୍ତୀ ତିଲକରତ୍ନେ ଦିଲଶାନଙ୍କ ସହ ମିଳିତ ଭାବରେ ପ୍ରଥମ ସ୍ଥାନରେ ରହିଥିଲେ ।

Rohit Sharma: ରୋହିତ ଶର୍ମା ଟି-20 ବିଶ୍ୱକପରେ କଲେ ବିଶ୍ୱ ରେକର୍ଡ, ଅନେକ ଦିଗଜକୁ ପଛରେ ପକାଇ ରଚିଲେ ଇତିହାସ

IND vs SA T20 World Cup Match: ଗତକାଲି ଅର୍ଥାତ ଅକ୍ଟୋବର ୩୧ରେ ଟି-20 ବିଶ୍ୱକପ ୨୦୨୨ର ସୁପର-12 ରାଉଣ୍ଡର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୫ ୱିକେଟରେ ପରାସ୍ତ କରିଛି । କିନ୍ତୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ଖେଳିବା ପାଇଁ ମୈଦାନକୁ ଓହ୍ଲାଇ ସହ ରୋହିତ ଶର୍ମା ଟୁର୍ଣ୍ଣାମେଣ୍ଟରେ ଇତିହାସ ସୃଷ୍ଟି କରିଛନ୍ତି । ସର୍ବାଧିକ ମ୍ୟାଚ୍ ଖେଳିଥିବା ଖେଳାଳିଙ୍କ ତାଲିକାରେ ଭାରତୀୟ ଅଧିନାୟକ ସମସ୍ତ ଦିଗଜଙ୍କୁ ପଛକୁ ପକାଇ ଶୀର୍ଷରେ ପହଞ୍ଚିଛନ୍ତି । ଏହାସହ ରୋହିତ ଶର୍ମା ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ।

୨୦୦୭ରେ ଖେଳାଯାଇଥିବା ପ୍ରଥମ ଟି-20 ବିଶ୍ୱକପ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରୋହିତ ଶର୍ମା ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁଛନ୍ତି । ସମସ୍ତ ସଂସ୍କରଣରେ ଖେଳିଥିବା ଏହି ଧୁରନ୍ଧର ଏକ ଏପରି ରେକର୍ଡ ସୃଷ୍ଟି କରିଛନ୍ତି ଯାହା ଭାଙ୍ଗିବା ସହଜ ହେବ ନାହିଁ । ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-20 ବିଶ୍ୱକପ ମ୍ୟାଚରେ ଖେଳିବାକୁ ପଡ଼ିଆରେ ଓହ୍ଲାଇବା ମାତ୍ରେ ରୋହିତ ଶର୍ମା ସର୍ବାଧିକ ମ୍ୟାଚ୍ ଖେଳିଥିବା ଖେଳାଳି ହୋଇଛନ୍ତି । ଏହି ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମା ପୂର୍ବତନ ଶ୍ରୀଲଙ୍କାର କିମ୍ବଦନ୍ତୀ ତିଲକରତ୍ନେ ଦିଲଶାନଙ୍କ ସହ ମିଳିତ ଭାବରେ ପ୍ରଥମ ସ୍ଥାନରେ ରହିଥିଲେ ।

ଆଇସିସି ଟି-20 ବିଶ୍ୱକପରେ ସର୍ବାଧିକ ମ୍ୟାଚ୍ ଖେଳିବା କ୍ଷେତ୍ରରେ ରୋହିତ ଶର୍ମା ଶୀର୍ଷରେ ଅଛନ୍ତି । ଏପର୍ଯ୍ୟନ୍ତ ସେ ମୋଟ ୩୫ଟି ମ୍ୟାଚ୍ ଖେଳିଛନ୍ତି । ଏହାପୂର୍ବରୁ ଶ୍ରୀଲଙ୍କାର ଦିଲଶନ ସର୍ବାଧିକ ଟି-20 ବିଶ୍ୱକପ ମ୍ୟାଚ୍ ଖେଳିବାର ରେକର୍ଡ କରିଥିଲେ । ଏହି ତାଲିକାରେ ତିନି ନମ୍ବରରେ ୩୪ଟି ମ୍ୟାଚ୍ ଖେଳିଥିବା ପୂର୍ବତନ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଡୱେନ ବ୍ରାଭୋଙ୍କ ନାମ ଅଛି । ପାକିସ୍ତାନର ସହିଦ ଆଫ୍ରିଦି ମଧ୍ୟ ୩୪ଟି ମ୍ୟାଚ୍ ଖେଳିଛନ୍ତି । ଏଥି ସହିତ ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ମଧ୍ୟ ସମାନ ସଂଖ୍ୟକ ମ୍ୟାଚ ଖେଳିଛନ୍ତି ।

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି ଓ ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ । ସେହିପରି ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ ଖେଳିଥିଲା । ଏହି ମ୍ୟାଚରେ ବି ଟିମ୍ ଇଣ୍ଡିଆ ଜିତିଛି । ଅକ୍ଟୋବର ୩୦ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍ ଖେଳିଛି ଓ ଏହି ମ୍ୟାଚରେ ପରାଜିତ ହୋଇଛି । ଭାରତୀୟ ଦଳର ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୨ରେ ବାଂଲାଦେଶ ସହିତ ଓ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଜିମ୍ୱାୱେ ସହିତ ଖେଳିବ ।

ଅଧିକ ପଢ଼ନ୍ତୁ:-ଦକ୍ଷିଣ ଆଫ୍ରିକାଠୁ ହାରିଲା ଭାରତ, ଏବେ ପାକିସ୍ତାନର କ'ଣ ହେବ; ଜାଣନ୍ତୁ ସେମିଫାଇନାଲ ରେସର ନୂଆ ସମୀକରଣ

ଅଧିକ ପଢ଼ନ୍ତୁ:-ଦକ୍ଷିଣ ଆଫ୍ରିକାଠୁ ଟିମ୍ ଇଣ୍ଡିଆ ପରାସ୍ତ ହେବା ପରେ ଅଧିନାୟକ ରୋହିତ ଶର୍ମା ଦେଲେ ବଡ଼ ବୟାନ, ଜାଣନ୍ତୁ ପରାଜୟ ପାଇଁ କାହାକୁ କଲେ ଦାୟୀ

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।