IND Vs SA: ପରାଜୟ ପରେ ବଦଳିବ କି ଭାରତର ପ୍ଲେଇଂ 11? ନା ଦଳରୁ ବାଦ୍ ପଡ଼ିବେ ବିଶ୍ୱର ନମ୍ୱର ୱାନ ବୋଲର!
Advertisement
Article Detail0/zeeodisha/odisha2009361

IND Vs SA: ପରାଜୟ ପରେ ବଦଳିବ କି ଭାରତର ପ୍ଲେଇଂ 11? ନା ଦଳରୁ ବାଦ୍ ପଡ଼ିବେ ବିଶ୍ୱର ନମ୍ୱର ୱାନ ବୋଲର!

India vs South Africa 3rd T20: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ ୧୪ ଡିସେମ୍ବରରେ ଜୋହାନ୍ସବର୍ଗରେ ଖେଳିଯିବ ।

 

IND Vs SA 3rd T20

India vs South Africa 3rd T20: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ତୃତୀୟ ତଥା ଫାଇନାଲ୍ ମ୍ୟାଚ୍ ୧୪ ଡିସେମ୍ବର ଅର୍ଥାତ୍ ଗୁରୁବାର ଦିନ ଜୋହାନ୍ସବର୍ଗର ୱାନଡର୍ସ ଠାରେ ଖେଳାଯିବ । ବର୍ଷା ଯୋଗୁଁ ଏହି ସିରିଜର ପ୍ରଥମ ମ୍ୟାଚ୍ ବାତିଲ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ଆୟୋଜକ ଦଳ ଭାରତକୁ ୫ ୱିକେଟରେ ପରାସ୍ତ କରି ସିରିଜରେ ୧-୦ ରେ ଅଗ୍ରଣି ରହିଛି । ବର୍ତ୍ତମାନ ଏହା ନିର୍ଣ୍ଣାୟକ ମ୍ୟାଚ ହେବ, ଯାହାକୁ ଟିମ୍ ଇଣ୍ଡିଆ ଜିତିବା ଉଦ୍ଦେଶ୍ୟରେ ପଡ଼ିଆରେ ଉହ୍ଲାଇବ । ଏହି ମ୍ୟାଚର ପ୍ଲେଇଂ ଇଲେଭେନକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଛି ।

ବାସ୍ତବରେ ଏହି ସିରିଜ୍ ପାଇଁ ଭାରତ ଚାରିଜଣ ପେସ ବୋଲରଙ୍କୁ ସାମିଲ କରିଥିଲା । ସେଥିମଧ୍ୟରୁ ପିତାଙ୍କ ସ୍ୱାସ୍ଥ୍ୟ କାରଣରୁ ଦୀପକ ଚହର ଆଫ୍ରିକାରେ ପହଞ୍ଚିପାରିନଥିଲେ । ଦ୍ୱିତୀୟ ଟି-୨୦ ରେ ଅର୍ଶଦୀପ ସିଂ ବୋଲିଂରେ ନିରାଶ କରିଥିଲେ । ବର୍ତ୍ତମାନ ଆର୍ଶଦୀପଙ୍କ ସ୍ଥାନରେ କାହାକୁ ଖେଳା।ଯିବ ସେନେଇ କୌଣସି ବିକଳ୍ପ ନାହିଁ । ଏପରି ପରିସ୍ଥିତିରେ, ବୋଧହୁଏ ପେସ ବିଭାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ସିନିୟର ହୋଇଥିବାବେଳେ ସ୍ପିନ୍ ବିଭାଗରେ କୌଣସି ପରିବର୍ତ୍ତନ ହେବା ଦେଖାଯାଉନାହିଁ । ଏହାର ଅର୍ଥ ହେଉଛି ନମ୍ବର-1 ଟି-୨୦ ବୋଲର ଓ ଅଷ୍ଟ୍ରେଲିଆର ସିରିଜରେ ହିରୋ ଥିବା ରବି ବିଷ୍ଣୋଇ ମଧ୍ୟ ତୃତୀୟ ଟି-୨୦ ମ୍ୟାଚରୁ ବାଦ ପଡିପାରନ୍ତି ।

ବ୍ୟାଟିଂ ଲାଇନ୍ଅପ୍ ଉପରେ ସସପେନ୍ସ 
ପ୍ରଥମ ମ୍ୟାଚରେ ଚୟନ ପାଇଁ ରୁତୁରାଜ ଗାଇକୱାଡ ଉପଲବ୍ଧ ନଥିଲେ ଓ ସେ ଅସୁସ୍ଥ ଥିଲେ । ମ୍ୟାଚ୍ ମଧ୍ୟରେ କେବଳ ଗୋଟିଏ ଦିନର ବ୍ୟବଧାନ ଅଛି । ଏପରି ପରିସ୍ଥିତିରେ, ରୁତୁ ଯଦିଓ ସମ୍ପୂର୍ଣ୍ଣ ଫିଟ୍ ହୋଇନପାରନ୍ତି । ଇଶାନ କିଶନ ଏପରି ଏକ ନାମ ଯିଏ ଜିତେଶ ଶର୍ମାଙ୍କୁ ବଦଳାଇ ପାରିବେ । କିନ୍ତୁ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ଇଶାନଙ୍କୁ ମଧ୍ୟ ଏହି ମ୍ୟାଚ୍ ପାଇଁ ବିଶ୍ରାମ ଦିଆଯାଇପାରେ । ଇଶାନ ମଧ୍ୟ ଦିନିକିଆ ଓ ଟେଷ୍ଟ ଦଳର ଏକ ଅଂଶ । ଶ୍ରେୟସ୍ ଆୟର ମଧ୍ୟ ଦ୍ୱିତୀୟ ଟି-୨୦ ରେ ସ୍ଥାନ ପାଇନାହାଁନ୍ତି । ତାଙ୍କ ସ୍ଥାନ ମଧ୍ୟ ସନ୍ଦେହ ଘେରରେ ରହିଛି ।

ଟିମ୍ ଇଣ୍ଡିଆର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍
ଶୁବମନ ଗିଲ, ଯଶସ୍ୱୀ ଜୈସୱାଲ, ତିଲକ ଭର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ରିଙ୍କୁ ସିଂ, ଜିତେଶ ଶର୍ମା / ଇଶାନ କିଶାନ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଅର୍ଶଦୀପ ସିଂ ।