Rohit Sharma: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚରେ ରୋହିତ ଶର୍ମା ଖାତା ନ ଖୋଲି ଦୁଇଟି ବଲର ସାମ୍ନା କରି ପାଭିଲିୟନକୁ ଫେରିଥିଲେ । ଏହା ସହ ସେ ଟି-20 ଅନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ଥର ଶୂନରେ ଆଉଟ୍ ହୋଇଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି । ଏହି ତାଲିକାରେ କେଏଲ ରାହୁଲ (KL Rahul) ଦ୍ୱିତୀୟ ସ୍ଥାନରେ ଅଛନ୍ତି ।
Trending Photos
ନୂଆଦିଲ୍ଲୀ: Rohit Sharma: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମ ଦଳ ପାଇଁ ସାମାନ୍ୟ ଚିନ୍ତାର କାରଣ ପାଲଟିଛି । କାରଣ ରୋହିତ ଶର୍ମା (Rohit Sharma) ଦଳ ପାଇଁ ଓପନର୍ ଭାବରେ ମୈଦାନକୁ ଓହ୍ଲାନ୍ତି । ଯଦି ଆମେ ଅଧିନାୟକ ରୋହିତ ଶର୍ମାଙ୍କ ଶେଷ ୧୦ଟି ମ୍ୟାଚର ରେକର୍ଡକୁ ଦେଖିବା ତେବେ ସେ କେବଳ ଗୋଟିଏ ଇନିଂସରେ ହିଁ ଅର୍ଦ୍ଧଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି । କିନ୍ତୁ ଏହା ବ୍ୟତୀତ ତାଙ୍କ ପୂର୍ବ ଇନିଂସରେ ସେହି ଦମ୍ ଦେଖିବାକୁ ମିଳି ନଥିଲା, ଯାହା ପାଇଁ ରୋହିତ ଶର୍ମା ଜଣାଶୁଣା । ନାଗପୁର ମ୍ୟାଚ୍ରେ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ୪୬ ରନର ଏକ ଦମଦାର ଇନିଂସ ଖେଳିଥିଲେ । କିନ୍ତୁ ରୋହିତ ଶର୍ମା ଦଳ ପାଇଁ କ୍ରମାଗତ ଭାବେ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି ।
ରୋହିତ ଶର୍ମା (Rohit Sharma) ଙ୍କର ଶେଷ ତିନି ଇନିଂସରୁ ୨ ଇନିଂସରେ ବିନା ଖାତା ଖୋଲି ଆଉଟ ହୋଇଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚରେ ରୋହିତ ଶର୍ମା ଶୂନରେ ଆଉଟ ହୋଇଥିଲେ । ସେ ଦ୍ୱିତୀୟ ମ୍ୟାଚରେ ୪୩ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲେ । ସେପଟେ ତୃତୀୟ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଶୂନରେ ଆଉଟ୍ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ପାଇଁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥାଏ ମାତ୍ର ୩ଟି ଅଖରୋଟ, କେବଳ ଏହିପରି କରନ୍ତୁ ସେବନ, ମିଳିବ ଜବରଦସ୍ତ ଲାଭ!
ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ପରାଜୟ ପାଇଁ ଦାୟୀ ଏହି ୫ ଖେଳାଳି, ଦକ୍ଷିଣ ଆଫ୍ରିକା ବିପକ୍ଷରେ ରହିଥିଲେ ଫ୍ଲପ୍
ଅଧିକ ପଢ଼ନ୍ତୁ:-ମର୍ମନ୍ତୁଦ ଦୁର୍ଘଟଣା; ଖାଇକୁ ବସ୍ ଖସି ପଡ଼ିବାରୁ ୩୨ ମୃତ, ୨୦ ଆହତ
ଏହା ସହ ରୋହିତ ଶର୍ମା ନିଜ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିନେଇଛନ୍ତି । ରୋହିତ ଶର୍ମା ପ୍ରଥମ ଏପରି ଭାରତୀୟ ଖେଳାଳି ହୋଇଛନ୍ତି ଯିଏକି ଟି-20 ଇଣ୍ଟରନ୍ୟାସନାଲରେ ଶୂନ ସ୍କୋରରେ ୧୦ ଥର ଆଉଟ୍ ହୋଇଛନ୍ତି । ରୋହିତ ଟି-20 ଇଣ୍ଟରନ୍ୟାସନାଲରେ ସର୍ବାଧିକ ରନ୍ ସ୍କୋରର କରିଥିବା ବ୍ୟାଟ୍ସମ୍ୟାନ । ଭାରତ ପାଇଁ ୧୪୨ଟି ମ୍ୟାଚରେ ରୋହିତ ୩,୭୩୭ ରନ୍ ସଂଗ୍ରହ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚରେ ରୋହିତ ଶର୍ମା ଖାତା ନ ଖୋଲି ଦୁଇଟି ବଲର ସାମ୍ନା କରି ପାଭିଲିୟନକୁ ଫେରିଥିଲେ । ଏହା ସହ ସେ ଟି-20 ଅନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ଥର ଶୂନରେ ଆଉଟ୍ ହୋଇଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି । ଏହି ତାଲିକାରେ କେଏଲ ରାହୁଲ (KL Rahul) ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେ ୫ ଥର ବିନା ରନ କରି ଆଉଟ୍ ହୋଇଛନ୍ତି । ଟିମ୍ ଇଣ୍ଡିଆର (Team India) ପୂର୍ବତନ ଅଧିନାୟକ ବିରାଟ କୋହଲି (Virat Kohli) ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି । ସେ ୪ ଥର ବିନା ଖାତା ଖୋଲି ପ୍ୟାଭିଲିୟନକୁ ଫେରିଛନ୍ତି ।