IND vs PAK T20 World Cup 2022: କୋହଲି ଦେଲେ ବିରାଟ ବିଜୟ, ପାକିସ୍ତାନ ଧୂଳିସାତ
Advertisement

IND vs PAK T20 World Cup 2022: କୋହଲି ଦେଲେ ବିରାଟ ବିଜୟ, ପାକିସ୍ତାନ ଧୂଳିସାତ

IND vs PAK T20 World Cup 2022: ମେଲବର୍ଣ୍ଣରେ ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆ ପ୍ରାୟ ପରାଜୟ ଆଡକୁ ଗତି କରୁଥିଲା । ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଭାରତ ବିଜୟ ହୋଇଛି ।

ସୌ: ସୋସିଆଲ ମିଡିଆ

IND vs PAK T20 World Cup 2022: ମେଲବର୍ଣ୍ଣରେ ଖେଳାଯାଇଥିବା ମହାନ ମ୍ୟାଚରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି । ବିରାଟ କୋହଲି ଭାରତର ଏହି ବିଜୟର ହିରୋ ଥିଲେ । କିଙ୍ଗ କୋହଲି ମାତ୍ର ୫୩ ବଲରେ ଅପରାଜିତ ୮୨ ସ୍କୋର କରି ଟିମ୍ ଇଣ୍ଡିଆକୁ ହରାହୁଆ ମ୍ୟାଚ ଜିତାଇଛନ୍ତି । କହିରଖୁଛୁ ଯେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୯ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତ ଶେଷ ବଲରେ ଟାର୍ଗେଟକୁ ପିଛାକରି ହାସଲ କରି ନେଇଥିଲା ।

ଟାର୍ଗେଟକୁ ପିଛାକରି ଭାରତୀୟ ଦଳର ଆରମ୍ଭ ଏତେ ଭଲ ହୋଇ ନଥିଲା । ଦ୍ୱିତୀୟ ଓଭରରେ କେଏଲ ରାହୁଲ ୮ ଟି ବଲରୁ ୪ ରନ୍ ସଂଗ୍ରହ କରି ନସିମ ଶାହାଙ୍କ ଦ୍ୱାରା ଆଉଟ ହୋଇ ଯାଇଥିଲେ । ଏହା ପରେ ହରିସ୍ ରାଉଫ ରୋହିତଙ୍କ ରୂପରେ ଭାରତକୁ ଦ୍ୱିତୀୟ ବଡ଼ ଝଟକା ଦେଇଥିଲେ । ୭ ଟି ବଲରୁ ୪ ରନ୍ ସ୍କୋର କରିବା ପରେ ରୋହିତ ସ୍ଲିପ୍ସରେ କ୍ୟାଚ ଆଉଟ ହୋଇଥିଲେ । ଏଥିସହିତ ସୂର୍ଯ୍ୟକୁମାର ଯାଦବ ୧୦ ଟି ବଲରେ ୧୫ ରନ୍ ସ୍କୋରକରି ୱିକେଟ୍ କିପର ରିଜୱାନ ହାତରେ କ୍ୟାଚ୍ ଆଉଟ ହୋଇଥିଲେ । ଏହା ପରେ ଅକ୍ଷର ପଟେଲ ୩ ଟି ବଲରୁ ୨ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ତେବେ ତାଙ୍କ ୱିକେଟ୍ ନେଇ ବିବାଦ ଲାଗି ରହିଛି ।

୧୫ ତମ ଓଭରରେ ଭାରତର ନିଜର ୧୦୦ ରନ୍ ଛୁଇଁଥିଲା । ଏହାପରେ ଦଳ ଜିତିବାକୁ ୩୦ ବଲରେ ୬୦ ରନ୍ ସ୍କୋର ଦରକାର ଥିଲା । ରାଉଫ ୧୬ ତମ ଓଭରରେ ବୋଲିଂ କରିଥିଲେ । ସେ ନିଜ ଓଭରରେ ମାତ୍ର ୬ ରନ୍ ଖର୍ଚ୍ଚ କରିଥିଲେ । ୧୭ ତମ ଓଭରରେ ନାସିମ ମଧ୍ୟ ୬ ରନ୍ ଦେଇଥିଲେ । ଏହାପରେ ୧୮ ବଲରୁ ୪୮ ରନ୍ ଆବଶ୍ୟକ ଥିଲା । ଶାହିନ୍ ଆଫ୍ରିଦି ୧୮ ତମ ଓଭରରେ ବୋଲିଂ କରିଥିଲେ । କୋହଲି ଏହି ଓଭରରେ ତାଙ୍କୁ ୩ଟି ଚୌକା ମାରିଥିଲେ । ସେ ନିଜ ଓଭରରେ ୧୭ ରନ୍ ଦେଇଥିଲେ । ଏହାପରେ ଭାରତକୁ ୧୨ ବଲରୁ ୩୧ ରନ୍ ଆବଶ୍ୟକ ଥିଲା ।

ଉନବିଂଶ ଓଭର ଦ୍ରୁତ ବୋଲର ହରିଫ ରାଉଫ ବୋଲିଂ କରିଥିଲେ । ପ୍ରଥମ ୪ ଟି ବଲରୁ ମାତ୍ର ୩ ରନ୍ ଖର୍ଚ୍ଚ କରିଥିଲେ । କୋହଲି ପଞ୍ଚମ ବଲରେ ଏକ ଛକା ମାରିଥିଲେ । ସେ ପୁଣି ଶେଷ ବଲରୁ ଏକ ଛକା ମାରିଥିଲେ । ଏହାପରେ ଭାରତକୁ ୬ ଟି ବଲରେ ୧୬ ରନ୍ ସ୍କୋର କରିବାକୁ ପଡିଲା । ଏହି ଓଭରକୁ ବାମହାତୀ ସ୍ପିନର ମହମ୍ମଦ ନୱାଜ ବୋଲିଂ କରିଥିଲେ । ପାଣ୍ଡ୍ୟା ପ୍ରଥମ ବଲରେ ଆଉଟ୍ ହୋଇଥିଲେ । ସେ ୩୭ ବଲରୁ ୪୦ ରନ୍ ସଂଗ୍ରହ କରିଥିଲେ । ନିଜ ଇନିଂସରେ ଗୋଟିଏ ଚୌକା ଓ ଦୁଇଟି ଛକା ମାରିଥିଲେ । ଦ୍ୱିତୀୟ ବଲରେ ଦୀନେଶ କାର୍ତ୍ତିକ ଏକ ରନ୍ ନେଇଥିଲେ । କୋହଲି ତୃତୀୟ ବଲରେ ୨ ରନ୍ ନେଇଥିଲେ । ଚତୁର୍ଥ ବଲରେ ସେ ଏକ ଛକା ମାରିଥିଲେ । ଏହାପରେ ୩ ବଲରୁ ୬ ରନ୍ ଆବଶ୍ୟକ ଥିଲା । କୋହଲି ଚତୁର୍ଥ ବଲରେ ବୋଲ୍ଡ ହୋଇଥିଲେ, କିନ୍ତୁ ଫ୍ରି ହିଟ୍ ଯୋଗୁଁ ତାଙ୍କୁ ଆଉଟ ଦିଆଯାଇ ନଥିଲା ଓ ସେହି ବଳରେ ୩ ରନ୍ ବାଇ ରନ ଆକାରରେ ୩ ରନ ହୋଇଥିଲା । ଏହାପରେ ୨ ଟି ବଲରୁ ୨ ରନ୍ ଦରକାର ଥିଲା । କାର୍ତ୍ତିକ ପଞ୍ଚମ ବଲରେ ଷ୍ଟମ୍ପିଙ୍ଗ ହୋଇଥିଲେ । ସେ ୨ ବଲରୁ ଗୋଟିଏ ରନ୍ ସ୍କୋର କରିଥିଲେ । ଏହାପରେ ଗୋଟିଏ ବଲରୁ ୨ ରନ୍ ଆବଶ୍ୟକ ଥିଲା । ନୱାଜ ପରବର୍ତ୍ତୀ ବଲକୁ ୱାଇଡ଼ ବଲ କରିଥିଲେ । ବର୍ତ୍ତମନ ଶେଷ ବଲରେ ଭାରତକୁ ଗୋଟିଏ ରନ୍ ଦରକାର ଥିଲା ଯାହାକୁ ଚୌକା ମାରି ଅଶ୍ୱିନ୍ ଦଳକୁ ବିଜୟ ପ୍ରଦାନ କରିଥିଲେ ।