IND Vs PAK: 'ପାକିସ୍ତାନକୁ ଭାରତ ବିପକ୍ଷରେ ଅକ୍ଟୋବର ୨୩ରେ ଟି-20 ବିଶ୍ୱକପରେ ଖେଳିବା ଉଚିତ ନୁହେଁ'
Advertisement

IND Vs PAK: 'ପାକିସ୍ତାନକୁ ଭାରତ ବିପକ୍ଷରେ ଅକ୍ଟୋବର ୨୩ରେ ଟି-20 ବିଶ୍ୱକପରେ ଖେଳିବା ଉଚିତ ନୁହେଁ'

IND Vs PAK: ଜୟ ଶାହଙ୍କ ବୟାନ ପରେ ଭାରତ ଓ ପାକିସ୍ତାନର କ୍ରିକେଟ୍ ବୋର୍ଡ (Pakistan Cricket Board) ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ପଟେ ପୂର୍ବତନ ଭାରତୀୟ ଖେଳାଳିମାନେ ଜୟ ଶାହଙ୍କ ଏହି ବୟାନ ଉପରେ ସହମତ ହୋଇଥିବାବେଳେ ଅନ୍ୟ ପଟେ ପାକିସ୍ତାନୀ ଭେଟେରାନମାନେ ଏହାକୁ ନେଇ ପାଲଟା ଆକ୍ରମଣ କରୁଛନ୍ତି ।

IND Vs PAK: 'ପାକିସ୍ତାନକୁ ଭାରତ ବିପକ୍ଷରେ ଅକ୍ଟୋବର ୨୩ରେ ଟି-20 ବିଶ୍ୱକପରେ ଖେଳିବା ଉଚିତ ନୁହେଁ'

ନୂଆଦିଲ୍ଲୀ: T20 World Cup IND Vs PAK Match: ବିସିସିଆଇ ସଚିବ (BCCI Secretary) ତଥା ଏସୀୟ କ୍ରିକେଟ୍ ପରିଷଦର ଅଧ୍ୟକ୍ଷ ଜୟ ଶାହ (Jay Shah) ନିକଟ ଅତୀତରେ ଏକ ବୟାନ ଦେଇଥିଲେ, ଯାହା ପାଇଁ ବହୁତ ହଙ୍ଗାମା ସୃଷ୍ଟି ହୋଇଛି । ଜୟ ଶାହ କହିଛନ୍ତି ଯେ, ୨୦୨୩ ଏସିଆ କପ୍ (Asia Cup 2023) ପାଇଁ ଭାରତୀୟ ଦଳ (Indian Team) ପାକିସ୍ତାନ (Pakistan) ଗସ୍ତ କରିବ ନାହିଁ । ଏଭଳି ପରିସ୍ଥିତିରେ ଏସିଆ କପର ପରବର୍ତ୍ତୀ ସଂସ୍କରଣ ଏକ ନିରପେକ୍ଷ ସ୍ଥାନରେ ଖେଳାଯିବ । ତାଙ୍କ ବୟାନ ପରେ ଭାରତ ଓ ପାକିସ୍ତାନର କ୍ରିକେଟ୍ ବୋର୍ଡ (Pakistan Cricket Board) ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ପଟେ ପୂର୍ବତନ ଭାରତୀୟ ଖେଳାଳିମାନେ ଜୟ ଶାହଙ୍କ ଏହି ବୟାନ ଉପରେ ସହମତ ହୋଇଥିବାବେଳେ ଅନ୍ୟ ପଟେ ପାକିସ୍ତାନୀ ଭେଟେରାନମାନେ ଏହାକୁ ନେଇ ପାଲଟା ଆକ୍ରମଣ କରୁଛନ୍ତି ।

ପଡ଼ୋଶୀ ଦେଶର କିଛି ପୂର୍ବତନ ଖେଳାଳି ଏହା ମଧ୍ୟ କହିଛନ୍ତି ଯେ, ଯଦି ଭାରତ ଏସିଆ କପ୍ ପାଇଁ ପାକିସ୍ତାନକୁ ଆସିବ ନାହିଁ । ତେବେ ପାକିସ୍ତାନକୁ ୨୦୨୩ ବିଶ୍ୱକପ (World Cup 2023) ପାଇଁ ଭାରତ ଯିବା ଉଚିତ୍ ନୁହେଁ । ଏହି ସମୟରେ ପାକିସ୍ତାନର ଅନ୍ୟ ଜଣେ ପୂର୍ବତନ ଖେଳାଳିଙ୍କ ବୟାନ ସାମ୍ନାକୁ ଆସିଛି । ଏହି ଖେଳାଳି ପାକିସ୍ତାନକୁ ଅକ୍ଟୋବର ୨୩ରେ ଅନୁଷ୍ଠିତ ହେବାକୁ ଥିବା ଟି-20 ବିଶ୍ୱକପ (T20 World Cup 2022) ମ୍ୟାଚ (India vs Pakistan Match) ରେ ଭାରତ ବିପକ୍ଷରେ ନ ଖେଳିବାକୁ ପରାମର୍ଶ ଦେଇଛନ୍ତି ।

ପାକିସ୍ତାନର ପୂର୍ବତନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କାମ୍ରାନ୍ ଆକମଲ (Kamran Akmal) ଏହି ବୟାନ ଦେଇଛନ୍ତି । ଅକମଲ କହିଛନ୍ତି ଯେ, ଯଦି ପାକିସ୍ତାନ ଏସିଆ କପ୍ ୨୦୨୩ ଆୟୋଜନ କରିବ ନାହିଁ, ତା’ହେଲେ ଆମ ଦଳକୁ ଭାରତ ବିପକ୍ଷରେ କୌଣସି ସ୍ତରରେ ଖେଳିବା ଉଚିତ୍ ନୁହେଁ । ARY ନ୍ୟୁଜ୍ ସହ ସାକ୍ଷାତକାର ଦେଇ କାମ୍ରାନ୍ ଅକମଲ କହିଛନ୍ତି ଯେ, 'ଏସିଆ କପ୍ କେବଳ ପାକିସ୍ତାନରେ ଆୟୋଜନ ହେବା ଉଚିତ ଓ ଯଦି ଏପରି ନ ହୁଏ ତେବେ ପାକିସ୍ତାନକୁ କୌଣସି ସ୍ତରରେ ଭାରତ ବିପକ୍ଷରେ ଖେଳିବା ଉଚିତ ନୁହେଁ । ତାହା ଆଇସିସି ଇଭେଣ୍ଟ, ଏସିଆ କପ୍ ହେଉ କିମ୍ବା ଅକ୍ଟୋବର ୨୩ରେ ସେମାନଙ୍କ ମ୍ୟାଚ୍ ହେଉ ।

ଅଧିକ ପଢ଼ନ୍ତୁ:-ସିନ୍ଦେ-ଫଡନାଭିସଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହେଲେ ପାୱାର, ମହାରାଷ୍ଟ୍ର CM କହିଲେ- କିଛି ଲୋକଙ୍କ ହଜିଯିବ ନିଦ

ଅଧିକ ପଢ଼ନ୍ତୁ:-ପୁରୁଷମାନେ ମହୁରେ ଏହାକୁ ମିଶାଇ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଅଧିକ ପଢ଼ନ୍ତୁ:-'ମୁସଲମାନମାନେ ଲକ୍ଷ୍ମୀଙ୍କୁ ମାନନ୍ତି ନାହିଁ, ତଥାପି ସେମାନେ କୋଟିପତି', ବିଜେପି ବିଧାୟକ ଉଡ଼ାଇଲେ ହିନ୍ଦୁ ମାନ୍ୟତାର ମଜାକ

 

ସେ (Kamran Akmal)  ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ବିଶ୍ୱାସ କରେ ଜୟ ଶାହଙ୍କ ବୟାନ ଅପ୍ରତ୍ୟାଶିତ ଥିଲା । ସେ ଚଳିତ ବର୍ଷର ଏସିଆ କପ୍‌ (Asia Cup 2022) ରେ ପାକିସ୍ତାନ-ଭାରତ (IND vs PAK) ଖେଳରେ ଭାଗ ନେଇଥିଲେ । ତେଣୁ ତାଙ୍କୁ ନିଜ ବିରୋଧ ପାଇଁ ରାଜନୀତିକୁ ସଂରକ୍ଷଣ କରିବା ଉଚିତ୍ ଓ ଏହାକୁ ଖେଳରେ ଟାଣି ଆଣିବା ଠାରୁ ଦୂରେଇ ରହିବା ଆବଶ୍ୟକ ।