IND vs PAK: ଭାରତ ବିପକ୍ଷରେ ଲଜ୍ଜାଜନକ ପରାଜୟ ପାକିସ୍ତାନର ଏପରି ମଜାକ ଉଡ଼ାଉଛନ୍ତି ଫ୍ୟାନ୍ସ, ଦେଖନ୍ତୁ ଟପ୍-10 ମିମ୍ସ
Advertisement
Article Detail0/zeeodisha/odisha1916435

IND vs PAK: ଭାରତ ବିପକ୍ଷରେ ଲଜ୍ଜାଜନକ ପରାଜୟ ପାକିସ୍ତାନର ଏପରି ମଜାକ ଉଡ଼ାଉଛନ୍ତି ଫ୍ୟାନ୍ସ, ଦେଖନ୍ତୁ ଟପ୍-10 ମିମ୍ସ

ODI World Cup 2023 IND vs PAK: ବିଶ୍ୱକପ ୨୦୨୩ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ବିଶ୍ୱକପ୍ ୨୦୨୩ ରେ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି ।

IND vs PAK Top-10 Memes (ସୌ: ସୋସିଆଲ ମିଡିଆ)

IND vs PAK Top-10 Memes: ଭାରତୀୟ ଦଳ କ୍ରମାଗତ ଅଷ୍ଟମ ଥର ପାଇଁ ପାକିସ୍ତାନକୁ ପରାସ୍ତ କରିଛି । ଏଥର ରୋହିତ ଶର୍ମାଙ୍କ ଅଧିନାୟକତ୍ୱ କରିଥିବା ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷ ମ୍ୟାଚକୁ ଏକପାଖିଆ ୭ ୱିକେଟରେ ଜିତିଛି । ମ୍ୟାଚରେ କୌଣସି ସମୟରେ ପାକିସ୍ତାନ ଭାରତକୁ ଟକ୍କର ଦେବା ପରି ଅନୁଭବ ହୋଇନଥିଲା । ୧୯୯୨ ପରଠାରୁ ଭାରତ ଏକଦିବସୀୟ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ବିଜୟ ଧାରା ବଜାୟ ରଖିଛି । ଭାରତର ଏହି ବିଜୟ ପରେ ପ୍ରଶଂସକମାନେ ପାକିସ୍ତାନ ଦଳକୁ ବହୁତ ଉପଭୋଗ କରୁଛନ୍ତି ଓ ବିଭିନ୍ନ ପ୍ରକାରର ମିମ୍ସ ସେୟାର କରୁଛନ୍ତି ।

ପ୍ରଥମେ ବୋଲିଂ କରିବାକୁ ଆସିଥିବା ଭାରତୀୟ ଦଳ ପାଇଁ ଜସପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ ଏବଂ ରବିନ୍ଦ୍ର ଜାଡେଜା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ଓ ୪୨.୫ ଓଭରରେ ୧୯୧ ରନ୍ ରେ ପୂରା ପାକିସ୍ତାନ ଅଲ ଆଉଟ୍ ହୋଇ ଯାଇଥିଲା । ତା’ପରେ ବ୍ୟାଟିଂରେ ଅଧିନାୟକ ରୋହିତ ଶର୍ମା ୮୬ ରନ (୬୩ ବଲ) ର ଚମତ୍କାର ଇନିଂସ ଖେଳିଥିଲେ, ଯେଉଁଥିରେ ୬ ଚୌକା ଓ ୬ ଛକା ମାରିଥିଲେ । ଏହା ବ୍ୟତୀତ ଶ୍ରେୟସ୍ ଆୟର ଅପରାଜିତ ରହି ୩ ଚୌକା ଓ ୨ଟି ଛକା ସହାୟତାରେ ୫୩ ରନ୍ (୬୨ ବଲ) ସ୍କୋର କରିଥିଲେ । ଆୟର୍ ମଧ୍ୟ ଭାରତ ପାଇଁ ବିଜୟୀ ଚୌକା ମାରିଥିଲେ ।

ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ୱାସିମ ଜାଫରଙ୍କ ଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସେମାନେ ସୋସିଆଲ ମିଡିଆରେ ଚମତ୍କାର ମିମ୍ସ ସେୟାର କରିଥିଲେ । ଏଠାରେ ଦେଖନ୍ତୁ ଟପ୍ ୧୦ ମିମ୍ସ...

.

.

.

.

.

.