IND VS NZ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବେ ଏହି ଦୁଇଜଣ ମ୍ୟାଚ୍ ବିଜେତା! ଦେଖନ୍ତୁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍
Advertisement

IND VS NZ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବେ ଏହି ଦୁଇଜଣ ମ୍ୟାଚ୍ ବିଜେତା! ଦେଖନ୍ତୁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍

India vs new Zealand: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ରୂପରେ ଭାରତ ଏକ ବଡ଼ ଝଟକା ଲାଗିଥିଲା, ଯେଉଁଥିପାଇଁ ବର୍ତ୍ତମାନ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ନିଶ୍ଚିତ । ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ମଧ୍ୟ ଟିମ୍ ଇଣ୍ଡିଆକୁ ଦୁଇଟି ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛନ୍ତି ।

 

IND VS NZ World Cup 2023 Playing 11

IND VS NZ World Cup 2023 Playing 11: ଆଇସିସି ODI ବିଶ୍ୱକପ୍ ର ଲଗାତାର ଚାରିଟି ମ୍ୟାଚ୍ ଜିତିବା ପରେ ଏବେ ଭାରତୀୟ ଦଳ ପାଇଁ ସବୁଠାରୁ ବଡ଼ ମ୍ୟାଚ୍ ହେବାକୁ ଯାଉଛି । ଟିମ୍ ଇଣ୍ଡିଆ ପରି ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଚାରିଟି ମ୍ୟାଚ୍ ଜିତି ନିଜର ବିଜୟ ରଥ ଜାରି ରଖିଛି । ଏହି ମ୍ୟାଚ୍ ପୂର୍ବରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ରୂପରେ ଭାରତ ଏକ ବଡ଼ ଝଟକା ଲାଗିସାରିଛି, ଯେଉଁଥିପାଇଁ ବର୍ତ୍ତମାନ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ହେବା ନିଶ୍ଚିତ । ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ମଧ୍ୟ ଦୁଇଟି ପରିବର୍ତ୍ତନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଭାରତୀୟ ଦଳ ୨୨ ଅକ୍ଟୋବର ଅର୍ଥାତ୍ ରବିବାର ଦିନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱକପରେ ଖେଳିବ । ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଉଭୟ ଦଳର ବିଜୟ ରଥ ଜାରି ରହିଛି । ଏହି ମ୍ୟାଚ୍‌ରେ ଗୋଟିଏ ଦଳର ବିଜୟ ଧାରା ଭାଙ୍ଗିବାକୁ ଯାଉଛି । ତେବେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି । ଆହତ କାରଣରୁ ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ ନାହିଁ । ଏଥିପାଇଁ ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ପ୍ଲେଇଂ ଇଲେଭେନରେ ଦୁଇଟି ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛନ୍ତି ।

ପ୍ଲେଇଂ ଇଲେଭେନରେ ହେବ ଦୁଇଟି ପରିବର୍ତ୍ତନ!
ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ଭାରତୀୟ ଦଳର ପ୍ଲେଇଂ ଇଲେଭେନରେ ଦୁଇଟି ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ନ୍ୟୁଜିଲ୍ୟାଣ୍ଡ ଭଳି ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ଆମକୁ ୫ ଜଣ ବୋଲରଙ୍କ ସହ ଖେଳିବାକୁ ପଡିବ । ଏଭଳି ପରିସ୍ଥିତିରେ ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ମହମ୍ମଦ ଶାମିଙ୍କୁ ସୁଯୋଗ ଦିଆଯିବା ସମେତ ଆହତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଖେଳାଇବା ଉଚିତ୍ । ସୁର୍ଯ୍ୟକୁମାର ଯାଦବଙ୍କ ଆଗମନ ସହିତ ଭାରତର ବ୍ୟାଟିଂ ଆହୁରି ଶକ୍ତିଶାଳୀ ହେବ ଓ ବଡ ମ୍ୟାଚରେ କୌଣସି ଖାଲି ସ୍ଥାନ ରହିବା ଉଚିତ୍ ନୁହଁ ।

ପୂର୍ବତନ ଭାରତୀୟ ଓପନର୍ ଆକାଶ ଚୋପ୍ରା ମଧ୍ୟ ଇରଫାନ୍ ପଠାନଙ୍କ ପରାମର୍ଶକୁ ଗ୍ରହଣ କରିଛନ୍ତି । ମହମ୍ମଦ ଶାମି ଓ ସୂର୍ଯ୍ୟକୁମାର ଯାଦବ ମଧ୍ୟ ନିଜ ପ୍ଲେଇଂ ଇଲେଭେନରେ ସ୍ଥାନ ଦେଇଛନ୍ତି । ଆକାଶ ଚୋପ୍ରାଙ୍କ ପ୍ଲେଇଂ ଇଲେଭେନରେ ଆହତ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶାର୍ଦ୍ଦୁଲ ଠାକୁର ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳୁନାହାଁନ୍ତି ।

ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍
ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା, ମହମ୍ମଦ ସିରାଜ ।