IND vs NZ: ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ଟି-20ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ନୁହଁନ୍ତ, କାରଣ କହିଲେ ନ୍ୟୁଜିଲ୍ୟାଣ୍ଡର ଏହି ଘାତକ ବୋଲର
Advertisement

IND vs NZ: ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ଟି-20ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ନୁହଁନ୍ତ, କାରଣ କହିଲେ ନ୍ୟୁଜିଲ୍ୟାଣ୍ଡର ଏହି ଘାତକ ବୋଲର

Tim Southee On Suryakumar Yadav: ଦ୍ୱିତୀୟ ଟି-20 ମ୍ୟାଚରେ ଟିମ୍ ଇଣ୍ଡିଆ ତରଫରୁ ସୂର୍ଯ୍ୟକୁମାର ଯାଦବ ଧମାକାଦାର ବ୍ୟାଟିଂ କରିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ଆଗରେ ନ୍ୟୁଜିଲ୍ୟାଣ୍ଡ ବୋଲରମାନେ ଅସହାୟ ମନେ ହେଉଥିଲେ । ସୂର୍ଯ୍ୟକୁମାର ୫୧ ବଲରେ ୧୧୧ ରନର ଜୋରଦାର ଇନିଂସ ଖେଳିଛନ୍ତି ।

IND vs NZ: ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ଟି-20ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ନୁହଁନ୍ତ, କାରଣ କହିଲେ ନ୍ୟୁଜିଲ୍ୟାଣ୍ଡର ଏହି ଘାତକ ବୋଲର

Tim Southee On Suryakumar Yadav: ଭାରତୀୟ ଦଳ (Indian Cricket Team) ଦ୍ୱିତୀୟ ଟି-20 ମ୍ୟାଚ (India vs New Zealand 2nd T20 Match) ରେ ନ୍ୟୁଜିଲ୍ୟାଣ୍ଡ (New Zealand) କୁ ୬୫ ରନରେ ପରାସ୍ତ କରିଛି । ଏହି ମ୍ୟାଚ (IND vs NZ 2nd T20) ରେ ଟିମ୍ ଇଣ୍ଡିଆ (Team India) ତରଫରୁ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଧମାକାଦାର ବ୍ୟାଟିଂ କରିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ଆଗରେ ନ୍ୟୁଜିଲ୍ୟାଣ୍ଡ ବୋଲରମାନେ ଅସହାୟ ମନେ ହେଉଥିଲେ । ସୂର୍ଯ୍ୟକୁମାର ଯାଦବ ୫୧ ବଲରେ ୧୧୧ ରନର ଜୋରଦାର ଇନିଂସ ଖେଳିଛନ୍ତି । ତାଙ୍କରେ ଏହି ଇନିଂସରେ ଅନେକ ଚମତ୍କାର ଶଟ୍ ମଧ୍ୟ ସାମିଲ ରହିଛି । ସୂର୍ଯ୍ୟକୁମାର ଯାଦବ ପଡ଼ିଆର ଚାରିପଟେ ଶଟ୍ ମାରିଛନ୍ତି । 

ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କ ଏହି ଦମଦାର୍ ଇନିଂସ ପରେ କ୍ରିକେଟର ଭେଟେରାନମାନେ ପୁଣି ଥରେ ସହମତ ହୋଇଛନ୍ତି ଯେ, ସୂର୍ଯ୍ୟକୁମାର ଯାଦବ ଏହି ସମୟରେ ଟି-20 କ୍ରିକେଟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ । ତେବେ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଟିମ୍ ସାଉଥୀ (Tim Southee) ଙ୍କ ଏହି ପ୍ରସଙ୍ଗରେ ଭିନ୍ନ ମତ ରହିଛି । ଭାରତ ବିପକ୍ଷରେ ହ୍ୟାଟ୍ରିକ୍ ନେଇଥିବା ଟିମ୍ ସାଉଥ୍ ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଟିମ୍ ଇଣ୍ଡିଆ (Team India) ପାଖରେ ଅନେକ ମହାନ ଟି-20 ଖେଳାଳି ଅଛନ୍ତି । ଗତ ୧୨ ମାସ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ବହୁତ ଭଲ ରହିଛି ଓ ସେ ଲଗାତର ଦମଦାର୍ ଇନିଂସ ଖେଳିବା ଜାରି ରଖିଛନ୍ତି । ଭାରତ ନା କେବଳ ଟି-20 ଫର୍ମାଟରେ ବରଂ ଖେଳର ତିନୋଟି ଫର୍ମାଟରେ ଅନେକ ଅଦ୍ଭୁତ କ୍ରିକେଟରଙ୍କୁ ଦେଇଛି ।

ଟିମ୍ ସାଉଥୀ (Tim Southee) ଆଗକୁ କହିଛନ୍ତି ଯେ, ଆପଣଙ୍କ ପାଖରେ ବହୁତ ଖେଳାଳୀ ଅଛନ୍ତି ଯେଉଁମାନେ ଦୀର୍ଘ ସମୟ ଧରି ଖେଳିଛନ୍ତି ଓ ସେମାନେ ଏହି ସମୟ ମଧ୍ୟରେ ବହୁତ କିଛି ହାସଲ କରିଛନ୍ତି । ତେଣୁ ଭାରତର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେବାକୁ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କୁ ନିଜକୁ ନିରନ୍ତର ପ୍ରମାଣ କରିବାକୁ ପଡ଼ିବ । ସେ ଏପରି ଜଣେ ଖେଳାଳୀ ଯିଏ ଗୋଟିଏ ବଲରେ ଅନେକ ପ୍ରକାରର ଶଟ୍ ମାରନ୍ତି । ସେ ଗତ ଏକ ବର୍ଷ ଧରି ଆଇପିଏଲ୍ (IPL) ଓ ଅନ୍ତର୍ଜାତୀୟ କ୍ରିକେଟରେ ବହୁତ ଚମତ୍କାର ଫର୍ମରେ ଅଛନ୍ତି । 

ଅଧିକ ପଢ଼ନ୍ତୁ:-ସରକାର ଦେଲେ ବଡ଼ ଝଟକା, ୧୦ ଲକ୍ଷ ରାସନ କାର୍ଡ ହେବ ବାତିଲ! ତିଆରି ହୋଇସାରିଛି ପୂରା ଲିଷ୍ଟ୍

ଅଧିକ ପଢ଼ନ୍ତୁ:-ଏକଦମ୍ NPA ହୋଇଯାଇଛନ୍ତି... ଋଷଭ ପନ୍ତ ଓପେନିଂରେ ଫ୍ଲପ୍ ହେବା ପରେ କ୍ଲାସ୍ ଲଗାଇଲେ ଫ୍ୟାନ୍ସ

ଅଧିକ ପଢ଼ନ୍ତୁ:-ତୃତୀୟ ଟି-20 ପୂର୍ବରୁ ଦଳକୁ ବଡ଼ ଝଟକା, ଅଧିନାୟକ ହିଁ ହେଲେ ମ୍ୟାଚରୁ ବାହାର

ଏଠାରେ କହି ରଖୁଛୁ ଯେ, ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କ ଶତକ ସହାୟତାରେ ଭାରତ ଦ୍ୱିତୀୟ ଟି-20 ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୧୯୧ ରନର ଲକ୍ଷ୍ୟ ଦେଇପାରିଥିଲା । ପରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୬୫ ରନରେ ପରାସ୍ତ କରିଛି । କିୱି ବୋଲିଂ ଆଟାକକୁ ଧ୍ୱସ୍ତ କରି ସୂର୍ଯ୍ୟକୁମାର ଯାଦବ ନିଜ ଇନିଂସର ଶେଷ ୧୮ ବଲରେ ୬୪ ରନ୍ ସଂଗ୍ରହ କରିଥିଲେ । ସେପଟେ ଟିମ୍ ସାଉଥ୍ ମ୍ୟାଚର ଶେଷ ଓଭରରେ ଲଗାତର ୱାଶିଂଟନ୍ ସୁନ୍ଦର, ଦୀପକ ହୁଡା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଉଟ କରିଥିଲେ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଷ୍ଟ୍ରାଇକକୁ ଆସିବାରେ ସୁଯୋଗ ଦେଇନଥିଲେ । ଏହି ୩୩ ବର୍ଷୀୟ ବୋଲର କହିଛନ୍ତି ଯେ,  ମୁଁ ଟିକେ ଭାଗ୍ୟବାନ ଥିଲି କି ଶେଷ ଓଭରରେ ବୋଲିଂ କରିବାର ସୁଯୋଗ ପାଇଥିଲି। ୧୦୬ ଟି-20 ମ୍ୟାଚରେ ୧୩୨ ୱିକେଟ୍ ନେଇଥିବା ଭେଟେରାନ୍ ଫାଷ୍ଟ ବୋଲର କହିଛନ୍ତି ଯେ,  ବେଳେବେଳେ ଭଲ ବୋଲିଂ କରିବା ପରେ ମଧ୍ୟ ଆପଣ ୱିକେଟ୍ ନେଇ ପାରନ୍ତି ନାହିଁ, କିନ୍ତୁ ଏହା ଏକ ଭିନ୍ନ ପରିସ୍ଥିତି ଥିଲା ।