Ind vs NZ 2nd ODI: ଦ୍ୱିତୀୟ ଦିନିକିଆରେ ଏପରି ହୋଇପାରେ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ
Advertisement
Article Detail0/zeeodisha/odisha1459016

Ind vs NZ 2nd ODI: ଦ୍ୱିତୀୟ ଦିନିକିଆରେ ଏପରି ହୋଇପାରେ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ

India vs New Zealand: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନକିଆ ମ୍ୟାଚ ୨୭ ନଭେମ୍ବର ଅର୍ଥାତ ରବିବାର ଦିନ ଖେଳାଯିବ । କ୍ୟାପଟେନ ଶିଖର ଧାୱନ ଏହି ମ୍ୟାଚର ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ କରିପାରନ୍ତି । ସେ ଫ୍ଲପ୍ ଖେଳାଳୀଙ୍କୁ ଖେଳୁଥିବା ପ୍ଲେଇଂ ଇଲେଭେନରୁ ବାଦ ଦେଇପାରନ୍ତି ।

ସୌ: ସୋସିଆଲ ମିଡିଆ

India vs New Zealand 2nd ODI: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଭାରତୀୟ ଦଳକୁ ୭ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ବର୍ତ୍ତମାନ ଭାରତୀୟ ଦଳକୁ ୨୭ ନଭେମ୍ବରରେ କିୱି ଦଳ ବିପକ୍ଷରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳିବାକୁ ପଡିବ । ଏଭଳି ପରିସ୍ଥିତିରେ ଶିଖର ଧାୱନ (Shikhar Dhawan) ଟିମ୍ ଇଣ୍ଡିଆର (Team India) ପ୍ଲେଇଂ ଇଲେଭେନରେ (Playing 11) ବଡ଼ ପରିବର୍ତ୍ତନ କରିପାରନ୍ତି । ଆସନ୍ତୁ ଜାଣିବା, ଦ୍ୱିତୀୟ ଦିନିକିଆରେ ଭାରତର ପ୍ଲେଇଂ ଇଲେଭେନ କିପରି ହୋଇପାରେ?

ପ୍ରଥମ ଦିନିକିଆରେ ଶିଖର ଧାୱନ ଓ ଶୁଭମାନ ଗିଲ ଚମତ୍କାର ଇନିଂସ ଖେଳିଥିଲେ । ଉଭୟ ବ୍ୟାଟ୍ସମ୍ୟାନ୍ ଭଲ ଲୟରେ ନଜର ଆସିଥିଲେ । ଶିଖର ଧାୱନ ୭୨ ରନ ଓ ଗିଲ ୫୦ ରନ ସ୍କୋର କରିଥିଲେ । ଏଭଳି ପରିସ୍ଥିତିରେ ଉଭୟ ଖେଳାଳି ଦ୍ୱିତୀୟ ଦିନିକିଆରେ ମଧ୍ୟ ଖେଳୁଥିବାର ଦେଖିବାକୁ ମିଳିବ । ଟିମ୍ ଇଣ୍ଡିଆକୁ ଏକ ଭଲ ଆରମ୍ଭ ଦେବା ଏହି ଉଭୟ ଖେଳାଳିଙ୍କ ଉପରେ ଗୁରୁ ଦାୟିତ୍ୱ ରହିବ ।

କିଛି ସମୟ ପାଇଁ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଶ୍ରେୟସ୍ ଆୟର ଟିମ୍ ଇଣ୍ଡିଆ ପାଇଁ ଖେଳି ଅନେକ ରନ୍ ସଂଗ୍ରହ କରିଛନ୍ତି । ସେ ପ୍ରଥମ ଦିନିକିଆରେ ୮୦ ରନର ଏକ ତୁଫାନୀ ଇନିଂସ ଖେଳିଥିଲେ । ଏଭଳି ପରିସ୍ଥିତିରେ ସେ ତିନି ନମ୍ବର କ୍ରମରେ ପଡିଆକୁ ଓହ୍ଲାଇବେ ବୋଲି ନିଶ୍ଚିତ ମନେହୁଏ ।

ଟିମ୍ ଇଣ୍ଡିଆର ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ଚତୁର୍ଥ ନମ୍ବରରେ ସୁଯୋଗ ପାଇପାରନ୍ତି । ପଡ଼ିଆର ଚତୃପାର୍ଶ୍ୱରେ ଷ୍ଟ୍ରୋକ ମାରି ପାରୁଥିବା ସୂର୍ଯ୍ୟକୁମାର ଜଣେ ପାରଦର୍ଶୀ ବ୍ୟାଟ୍ସମ୍ୟାନ୍ । ସଞ୍ଜୁ ସାମସନ ପଞ୍ଚମ ନମ୍ବରରେ ଏକ ସୁଯୋଗ ପାଇପାରନ୍ତି । ୱିକେଟ୍ କିପର ଦାୟିତ୍ୱ ଋଷଭ ପନ୍ତଙ୍କ ଉପରେ ନ୍ୟସ୍ତ ହୋଇପାରେ, କିନ୍ତୁ ପ୍ରଥମ ଦିନିକିଆରେ ପନ୍ତ ବ୍ୟାଟିଂରେ ଫ୍ଲପ୍ ହୋଇଥିଲେ ।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ବୋଲରମାନେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲେ । ଶାର୍ଦ୍ଦୁଲ ଠାକୁର ଓ ୟୁଜଭେନ୍ଦ୍ର ଚହଲ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଏଭଳି ପରିସ୍ଥିତିରେ କୁଲଦୀପ ଯାଦବ ଓ ଦୀପକ ଚହରଙ୍କୁ ତାଙ୍କ ସ୍ଥାନରେ ଏକ ସୁଯୋଗ ମିଳିପାରେ । ଏଥି ସହିତ ଉମରାନ୍ ମଲିକ୍ ଓ ଅର୍ଶଦୀପ ସିଂ ଦ୍ରୁତ ବୋଲିଂରେ ଆଉ ଏକ ସୁଯୋଗ ପାଇପାରନ୍ତି । ୱାଶିଂଟନ୍ ସୁନ୍ଦର ଅଲରାଉଣ୍ଡର ଦାୟିତ୍ୱ ନିଭାଇ ପାରନ୍ତି ।

ଦ୍ୱିତୀୟ ଦିନିକିଆ ପାଇଁ ଏହା ହୋଇପାରେ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ:

ଶିଖର ଧାୱନ (ଅଧିନାୟକ), ଶୁବମାନ ଗିଲ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଋଷଭ ପନ୍ତ, ୱାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ, ଉମରାନ ମଲିକ, ଦୀପକ ଚହର, କୁଲଦୀପ ଯାଦବ ।

ଏହା ବି ପଢ଼ନ୍ତୁ: PCB vs BCCI: ରମିଜ ରାଜାଙ୍କ ବୟାନ ଉପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଦେଲେ ଏହି ଜବାବ