IND vs NZ: ଟିମ୍ ଇଣ୍ଡିଆକୁ ଲାଗିଲା ଝଟକା, ଭାରତ-ନ୍ୟୁଜିଲ୍ୟାଣ୍ଡ ସିରିଜ୍ ମଝିରେ ICC ନେଲା ଏହି ବଡ଼ ଆକ୍ସନ
Advertisement
Article Detail0/zeeodisha/odisha1536983

IND vs NZ: ଟିମ୍ ଇଣ୍ଡିଆକୁ ଲାଗିଲା ଝଟକା, ଭାରତ-ନ୍ୟୁଜିଲ୍ୟାଣ୍ଡ ସିରିଜ୍ ମଝିରେ ICC ନେଲା ଏହି ବଡ଼ ଆକ୍ସନ

IND vs NZ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା । ଏମିରେଟ୍ସ ଆଇସିସି ଏଲିଟ୍ ପ୍ୟାନେଲର ମ୍ୟାଚ୍ ରେଫରି ଜଭାଗଲ ଶ୍ରୀନାଥ ଭାରତକୁ ନିଜ ଟାର୍ଗେଟରୁ ତିନି ଓଭର କମ୍ ଘୋଷଣା କରିଛନ୍ତି । 

IND vs NZ: ଟିମ୍ ଇଣ୍ଡିଆକୁ ଲାଗିଲା ଝଟକା, ଭାରତ-ନ୍ୟୁଜିଲ୍ୟାଣ୍ଡ ସିରିଜ୍ ମଝିରେ ICC ନେଲା ଏହି ବଡ଼ ଆକ୍ସନ

India vs New Zealand ODI Series: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (IND vs NZ ODI Series) ଜାରି ରହିଛି । ଏହି ସିରିଜର ପ୍ରଥମ ମ୍ୟାଚ୍ (IND vs NZ 1st ODI) ରେ ଟିମ୍ ଇଣ୍ଡିଆ ୧୨ ରନରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି । ଟିମ୍ ଇଣ୍ଡିଆ (Team India) ବିଜୟ ସହିତ ସିରିଜର ଆରମ୍ଭ କରିଥାଇପାରେ, କିନ୍ତୁ ଏହି ସମୟ ମଧ୍ୟରେ ଆଇସିସି (ICC) ଭାରତୀୟ ଦଳକୁ ଏକ ବଡ଼ ଝଟକା ଦେଇଛି । ମନ୍ଥର ଓଭର ରେଟ୍ (Slow Over Rate) ପାଇଁ ଟିମ୍ ଇଣ୍ଡିଆ ଉପରେ ମ୍ୟାଚ୍ ଫି’ର ୬୦ ପ୍ରତିଶତ ଜରିମାନା ଲଗାଯାଇଛି । ଭାରତ ଓ ନ୍ୟୁଜିଲ୍ୟାଣ୍ଡ (India vs New Zealand ODI Series) ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍ (IND vs NZ) ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା ।

ଏମିରେଟ୍ସ ଆଇସିସି ଏଲିଟ୍ ପ୍ୟାନେଲର ମ୍ୟାଚ୍ ରେଫରି ଜଭାଗଲ ଶ୍ରୀନାଥ ଭାରତକୁ ନିଜ ଟାର୍ଗେଟରୁ ତିନି ଓଭର କମ୍ ଘୋଷଣା କରିଛନ୍ତି । ଖେଳାଳି ଓ ଖେଳାଳି ସହାୟକ କର୍ମଚାରୀଙ୍କ ପାଇଁ ଆଇସିସି ଆଚରଣ ସଂହିତାର ଧାରା ୨.୨୨ ଅନୁଯାୟୀ, ଯାହା ସର୍ବନିମ୍ନ ଓଭର-ରେଟ୍ ଅପରାଧ ସମ୍ୱନ୍ଧିତ ରହିଛି, ପ୍ରତ୍ୟେକ ଓଭର ଉପରେ ସେମାନଙ୍କ ମ୍ୟାଚ୍ ଫିସର ୨୦ ପ୍ରତିଶତ ଜୋରିମାନା ଲଗାାଇଥାଏ, ଯେତେବେଳେ ସେହି ଟିମ୍ ନିର୍ଦ୍ଧାରିତ ସମୟରେ ବୋଲିଂ କରିବାରେ ବିଫଳ ହୁଅନ୍ତି । ଏହି ଅପରାଧରେ ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିପାଇଁ ରୋହିତ ନିଜ ଭୁଲ ସ୍ୱୀକାର କରିଛନ୍ତି । ତେଣୁ ଆନୁଷ୍ଠାନିକ ଶୁଣାଣି କରିବାର କୌଣସି ଆବଶ୍ୟକତା ନଥିଲା । ଫିଲ୍ଡ ଅମ୍ପାୟାର ଅନିଲ ଚୌଧୁରୀ ଓ ନିତିନ ମେନନ, ତୃତୀୟ ଅମ୍ପାୟର କେ.ଏନ ଅନନ୍ତପଦ୍ମନାଭନ ଏବଂ ଚତୁର୍ଥ ଅମ୍ପାୟର ଜୟରାମନ ମଦନଗୋପାଲ ଏହି ଅଭିଯୋଗ ଆଣିଥିଲେ ।

ଅଧିକ ପଢ଼ନ୍ତୁ:-ରାହୁଲଙ୍କ ଯୋଗୁଁ ବର୍ବାଦ ହୋଇଛି ଏହି ଭାରତୀୟ ଖେଳାଳିଙ୍କ କ୍ୟାରିୟର! ବର୍ତ୍ତମାନ ଦ୍ୱିଶତକ ଲଗାଇ ଚୟନକର୍ତ୍ତାଙ୍କୁ ଦେଲେ ମୁହଁତୋଡ଼ ଜବାବ

ଅଧିକ ପଢ଼ନ୍ତୁ:-ଏୟାରଟେଲ ଉପଭୋକ୍ତାଙ୍କ ପାଇଁ ଖରାପ ଖବର! କମ୍ପାନୀ ଦେଲା ଏହି ବଡ଼ ସୂଚନା

ଅଧିକ ପଢ଼ନ୍ତୁ:-ଭାରତୀୟ ଦଳ ପାଇଁ ଖରାପ ଖବର; ଆହତ ହେଲେ ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ ମ୍ୟାଚ୍ ୱିନର, ଦ୍ୱିତୀୟ ମ୍ୟାଚରୁ ହେବେ ବାହାର!

ସେପଟେ ଏହି ମ୍ୟାଚରେ ଶୁଭମାନ ଗିଲଙ୍କ ୨୦୮ ରନର ଦମଦାର୍ ଇନିଂସ ଆଧାରରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୩୪୯ ରନ୍ ସ୍କୋର କରିଥିଲେ । ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ଶୁଭମାନ ଗିଲ (Shubman Gill) ହେଉଛନ୍ତି ସର୍ବକନିଷ୍ଠ ଖେଳାଳି । ଏହି ଖେଳାଳୀ ୨୩ ବର୍ଷ ୧୩୨ ଦିନ ବୟସରେ ଏହି ସଫଳତା ହାସଲ କରିଛନ୍ତି । ଗତ ବର୍ଷ ବାଂଲାଦେଶ ବିପକ୍ଷରେ ଇଶାନ କିଶନ ଦ୍ୱିଶତକ ହାସଲ କରିଥିଲେ । ସେହି ସମୟରେ କିଶାନଙ୍କ ବୟସ ୨୪ ବର୍ଷ, ୧୪୫ ଦିନ ଥିଲା । ରୋହିତ ଶର୍ମା ୨୬ ବର୍ଷ, ୧୮୬ ଦିନ ବୟସରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିଶତକ ହାସଲ କରିଥିଲେ ।

ଶୁଭମାନ ଗିଲ ମାତ୍ର ୧୪୫ ବଲରେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ୨୩ ବର୍ଷୀୟ ଶୁଭମାନ ଗିଲ୍ ୮ଟି ଛକା ଓ ୧୯ଟି ଚୌକ ସାହଯ୍ୟରେ ଏହି ବିଶେଷ ସଫଳତା ହାସଲ କରିଛନ୍ତି  । ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ଶୁଭମାନ ଗିଲ (Shubman Gill Double Century) ହେଉଛନ୍ତି ପଞ୍ଚମ ଭାରତୀୟ ଖେଳାଳି ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଇଶାନ କିଶନ (ୱିକେଟ୍ କିପର), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏସ୍ ଭାରତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରଜତ ପାଟିଦାର, ୱାଶିଂଟନ୍ ସୁନ୍ଦର, ଶାହବାଜ ଅହମ୍ମଦ, ଶାର୍ଦୁଲ ଠାକୁର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ୍ ।