IND vs NZ 1st T20I: ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ପାଇଁ ବଦଳିଲା ସମୟ! ଏପରି ମାଗଣାରେ ଦେଖିପାରିବେ ମ୍ୟାଚ୍
Advertisement

IND vs NZ 1st T20I: ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ପାଇଁ ବଦଳିଲା ସମୟ! ଏପରି ମାଗଣାରେ ଦେଖିପାରିବେ ମ୍ୟାଚ୍

IND vs NZ 1st T20I: ଦିନିକିଆ ସିରିଜ କବଜା କରିବା ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆର ଲକ୍ଷ୍ୟ ଟି-୨୦ ସିରିଜ ଉପରେ ରହିଛି । ଶୁକ୍ରବାର ଦିନ ରାଞ୍ଚିରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡ ଦଳ ସହ ମୁହାଁମୁହିଁ ହେବାକୁ ଯାଉଛି । ତିନି ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜର କମାଣ୍ଡ ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ନ୍ୟସ୍ତ ରହିଛି ।

 

ସୌ: ସୋସିଆଲ ମିଡିଆ

IND vs NZ 1st T20I Live Streaming: ଭାରତ ଓ ନ୍ୟୁଜିଲ୍ୟାଣ୍ଡ (India vs New Zealand) ମଧ୍ୟରେ ଟି-୨୦ ସିରିଜ୍ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ (Hardik Pandya) ନେତୃତ୍ୱରେ ଭାରତୀୟ ଦଳ (Team India) ରାଞ୍ଚିରେ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳିବ । ହାର୍ଦ୍ଦିକଙ୍କ ଏହା ଲକ୍ଷ୍ୟ ରହିବ ଯେ ଭାରତ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡଙ୍କୁ ପରାସ୍ତ କରିଛି, ସେହିଭଳି ଟି-୨୦ ଫର୍ମାଟରେ ମଧ୍ୟ ପ୍ରଦର୍ଶନ ଜାରି ରଖିବ । ଯଦିଓ ଏହା କରିବା ଏତେ ସହଜ ମନେ ହେଉନାହିଁ । କ୍ରିକେଟର ଏହି ଛୋଟ ଫର୍ମାଟରେ ନ୍ୟୁଜିଲ୍ୟାଣ୍ଡ ଦଳ (New Zealand Team) ଅତ୍ୟନ୍ତ ବିପଜ୍ଜନକ ଅଟେ । ମିଚେଲ ସାଣ୍ଟନରଙ୍କ (Mitchell Santner) ଅଧିନାୟକତ୍ୱରେ ନ୍ୟୁଜିଲ୍ୟାଣ୍ଡ ଦଳ ଭାରତ ବିପକ୍ଷରେ ଦିନିକିଆ ସିରିଜର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ।

ଏହା ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱର ଏକ ବଡ଼ ପରୀକ୍ଷା ହେବାକୁ ଯାଉଛି । ଏହାପୂର୍ବରୁ ସେ ଶ୍ରୀଲଙ୍କା ବିପକ୍ଷ ଅଧିନାୟକତ୍ୱ ଟେଷ୍ଟରେ ସଫଳ ହୋଇଥିଲେ । ଆଗାମୀ ସମୟରେ ତାଙ୍କୁ ୫୦ ଓଭର କ୍ରିକେଟରେ ରୋହିତ ଶର୍ମାଙ୍କ ବିକଳ୍ପ ଭାବରେ ମଧ୍ୟ ଦେଖାଯାଉଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ଆସନ୍ତା ଦିନିକିଆ ବିଶ୍ୱକପରେ କେବଳ ରୋହିତ ଶର୍ମା ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ କେଉଁଠାରେ ଖେଳାଯିବ ?
ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ୨୭ ଜାନୁଆରୀ ଶୁକ୍ରବାର ଦିନ ଖେଳାଯିବ ।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ କେଉଁଠାରେ ଖେଳାଯିବ?
ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ରାଞ୍ଚିର ଜେଏସସିଏ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ କେଉଁ ସମୟରୁ ଆରମ୍ଭ ହେବ?
ଭାରତ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ ଟାରୁ ଆରମ୍ଭ ହେବ ।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ କେଉଁ ଚ୍ୟାନେଲରେ ପ୍ରସାରିତ ହେବ?
ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ର ପ୍ରସାରଣ ମାଗଣାରେ ଡିଡି ସ୍ପୋର୍ଟସ ଫ୍ରି ଟୁ ଏୟାର ଚ୍ୟାନେଲରେ ଦେଖିହେବ । ଏହା ବ୍ୟତୀତ ଷ୍ଟାର ସ୍ପୋର୍ଟସ ନେଟୱାର୍କର ଚ୍ୟାନେଲରେ ମଧ୍ୟ ଏହି ମ୍ୟାଚ୍ ଉପଲବ୍ଧ ହେବ ।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ମୋବାଇଲରେ କିପରି ଦେଖିବେ?
ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଡିଡି ସ୍ପୋର୍ଟସର ମୋବାଇଲ୍ ଆପରେ ଦେଖିବାକୁ ମିଳିବ । ଏହା ବ୍ୟତୀତ ଏହି ମ୍ୟାଚ୍ ଡିଜନି ହଟଷ୍ଟାରରେ ମଧ୍ୟ ଉପଲବ୍ଧ ହେବ ।
 

ଏହା ବି ପଢ଼ନ୍ତୁ: ଖତରନାକ ଭାବେ କ୍ରିକେଟ୍ ମୈଦାନକୁ ଫେରିଲେ ଭାରତର ଏହି ଷ୍ଟାର ଅଲରାଉଣ୍ଡର, ଅଷ୍ଟ୍ରେଲିଆକୁ ଦେଲେ ଚେତାବନୀ!