IND vs NZ: ନିଜ ନାମରେ ଏକ ବଡ଼ ରେକର୍ଡ କଲେ ସୂର୍ଯ୍ୟକୁମାର, ବିରାଟ କୋହଲିଙ୍କ କ୍ଳବରେ ହେଲେ ସାମିଲ
Advertisement

IND vs NZ: ନିଜ ନାମରେ ଏକ ବଡ଼ ରେକର୍ଡ କଲେ ସୂର୍ଯ୍ୟକୁମାର, ବିରାଟ କୋହଲିଙ୍କ କ୍ଳବରେ ହେଲେ ସାମିଲ

Suryakumar Yadav: ସୂର୍ଯ୍ୟକୁମାର ଯାଦବ ଚଳିତ ବର୍ଷ ଟି-୨୦ କ୍ରିକେଟରେ ୧୫୦୦ ରୁ ଅଧିକ ରନ୍ କରିଛନ୍ତି । ସୂର୍ଯ୍ୟକୁମାର ଯାଦବ କେବଳ ଦ୍ୱିତୀୟ ଭାରତୀୟ ଖେଳାଳି । ଏହାପୂର୍ବରୁ ଭାରତୀୟ ପୂର୍ବତନ ଅଧିନାୟକ ବିରାଟ କୋହଲି ଏହି କୀର୍ତ୍ତିମାନ କରିଛନ୍ତି ।

ସୌ: ସୋସିଆଲ ମିଡିଆ

Suryakumar Yadav Record: ୨୦୨୨ ବର୍ଷ ଭାରତୀୟ ଖେଳାଳି ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ ଅଟେ । ଚଳିତ ବର୍ଷ ସୂର୍ଯ୍ୟକୁମାର ଯାଦବ ବିପୁଳ ରନ୍ ସ୍କୋର କରିଥିଲେ । ଏଥି ସହିତ ୨୦୨୨ ମସିହାରେ ଏହି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟରୁ ଏପର୍ଯ୍ୟନ୍ତ ୨ ଟି ଶତକ ଆସି ସାରିଛି । ଏହା ବ୍ୟତୀତ ସୂର୍ଯ୍ୟକୁମାର ଯାଦବ ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି । ବାସ୍ତବରେ, ଚଳିତ ବର୍ଷ ସୂର୍ଯ୍ୟକୁମାର ଯାଦବ ଟି-୨୦ କ୍ରିକେଟରେ ୧୫୦୦ ରୁ ଅଧିକ ରନ୍ କରିଛନ୍ତି । ସୂର୍ଯ୍ୟକୁମାର ଯାଦବ କେବଳ ଦ୍ୱିତୀୟ ଭାରତୀୟ ଖେଳାଳି । ଏହାପୂର୍ବରୁ ଭାରତୀୟ ପୂର୍ବତନ ଅଧିନାୟକ ବିରାଟ କୋହଲି ଏହି କୀର୍ତ୍ତିମାନ କରିଛନ୍ତି ।

ବାସ୍ତବରେ, ସୂର୍ଯ୍ୟକୁମାର ଯାଦବ ୨୦୨୨ ମସିହାରେ ଏପର୍ଯ୍ୟନ୍ତ ୨ ଶତକ ମାରି ସାରିଛନ୍ତି । ସେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ୧୧୭ ରନ୍ ସଂଗ୍ରହ କରିଥିଲେ । ଏଥି ସହିତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଏକ ଶତକ ହାସଲ କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷରେ ୫୧ ବଲରୁ ସୁର୍ଯ୍ୟକୁମାର ଯାଦବ ଅପରାଜିତ ୧୧୧ ରନ୍ କରିଥିଲେ । ଏହାପୂର୍ବରୁ ସୁର୍ଯ୍ୟକୁମାର ଯାଦବ ଏସିଆ କପ୍ ୨୦୨୨ ଓ ନିକଟ ଅତୀତରେ ଟି-୨୦ ବିଶ୍ୱକପରେ ନିଜର ଚମତ୍କାର ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନ ବିରାଟ କୋହଲିଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇ ଗୋଟିଏ ବର୍ଷରେ ୧୫୦୦ ଟି-୨୦ ରନ୍ ସ୍କୋର କରିଛନ୍ତି ।

ଏଥି ସହିତ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ଆଜି ନାପିଅରରେ ଖେଳାଯାଇ ଥିଲା । ଏହି ମ୍ୟାଚ୍‌ରେ ଟସ୍ ଜିତିବା ପରେ ନ୍ୟୁଜିଲ୍ୟାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ବାହାରି ୧୯.୪ ଓଭରରେ ୧୬୦ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା । ଭାରତ ପାଇଁ ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂ ୪ଟି ଲେଖାଏଁ ୱିକେଟ୍ ନେଇଥିଲେ । ଟିମ୍ ଇଣ୍ଡିଆ ପାଇଁ ନ୍ୟୁଜିଲ୍ୟାଣ୍ଡ ୧୬୧ ରନର ଲକ୍ଷ୍ୟ ରଖିଥିଲା । ଏହାପରେ ନାପିଆରରେ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା । ବର୍ଷା ପୂର୍ବରୁ ଭାରତୀୟ ଦଳ ୯ ଓଭରରେ ୪ ୱିକେଟ୍ ହରାଇ ୭୫ ରନ୍ ସଂଗ୍ରହ କରିଥିଲା ।

ବର୍ଷା ଯୋଗୁଁ ମ୍ୟାଚ ପୁନଃ ଆରମ୍ଭ ହୋଇପାରି ନ ଥିଲା । ଏହି ମ୍ୟାଚ୍ ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ଟାଇ ହୋଇଛି । ବର୍ଷା ଯୋଗୁଁ ପ୍ରଥମ ମ୍ୟାଚ୍ ଧୋଇ ଯାଇଥିବାରୁ ଭାରତ ଏହି ସିରିଜକୁ ୧-୦ ରେ ଜିତି ନେଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବିଶ୍ୱକପ ପରାଜୟ ପରେ ଟିମ୍ ଇଣ୍ଡିଆ ଏକ ଭଲ ଆରମ୍ଭ କରିଛନ୍ତି । 

ଏହା ବି ପଢ଼ନ୍ତୁ: FIFA World Cup 2022: କାତାର ଷ୍ଟାଡିୟମରେ ଧର୍ମ ଜ୍ଞାନ ବାଣ୍ଟିବେ Zakir Naik, ଦୁଇ ଦେଶର ସମ୍ପର୍କ ଉପରେ କଣ ପଡିବ ପ୍ରଭାବ?