IND vs NZ 3rd T20: ଅହମ୍ମଦାବାଦରେ ଖେଳାଯିବ ଫାଇନାଲ ଟି-୨୦ ମ୍ୟାଚ୍! ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ ଇଲେଭେନ ଓ ପିଚ୍ ରିପୋର୍ଟ
Advertisement

IND vs NZ 3rd T20: ଅହମ୍ମଦାବାଦରେ ଖେଳାଯିବ ଫାଇନାଲ ଟି-୨୦ ମ୍ୟାଚ୍! ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ ଇଲେଭେନ ଓ ପିଚ୍ ରିପୋର୍ଟ

India vs New Zealand 3rd T20: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍ ୧ ଫେବୃଆରୀ ଅର୍ଥାତ ବୁଧବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ତେବେ ଆସନ୍ତୁ ଜାଣିବା କଣ ରହିବ ଉଭୟ ଦଳର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ (Playing 11) ଓ ପିଚ୍ ରିପୋର୍ଟ (Pitch Report) ।

ସାଙ୍କେତିକ ଛବି

IND vs NZ 3rd T20: Playing 11 And Pitch Report, ଭାରତ ଓ ନ୍ୟୁଜିଲ୍ୟାଣ୍ଡ (India vs New Zealand) ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆସନ୍ତାକାଲି ଅର୍ଥାତ୍ ବୁଧବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ (Narendra Modi Stadium) ଖେଳାଯିବ । ତିନି ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜ୍ ବର୍ତ୍ତମାନ ୧-୧ ରେ ଟାଇ ରହିଛି । ଏପରି ପରିସ୍ଥିତିରେ ଯିଏ ଆସନ୍ତାକାଲି ମ୍ୟାଚ ଜିତିବ, ସେ ଏହି ସିରିଜକୁ ନିଜ ନାମରେ ନାମିତ କରିବ ।

ଦୁଇ ବର୍ଷ ଧରି କୌଣସି ଟି-୨୦ ସିରିଜ୍ ହାରି ନାହିଁ ଟିମ୍ ଇଣ୍ଡିଆ 
କହିରଖୁଛୁ ଯେ ଭାରତୀୟ ଦଳ ଗତ ଦୁଇ ବର୍ଷ ଧରି କୌଣସି ଟି-୨୦ ସିରିଜ୍ ହାରି ନାହିଁ । ଟିମ୍ ଇଣ୍ଡିଆ ଶେଷ ଥର ପାଇଁ ଜୁଲାଇ ୨୦୨୧ ରେ ନିଜ ଘରେ ଟି-୨୦ ସିରିଜରେ ପରାସ୍ତ ହୋଇଥିଲା । ଫଳରେ ଶ୍ରୀଲଙ୍କା ସେହି ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଥିଲା ।

IND vs NZ 3rd T20: ପିଚ୍ ରିପୋର୍ଟ
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ବ୍ୟାଟ୍ସମ୍ୟାନ ମାନେ କମାଲ କରିଛନ୍ତି । ଏଠାରେ ଖେଳାଯାଇଥିବା ୬ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚର ୧୨ଟି ଇନିଂସରେ ୧୦ ଥର ୧୫୦+ ରନ୍ ସ୍କୋର ହୋଇଛି । ଏଥିମଧ୍ୟରେ, ୫ ଥର ଟିମ୍ ୧୮୦+ ସ୍କୋର ଅତିକ୍ରମ କରିଛନ୍ତି । ଏଠାରେ ସର୍ବାଧିକ ସ୍କୋର ୨୨୪ ରନ୍ ରହିଛି । ଏଠାରେ ପ୍ରବଳ ଛକା-ଚୌକା ଦେଖିବାକୁ ମିଳିଥାଏ । ବ୍ୟାଟ୍ସମ୍ୟାନଙ୍କ ସହାୟକ ଥିବା ଏହି ୱିକେଟରେ ୧ ଫେବୃଆରୀରେ ହେବାକୁ ଥିବା ମ୍ୟାଚ୍‌ରେ ପ୍ରବଳ ରନ୍‌ ବର୍ଷା ହେବାକୁ ଯାଉଛି ।

IND vs NZ 3rd T20: କେତେ ଗୁରୁତ୍ୱପୂର୍ଣ୍ଣ ହେବ ଟସ୍?
ଏଠାରେ ଆୟୋଜିତ ୬ଟି ଆନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ତିନିଥର ଓ ପରେ ବ୍ୟାଟିଂ କରିଥିବା ଦଳ ତିନିଥର ଜିତିଛି । ଯଦିଓ ପରେ ବ୍ୟାଟିଂ କରୁଥିବା ଦଳ ମ୍ୟାଚକୁ ଏକପାଖିଆ ଢଙ୍ଗରେ ଜିତିଥିଲା । ଏପରି ପରିସ୍ଥିତିରେ, ଏଠାରେ ଟସ୍ ଜିତିଥିବା ଅଧିନାୟକ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇପାରନ୍ତି ।

IND vs NZ 3rd T20: ବୁଧବାର କିପରି ରହିବ ଅହମ୍ମଦାବାଦର ପାଗ?
ମ୍ୟାଚ୍ ସମୟରେ ଅହମ୍ମଦାବାଦର ପାଗ କ୍ରିକେଟ୍ ଖେଳିବା ପାଇଁ ଉପଯୁକ୍ତ ରହିବ । ଏହାର ଅର୍ଥ ନା ଅତ୍ୟଧିକ ଥଣ୍ଡା ନା ଅଧିକ ଗରମ ହେବ । ଏଠାରେ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ ଉପରେ ରହିବ । ବର୍ଷା ହେବାର ମଧ୍ୟ କୌଣସି ସମ୍ଭାବନା ନାହିଁ । ଏଭଳି ପରିସ୍ଥିତିରେ କୌଣସି ବିନା ବାଧା ବିଘ୍ନରେ ମ୍ୟାଚ୍ ସମାପ୍ତ ହେବ ।

ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ- ଇଶାନ କିଶନ (wk), ଶୁବମନ ଗିଲ/ ପୃଥ୍ୱୀ ଶ, ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ୱାଶିଂଟନ୍ ସୁନ୍ଦର, ଦୀପକ ହୁଡ୍ଡା, ଉମ୍ରାନ ମଲିକ/ଶିବମ ମାଭି, କୁଲଦୀପ ଯାଦବ, ୟୁଜବେନ୍ଦ୍ର ସିଂ ଓ ଅର୍ଶଦୀପ ସିଂ ।

ନ୍ୟୁଜିଲ୍ୟାଣ୍ଡର ସମ୍ଭାବ୍ୟ ଏକାଦଶ - ଡୱେନ କନୱେ (wk), ଫିନ୍ ଆଲେନ୍, ମାର୍କ ଚାପମାନ, ଡାରିଲ ମିଚେଲ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର୍ (ଅଧିନାୟକ), ମାଇକେଲ ବ୍ରେସୱେଲ, ଇଶ ସୋଦି, ଲୋରୀ ଫର୍ଗୁସନ, ବ୍ଲେୟାର ଟିକନର୍ ଓ ଜ୍ୟାକବ ଡଫି ।