IND vs NZ: ଟି-20 ଡେବ୍ୟୁକୁ ଅପେକ୍ଷା କରି ବସିଛନ୍ତି ଏହି ଭାରତୀୟ ଷ୍ଟାର୍; ହାର୍ଦ୍ଦିକ ପାଣ୍ଡ୍ୟା ପୂରଣ କରିବେ ସ୍ୱପ୍ନ!
Advertisement

IND vs NZ: ଟି-20 ଡେବ୍ୟୁକୁ ଅପେକ୍ଷା କରି ବସିଛନ୍ତି ଏହି ଭାରତୀୟ ଷ୍ଟାର୍; ହାର୍ଦ୍ଦିକ ପାଣ୍ଡ୍ୟା ପୂରଣ କରିବେ ସ୍ୱପ୍ନ!

IND vs NZ 3rd T20: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ଦଳ (Indian Cricket Team) ଦ୍ୱିତୀୟ ଟି-20 ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୬୫ ରନରେ ପରାସ୍ତ କରିଥିଲା । ପ୍ରଥମ T20 ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଏହି ସମୟରେ ସମସ୍ତଙ୍କ ଆଖି ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ଉପରେ ରହିବ । 

IND vs NZ: ଟି-20 ଡେବ୍ୟୁକୁ ଅପେକ୍ଷା କରି ବସିଛନ୍ତି ଏହି ଭାରତୀୟ ଷ୍ଟାର୍; ହାର୍ଦ୍ଦିକ ପାଣ୍ଡ୍ୟା ପୂରଣ କରିବେ ସ୍ୱପ୍ନ!

India vs New Zealand 3rd T20 Shubman Gill: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସିରିଜ (India vs New Zealand T20 Series) ର ତୃତୀୟ ତଥା ଅନ୍ତିମ ଟି-20 ମ୍ୟାଚ୍ (IND vs NZ 3rd T20 Match) ଆଜି (ମଙ୍ଗଳବାର) ଅର୍ଥାତ ନଭେମ୍ୱର ୨୨ରେ ଖେଳାଯିବ । ଏହି ମ୍ୟାଚ ନ୍ୟୁଜିଲ୍ୟାଣ୍ଡର ନାପିଆରରେ ଖେଳାଯିବ । ଏହି ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆ (Team India) ମଧ୍ୟ ସିରିଜ୍ ଜିତିନେବ । ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ଦଳ (Indian Cricket Team) ଦ୍ୱିତୀୟ ଟି-20 ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୬୫ ରନରେ ପରାସ୍ତ କରିଥିଲା । ପ୍ରଥମ T20 ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଏହି ସମୟରେ ସମସ୍ତଙ୍କ ଆଖି ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ (Team India Playing 11) ଉପରେ ରହିବ । ଆଶା କରାଯାଉଛି ଯେ ଜଣେ ଯୁବ ଖେଳାଳି ତାଙ୍କ ଟି-20 ଡେବ୍ୟୁ କରିବାର ସୁଯୋଗ ପାଇବେ । ପଞ୍ଜାବର ଶୁଭମାନ ଗିଲ (Shubman Gill T20I Debut) ଏପର୍ଯ୍ୟନ୍ତ ଟି-20 ଫର୍ମାଟରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିନାହାଁନ୍ତି । 

ଏଠାରେ କହି ରଖୁଛୁ ଯେ, ଶୁଭମାନ ଗିଲ (Shubman Gill) ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ୧୧ଟି ଟେଷ୍ଟ ଓ ୧୨ଟି ଏକ ଦିବସୀୟ (ODI) ମ୍ୟାଚ୍  ଖେଳିଛନ୍ତି । ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଇଥିବା ଶେଷ ମ୍ୟାଚରେ ଶୁଭମାନ ଗିଲ ଖେଳ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଥିଲା । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ତାଙ୍କୁ ନିରାଶ କରିଥିଲେ । ସେପଟେ ଟି-20 ବିଶ୍ୱକପ ୨୦୨୨ ସମୟରେ ବେଞ୍ଚରେ ବସିଥିବା ସ୍ପିନର ୟୁଜଭେନ୍ଦ୍ର ଚହଲ (Yuzvendra Chahal) ଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା । ଶୁଭମାନ ଗିଲ ଆଇପିଏଲ୍ (IPL 2022) ର ଶେଷ ସିଜନରେ ଗୁଜୁରାଟ ଟାଇଟାନ୍ସ ଦଳର ଏକ ଅଂଶ ଥିଲେ । ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଥିଲେ ଓ ଚାମ୍ପିଅନ୍ ହୋଇଥିଲେ । 

ସୂଚନାଯୋଗ୍ୟ, ଶୁଭମାନ ଗିଲ (Shubman Gill) ୪ଟି ଅର୍ଦ୍ଧ ଶତକ ସହାୟତାରେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଟେଷ୍ଟ କ୍ୟାରିୟରରେ ୫୭୯ ରନ୍ ସଂଗ୍ରହ କରିଛନ୍ତି । ଏଥି ସହିତ ODI ରେ ଶୁଭମାନ ଗିଲ (Shubman Gill) ମୋଟ ୫୭୯ ରନ୍ ସଂଗ୍ରହ କରିଛନ୍ତି, ଏଥିରେ ଏକ ଶତକ ଓ ୩ଟି ଅର୍ଦ୍ଧ ଶତକ ସାମିଲ ରହିଛି । ଶୁଭମାନ ଗିଲ ପ୍ରଥମ ଶ୍ରେଣୀ କ୍ରିକେଟରେ ୩୮ଟି ମ୍ୟାଚରେ ୩,୧୨୧ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଡବଲ ସେଞ୍ଚୁରୀ ସାମିଲ ରହିଛି । ଯଦି ଶୁଭମାନ ଗିଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଏ ଓ ଋଷଭ ପନ୍ତ ମଧ୍ୟ ଖେଳାଯାଏ, ତେବେ ପାୱାରପ୍ଲେ ବ୍ୟାଟିଂ ସମୀକରଣ ବଦଳିପାରେ । ଗତ ମ୍ୟାଚ୍‌ରେ ଋଷଭ ପନ୍ତ ଓପେନିଂ କରିଥିଲେ । କିନ୍ତୁ ସେ ସଫଳ ହୋଇପାରିନଥିଲେ । ତାଙ୍କଠାରୁ ଏକ ଦମଦାର୍ ଇନିଂସର ଆରମ୍ଭ କରିବାର ଆଶା କରାଯାଉଥିଲା । କିନ୍ତୁ ସେ ଗୋଟିଏ ଚୌକା ସାହାଯ୍ୟରେ ୧୩ ବଲରେ ୬ ରନ୍ ସ୍କୋର କରିବା ପରେ ଆଉଟ ହୋଇଯାଇଥିଲେ । ଇଶାନ କିଶନ ଓ ପନ୍ତ ଇନିଂସ ଆରମ୍ଭ କରିବେ ନା ଅଧିନାୟକ ପାଣ୍ଡ୍ୟା ଯୁବ ଶୁଭମାନ ଗିଲଙ୍କ ଉପରେ ବିଶ୍ୱାସ ବ୍ୟକ୍ତ କରିବେ ତାହା ଦେଖିବା ମଜାଦାର ହେବ ।

ଏହା ବି ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ଟି-20ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ନୁହଁନ୍ତ, କାରଣ କହିଲେ ନ୍ୟୁଜିଲ୍ୟାଣ୍ଡର ଏହି ଘାତକ ବୋଲର

ଅଧିକ ପଢ଼ନ୍ତୁ:-ସରକାର ଦେଲେ ବଡ଼ ଝଟକା, ୧୦ ଲକ୍ଷ ରାସନ କାର୍ଡ ହେବ ବାତିଲ! ତିଆରି ହୋଇସାରିଛି ପୂରା ଲିଷ୍ଟ୍

ଏଠାରେ ଜଣାଇ ରଖୁଛୁ ଯେ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ଭାରତୀୟ ଦଳ କିଛି ଏପରି ରହିଛି:-ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ, ୱିକେଟ୍ କିପର), ଶୁଭମାନ ଗିଲ, ଇଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଷଦୀପ ସିଂ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ । ସୂଚନାଯୋଗ୍ୟ, ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ ପରେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗସ୍ତ କରିବାର ଅଛି । ଏଥିପାଇଁ ବିସିସିଆଇ ୪ଟି ଅଲଗା ଅଲଗା ଦଳ ଘୋଷଣା କରିଛି । ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ଏକ ଦିବସୀୟ ମ୍ୟାଚ୍ ଖେଳିବ । ଏହା ପରେ ଡିସେମ୍ବର ୪ରୁ ୨୬ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାଂଲାଦେଶରେ ତିନୋଟି ଏକ ଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।