Mukesh Kumar: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ମଝିରେ ଟିମ୍ ଇଣ୍ଡିଆରୁ ବାହାର ହେଲେ ଏହି ଖେଳାଳି, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଅପଡେଟ୍
Advertisement

Mukesh Kumar: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ମଝିରେ ଟିମ୍ ଇଣ୍ଡିଆରୁ ବାହାର ହେଲେ ଏହି ଖେଳାଳି, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଅପଡେଟ୍

IND vs NZ 3rd T20: ଟିମ୍ ଇଣ୍ଡିଆ ଛାଡି ସେ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ ମ୍ୟାଚରେ ବଙ୍ଗଳା ଦଳରେ ଯୋଗ ଦେଇଛନ୍ତି । ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ ମ୍ୟାଚ୍ ବର୍ତ୍ତମାନ ବଙ୍ଗଳା ଓ ଝାଡଖଣ୍ଡ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚର ପ୍ରଥମ ଦିନରେ ବଙ୍ଗଳା ତରଫରୁ ମୁକେଶ କୁମାରଙ୍କୁ ବୋଲିଂ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହି ମ୍ୟାଚ୍‌ରେ ସେ ପ୍ରଥମ ଇନିଂସରେ ୩ ୱିକେଟ୍ ହାସଲ କରିଥିଲେ ।

Mukesh Kumar: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ମଝିରେ ଟିମ୍ ଇଣ୍ଡିଆରୁ ବାହାର ହେଲେ ଏହି ଖେଳାଳି, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଅପଡେଟ୍

India vs New Zealand 3rd T20: ଭାରତୀୟ ଦଳ ଓ ନ୍ୟୁଜିଲ୍ୟାଣ୍ଡର ଦଳ ମଧ୍ୟରେ ଟି-20 ସିରିଜ (India vs New Zealand T20 Series) ଚାଲିଛି । ଏହି ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ (IND vs NZ 3rd T20) ଆଜି (ବୁଧବାର) ଅର୍ଥାତ ଫେବୃଆରୀ ୧ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ (Narendra Modi Stadium) ରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ (Team India) ର କ୍ୟାମ୍ପରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଟିମ୍ ଇଣ୍ଡିଆର ଜଣେ ମାରାତ୍ମକ ଦ୍ରୁତ ବୋଲର ଏହି ସିରିଜରୁ ବାହାରେ ହୋଇଯାଇଛନ୍ତି । କେବଳ ଏତିକି ନୁହେଁ ଏହି ଖେଳାଳି ବର୍ତ୍ତମାନ ଅନ୍ୟ ଦଳ ପାଇଁ ମଧ୍ୟ ଖେଳୁଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜ (IND vs NZ T20 Series) ପାଇଁ ଭାରତୀୟ ଦଳରେ ସାମିଲ ହୋଇଥିବା ମୁକେଶ କୁମାର (Mukesh Kumar) ଙ୍କୁ ଦଳରୁ ବାଦ ଦିଆଯାଇଛି । ମୁକେଶ କୁମାର ପ୍ରଥମ ଦୁଇଟି ମ୍ୟାଚରେ ଖେଳିବାର ସୁଯୋଗ ମଧ୍ୟ ପାଇ ନଥିଲେ । ଟିମ୍ ଇଣ୍ଡିଆ ଛାଡି ସେ ରଣଜୀ ଟ୍ରଫି (Ranji Trophy 2023) କ୍ୱାର୍ଟର ଫାଇନାଲ ମ୍ୟାଚରେ ବଙ୍ଗଳା ଦଳରେ ଯୋଗ ଦେଇଛନ୍ତି । ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ ମ୍ୟାଚ୍ ବର୍ତ୍ତମାନ ବଙ୍ଗଳା ଓ ଝାଡଖଣ୍ଡ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚର ପ୍ରଥମ ଦିନରେ ବଙ୍ଗଳା ତରଫରୁ ମୁକେଶ କୁମାରଙ୍କୁ ବୋଲିଂ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହି ମ୍ୟାଚ୍‌ରେ ସେ ପ୍ରଥମ ଇନିଂସରେ ୩ ୱିକେଟ୍ ହାସଲ କରିଥିଲେ ।

ମୁକେଶ କୁମାର (Mukesh Kumar) ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ  (Team India) ପାଇଁ ଡେବ୍ୟୁ ମ୍ୟାଚ୍ ଖେଳି ନାହାଁନ୍ତି । ଏହି ସିରିଜ ପୂର୍ବରୁ ସେ ଶ୍ରୀଲଙ୍କା ବିପକ୍ଷରେ ଟି-20 ଦଳରେ ମଧ୍ୟ ସାମିଲ ହୋଇଥିଲେ, କିନ୍ତୁ ସେ ଏହି ସିରିଜରେ ଖେଳିବାର ସୁଯୋଗ ପାଇ ନଥିଲେ । ମୁକେଶ କୁମାରଙ୍କୁ ମଧ୍ୟ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯାଇଛି, କିନ୍ତୁ ସେ ଏପର୍ଯ୍ୟନ୍ତ ଟେଷ୍ଟରେ ଖେଳିବାର ସୁଯୋଗ ପାଇନାହାଁନ୍ତି ।

ସୂଚନାଯୋଗ୍ୟ, ବିହାରର ଗୋପାଳଗଞ୍ଜରେ ଜନ୍ମଗ୍ରହଣ କରିଥିବା ମୁକେଶ କୁମାର  (Mukesh Kumar) ବାଂଲାଦେଶ-ଏ ବିପକ୍ଷ ସିରିଜରେ ଇଣ୍ଡିଆ ଏ ପାଇଁ ଖେଳିଥିଲେ । ସେହି ସିରିଜରେ ସେ ୨ଟି ମ୍ୟାଚରେ ମୋଟ ୯ ୱିକେଟ୍ ନେଇଥିଲେ । ମୁକେଶ କୁମାର ଏପର୍ଯ୍ୟନ୍ତ ୩୫ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୧୩୪ ୱିକେଟ୍ ନେଇଛନ୍ତି । ତାଲିକା-ଏରେ ସେ ୨୪ଟି ମ୍ୟାଚରେ ୨୬ ୱିକେଟ୍ ନେଇଛନ୍ତି । ତାଙ୍କୁ ଏଥର ଆଇପିଏଲରେ ଦେଖିବାକୁ ମିଳିବ । ଦିଲ୍ଲୀ ରାଜଧାନୀ ତାଙ୍କୁ ୫.୫୦ କୋଟିରେ କିଣିଛି ।

ଅଧିକ ପଢ଼ନ୍ତୁ:-ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କଲା ASI? କାରଣ କହିଲା ନିଜେ ଗୋପାଳ ଦାସ

ଅଧିକ ପଢ଼ନ୍ତୁ:-ଆହୁରି ୩୪ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ଟି-20 ଦଳ

ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଶୁଭମାନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଜିତେଶ ଶର୍ମା (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଉମ୍ରାନ ମଲିକ, ଶିବମ ମାଭି, ପୃଥ୍ୱୀ ଶ', ମୁକେଶ କୁମାର