IND vs NZ 3rd T20: ଏହି ୩ ଖେଳାଳିଙ୍କ ଦମରେ ଭାରତ ଜିତିଲା ଟି-20 ସିରିଜ, ଟିମ୍ ଇଣ୍ଡିଆ ପାଇଁ ପାଲଟିଲେ ସବୁଠୁ ବଡ଼ ମ୍ୟାଚ୍ ୱିନର
Advertisement

IND vs NZ 3rd T20: ଏହି ୩ ଖେଳାଳିଙ୍କ ଦମରେ ଭାରତ ଜିତିଲା ଟି-20 ସିରିଜ, ଟିମ୍ ଇଣ୍ଡିଆ ପାଇଁ ପାଲଟିଲେ ସବୁଠୁ ବଡ଼ ମ୍ୟାଚ୍ ୱିନର

IND vs NZ 3rd T20: ଏହି ସିରିଜରେ  ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ୟ ଖେଳାଳୀଙ୍କୁ ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ଦେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ୪ ଓଭରରେ ୧୬ ରନ୍ ଦେଇ ୪ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ । ଏଥିସହିତ ବ୍ୟାଟିଂରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଟିମ୍ ଇଣ୍ଡିଆ ପାଇଁ ପର୍ବତ ଭଳି ସ୍କୋର କରିବାରେ ଶୁଭମାନ ଗିଲଙ୍କ ସହ ଏକ ବଡ଼ ପାର୍ଟନରଶିପ୍ କରିଥିଲେ । 

IND vs NZ 3rd T20: ଏହି ୩ ଖେଳାଳିଙ୍କ ଦମରେ ଭାରତ ଜିତିଲା ଟି-20 ସିରିଜ, ଟିମ୍ ଇଣ୍ଡିଆ ପାଇଁ ପାଲଟିଲେ ସବୁଠୁ ବଡ଼ ମ୍ୟାଚ୍ ୱିନର

India vs New Zealand 3rd T20: ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଟି-20 ମ୍ୟାଚ (IND vs NZ 3rd T20) କୁ ଚମତ୍କାର ରୂପରେ ଜିତିଛି । ଏହି ମ୍ୟାଚକୁ ଟିମ୍ ଇଣ୍ଡିଆ (Team India) ୧୬୮ ରନରେ ଜିତିଛି । ଏହା ସହ ଭାରତ ଟି-୨୦ ସିରିଜ (India vs New Zealand T20 Series) କୁ ୨-୧ରେ ନିଜ ନାମରେ କରିନେଇଛି । ଭାରତର ୩ ଷ୍ଟାର୍ ଖେଳାଳି ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ଏହି ଖେଳାଳି ମାନଙ୍କ କାରଣରୁ ଟିମ୍ ଇଣ୍ଡିଆ ବିଜୟ ହାସଲ କରିବାରେ ସଫଳ ହୋଇଥିଲା । ଏହି ଖେଳାଳିମାନେ ଭାରତୀୟ ଦଳ ପାଇଁ ମ୍ୟାଚ୍ ଜିତି ବଡ଼ ହିରୋ ହୋଇଯାଇଛନ୍ତି । 

୧. ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) 

ଜଣେ ଭଲ ଅଧିନାୟକ ସେ ହିଁ ହୁଅନ୍ତି ଯିଏ ଦଳକୁ ଆଗ ଆସି ଲିଡ୍ କରନ୍ତି ଓ ହାର୍ଦ୍ଦିକ ପାଣ୍ଡ୍ୟା ଏପରି କିଛି କରିଛନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆବଶ୍ୟକ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ବଲ୍ ଓ ବ୍ୟାଟ୍ ସହ ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି । ଏହାସହ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଅନ୍ୟ ଖେଳାଳୀଙ୍କୁ ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ଦେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ତାଙ୍କ ୪ ଓଭରରେ ୧୬ ରନ୍ ଦେଇ ୪ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ । ଏଥିସହିତ ବ୍ୟାଟିଂରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଟିମ୍ ଇଣ୍ଡିଆ ପାଇଁ ପର୍ବତ ଭଳି ସ୍କୋର କରିବାରେ ଶୁଭମାନ ଗିଲଙ୍କ ସହ ଏକ ବଡ଼ ପାର୍ଟନରଶିପ୍ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya)  ୧୭ଟି ବଲରେ ୩୦ ରନର ଇନିଂସ ଖେଳିଥିଲେ ।

୨. ଶୁଭମାନ ଗିଲ୍ (Shubman Gill) 

ଇନିଂସ ଆରମ୍ଭରୁ ଶୁଭମାନ ଗିଲ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଶୁଭମାନ ଗିଲ୍ (Shubman Gill) ଙ୍କ ବ୍ୟାଟିଂ ଦେଖି ବିପକ୍ଷ ବୋଲରମାନେ ଦାନ୍ତ କଡ଼ମଡ଼ କରୁଥିଲେ । ଶୁଭମାନ ଗିଲ୍ (Shubman Gill) ତାଙ୍କ ବ୍ୟାଟିଂ ସହିତ ସମସ୍ତଙ୍କ ହୃଦୟ ଜିତିଛନ୍ତି । ଶୁଭମାନ ଗିଲ୍ (Shubman Gill) ମାତ୍ର ୬୩ ବଲରେ ୧୨୬ ରନର ଏକ ଧମାକାଦାର ଇନିଂସ ଖେଳିଛନ୍ତି, ଯେଉଁଥିରେ ୧୨ଟି ଚୌକା ଓ ୭ଟି ଛକା ସାମିଲ ଥିଲା । ତାଙ୍କ ଯୋଗୁଁ ଟିମ୍ ଇଣ୍ଡିଆ ୨୩୪ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ମ୍ୟାଚ୍ ହାରିବା ପରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ମିଚେଲ ସାଣ୍ଟନର୍ ଏହି ୪ ଖେଳାଳିଙ୍କୁ ପରାଜୟ ପାଇଁ କଲେ ସିଧାସଳଖ ଦାୟୀ

ଅଧିକ ପଢ଼ନ୍ତୁ:-ସିରିଜ୍ ଜିତିବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ହେଲେ ଅତ୍ୟନ୍ତ ଭାବୁକ, ଏସବୁ ଖେଳାଳିଙ୍କୁ ବିଜୟ ପାଇଁ ଦେଲେ ଶ୍ରେୟ

ଅଧିକ ପଢ଼ନ୍ତୁ:-ଆଶାରାମ ବାପୁ ପାଖରେ ଅଛି ୧୦ ହଜାର କୋଟି ମୂଲ୍ୟର ସମ୍ପତ୍ତି, ଜାଣନ୍ତୁ ବର୍ତ୍ତମାନ କିଏ ଏହାର ପ୍ରକୃତ ମାଲିକ

 

୩. ରାହୁଲ ତ୍ରିପାଠୀ (Rahul Tripathi)

ଏହି ମ୍ୟାଚରେ ଭାରତୀୟ ଦଳ ବହୁତ ଖରାପ ଆରମ୍ଭ କରିଥିଲା । ଯେତେବେଳେ ଇଶାନ କିଶନ ଟିମ୍ ଇଣ୍ଡିଆ ତରଫରୁ ଶୀଘ୍ର  ଆଉଟ ହୋଇଯାଇଥିଲେ । ସେ କେବଳ ଗୋଟିଏ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ଏହା ପରେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ରାହୁଲ ତ୍ରିପାଠୀ (Rahul Tripathi) ୨୨ ବଲରେ ୪୪ ରନ ସ୍କୋର କରିଥିଲେ, ଯେଉଁଥିରେ ୪ଟି ଚୌକା ଓ ୩ଟି ଲମ୍ବା ଛକା ସାମିଲ ଥିଲା । ରାହୁଲ ତ୍ରିପାଠୀ (Rahul Tripathi) ପଡ଼ିଆର ଚାରିଆଡ଼େ ଷ୍ଟ୍ରୋକ୍ ଲଗାଇଥିଲେ ।