Shubman Gill Double Century: ହିଟମ୍ୟାନଙ୍କ କ୍ଲବରେ ସାମିଲ ହେଲେ ଶୁଭମାନ ଗିଲ, ଲଗାତର ୩ଟି ଛକା ମାରି ହାସଲ କଲେ ଡବଲ ସେଞ୍ଚୁରୀ
Advertisement

Shubman Gill Double Century: ହିଟମ୍ୟାନଙ୍କ କ୍ଲବରେ ସାମିଲ ହେଲେ ଶୁଭମାନ ଗିଲ, ଲଗାତର ୩ଟି ଛକା ମାରି ହାସଲ କଲେ ଡବଲ ସେଞ୍ଚୁରୀ

IND vs NZ 1st ODI: ଶୁଭମାନ ଗିଲ୍ କିୱି ବୋଲରମାନଙ୍କ ବୋଲିଂ ଆଟାକକୁ ଧ୍ୱସ୍ତ କରି ଚମତ୍କାର ଦ୍ୱିଶତ ଶତକ ହାସଲ କରିଛନ୍ତି । ସେ ପ୍ରଥମେ ୮୭ଟି ବଲରେ ନିଜର ଶତକ ପୂରଣ କରିଥିଲେ, ଯେଉଁଥିରେ ୧୪ଟି ଚୌକା ଓ ୨ଟି ଛକା ସାମିଲ ରହିଛି । ଏହା ଶୁଭମାନ ଗିଲଙ୍କ ଦିନିକିଆ କ୍ୟାରିୟରରେ ତୃତୀୟ ତଥା ଲଗାତର ଦ୍ୱିତୀୟ ଶତକ ଥିଲା ।

Shubman Gill Double Century: ହିଟମ୍ୟାନଙ୍କ କ୍ଲବରେ ସାମିଲ ହେଲେ ଶୁଭମାନ ଗିଲ, ଲଗାତର ୩ଟି ଛକା ମାରି ହାସଲ କଲେ ଡବଲ ସେଞ୍ଚୁରୀ

IND vs NZ 1st ODI, Shubman Gill Double Century: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ (India vs New Zealand 1st ODI Match) ଆଜି (ବୁଧବାର)  ଅର୍ଥାତ ଜାନୁଆରୀ ୧୮ରେ ହାଇଦ୍ରାବାଦରେ ଖେଳାଯାଉଛି । ଏହି ମ୍ୟାଚରେ ଭାରତୀୟ ଓପନର୍ ଶୁଭମାନ ଗିଲ (Shubman Gill)  ଙ୍କ ବ୍ୟାଟରୁ ରନ ବର୍ଷା ହୋଇଛି । ସେ ଦିନିକିଆରେ ପ୍ରଥମ ଥର ପାଇଁ ଡବଲ ସେଞ୍ଚୁରୀ ହାସଲ କରିଛନ୍ତି । ଶୁଭମାନ ଗିଲ୍ (Shubman Gill)  କିୱି ବୋଲରମାନଙ୍କ ବୋଲିଂ ଆଟାକକୁ ଧ୍ୱସ୍ତ କରି ଚମତ୍କାର ଦ୍ୱିଶତ ଶତକ ହାସଲ କରିଛନ୍ତି । ସେ ପ୍ରଥମେ ୮୭ଟି ବଲରେ ନିଜର ଶତକ ପୂରଣ କରିଥିଲେ, ଯେଉଁଥିରେ ୧୪ଟି ଚୌକା ଓ ୨ଟି ଛକା ସାମିଲ ରହିଛି । ଏହା ଶୁଭମାନ ଗିଲଙ୍କ ଦିନିକିଆ କ୍ୟାରିୟରରେ ତୃତୀୟ ତଥା ଲଗାତର ଦ୍ୱିତୀୟ ଶତକ ଥିଲା ।

ଶୁଭମାନ ଗିଲ (Shubman Gill) ହାଇଦ୍ରାବାଦରେ ଚମତ୍କାର କରିଛନ୍ତି । ଏହି ଡାହାଣହାତୀ ଓପନର୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକ ଚମତ୍କାର ଦ୍ୱିଶତକ ହାସଲ କରିଥିଲେ । ଶୁଭମାନ ଗିଲ ମାତ୍ର ୧୪୫ ବଲରେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ୨୩ ବର୍ଷୀୟ ଶୁଭମାନ ଗିଲ୍ ୮ଟି ଛକା ଓ ୧୯ଟି ଚୌକ ସାହଯ୍ୟରେ ଏହି ବିଶେଷ ସଫଳତା ହାସଲ କରିଛନ୍ତି  । ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ଶୁଭମାନ ଗିଲ (Shubman Gill Double Century) ହେଉଛନ୍ତି ପଞ୍ଚମ ଭାରତୀୟ ଖେଳାଳି ।

ଭାରତୀୟ ଦଳ ପାଇଁ ରୋହିତ ଶର୍ମା (Rohit Sharma) ୩ଟି ଦ୍ୱିଶତକ ହାସଲ କରିଛନ୍ତି । ପ୍ରଥମେ ଏହି କୀର୍ତ୍ତିମାନ ସଚିନ ତେନ୍ଦୁଲକର (Sachin Tendulkar) ଙ୍କ ଦ୍ୱାରା କରାଯାଇଥିଲା । ଏହା ପରେ ବିରେନ୍ଦ୍ର ସେହୱାଗ ଓ ଇଶାନ କିଶନ ମଧ୍ୟ ଦ୍ୱିଶତକ ହାସଲ କରିଛନ୍ତି । ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ଶୁଭମାନ ଗିଲ (Shubman Gill) ହେଉଛନ୍ତି ସର୍ବକନିଷ୍ଠ ଖେଳାଳି । ଏହି ଖେଳାଳୀ ୨୩ ବର୍ଷ ୧୩୨ ଦିନ ବୟସରେ ଏହି ସଫଳତା ହାସଲ କରିଛନ୍ତି । ଗତ ବର୍ଷ ବାଂଲାଦେଶ ବିପକ୍ଷରେ ଇଶାନ କିଶନ ଦ୍ୱିଶତକ ହାସଲ କରିଥିଲେ । ସେହି ସମୟରେ କିଶାନଙ୍କ ବୟସ ୨୪ ବର୍ଷ, ୧୪୫ ଦିନ ଥିଲା । ରୋହିତ ଶର୍ମା ୨୬ ବର୍ଷ, ୧୮୬ ଦିନ ବୟସରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିଶତକ ହାସଲ କରିଥିଲେ ।

ଅଧିକ ପଢ଼ନ୍ତୁ:-ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଜାଡେଜାଙ୍କ ପାଇଁ BCCI ରଖିଲା ଏହି ସର୍ତ୍ତ, କହିଲା-ଏହି କାମ କର ନଚେତ୍...

ଅଧିକ ପଢ଼ନ୍ତୁ:-ହେଲିକପ୍ଟର ଦୁର୍ଘଟଣାରେ ଗୃହମନ୍ତ୍ରୀଙ୍କ ସମେତ ୧୬ ଜଣଙ୍କ ମୃତ୍ୟୁ, ୨୧ ଗୁରୁତର

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟା କ'ଣ ପାଇଁ ହୋଇପାରିଲେନି ଟିମ୍ ଇଣ୍ଡିଆର ସ୍ଥାୟୀ ଅଧିନାୟକ, ସାମ୍ନାକୁ ଆସିଲା ଏହି ବଡ଼ କାରଣ

ଏଠାରେ କହି ରଖୁଛୁ ଯେ, ୨୦୮ ରନର ଦମଦାର୍ ଇନିଂସ ଖେଳିବା ପରେ ଶୁଭମାନ ଗିଲ ଆଉଟ୍ ହୋଇଛନ୍ତି । ଶୁଭମାନ ଗିଲଙ୍କ ଏହି ଇନିଂସ ଆଧାରରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୩୪୯ ରନ୍ ସ୍କୋର କରିଛନ୍ତି ।